ଫନି ସହାୟତା ଗଲା କୁଆଡେ଼, ଅମ୍ଫନ ଝଡ଼ ବର୍ଷା ପାଇଁ ଚାଷୀଙ୍କ ଭାଳେଣି

ଜଗସିଂହପୁର: ଜଗସିଂହପୁର ଜିଳ୍ଳା ସର୍ବାଧିକ ପ୍ରାକୃତି ପ୍ରବଣ ଜିଲ୍ଲା ହୋଇଥିବା ବେଳେ ଏଠିକାର ୭୦ ଭାଗ ଲୋକ କୃଷି ଉପରେ ନିର୍ଭରଶୀଳ ।ଯଦିଓ ପାରାଦ୍ୱୀପ ଭଳି ଭାରତର ଗଭୀରତମ ବନ୍ଦର ଭାବରେ ଖ୍ୟାତି ଅର୍ଜନ କରିଛି । ସ୍ପେଶାଲ ଇକୋନୋମିକ ଯୋନ ଭାବେ ବନ୍ଦର ନଗରୀ ବହୁ ବଡ଼ବଡ଼ ଶିଳ୍ପ ଏବଂ ଦକ୍ଷିଣ ପୂର୍ବ ଭାରତର ବୃହତମ ତୈଳ ବିଶୋଧନଗାର ଭଳି ଅନେକ କଳକାରଖାନା ଗଢି ଉଠିଛି । ଏଠାରେ ପ୍ରଶ୍ନ ଉଠେ ଯେ ,୧୯୯୯ମହାବାତ୍ୟା ,ଫାଇଲିନ, ଏଲିନା , ହୁଡ଼ହୁଡ଼ ,ଫନି ଏବଂ ଗତ ୨୦ରେ ଘଟିଯାଇଥିବା ଅମ୍ପନର ପ୍ରଭାବ ଦ୍ୱାରା ଜିଲ୍ଲାବାସୀଙ୍କର ଜୀବନ ଧାରଣର ମାନ ଏବଂ ଓ ବିଭିନ୍ନ ଥଇଥାନ ଯୋଜନାର ସଫଳତା ଏବଂ ବିଫଳତା କଥା ଆଲୋଚନାର ସରବ୍ୟ ହୋଇଛି । ଗତ ବର୍ଷ ମେ ମାସ ୨୯ ତାରିଖରେ ପଂଚମ ଥର ନିମନ୍ତେ ଲଗାତର କ୍ଷମତା ଦଖଲର ଅପ୍ରତିଦ୍ୱନ୍ଦି ନେତା ହୋଇ ଓଡ଼ିଶାର ବିକାଶରେ ଭାଗିଦାରୀ ହୋଇ ପାରିଛନ୍ତି ।
ତେବେ ଗତ ଏକ ବର୍ଷ ହେବ ଫନି ବାତ୍ୟାକ୍ଳିଷ୍ଟ ଜନସାଦାରଣଙ୍କୁ କ୍ଷମତାସୀନ ବିଜୁ ଜନତା ଦଳ ସରକାର ଚାଷୀ , ଶ୍ରମିକ , ମତ୍ସ୍ୟଜୀବି,ସରକାରୀ କର୍ମଚାରୀଙ୍କର ସୁବିଧା ସୁଯୋଗ ଦେବାରେ ବାଧକ ସାଜିଛନ୍ତି । ଫନି ବାତ୍ୟା ବେଳେ ମୁଗ ଚାଷୀ , ଆଖୁଚାଷୀ , ପାନ ଚାଷୀ , ନଡ଼ିଆ ଚାଷୀ ,ଲଙ୍କା ପନିପରିବା ଫସଲ ନିମନ୍ତେ ଏପର୍ଯ୍ୟନ୍ତ ତାଙ୍କର କୋ÷ଣସି ଥଇଥାନ ସହାୟତା ପାଇପାରି ନାହାନ୍ତି । ଉପକୂଳବତର୍୍ ଇଲାକା ପ୍ରାୟ ୪ଗୋଟି ବ୍ଲକ୍ ଅଂଚଳରେ ମଧ୍ୟ ବହୁ ଚାଳ ଛପର ଘର ,ଆଜବେଷ୍ଟ୍ ଗୃହ ଉପରେ ଗଛ ପଡ଼ି ଭାଙ୍ଗି ରୁଜି ଯାଇଥିଲା । ଜିଲ୍ଲାର ପ୍ରାୟ ବିରିଡ଼ି , ରଘୁନାଥପୁର , ଜଗତସିଂହପୁର , ନାଉଗାଁ ଅଂଚଳରେ ବହୁ ବିଦୁ୍ୟତ୍ ଖୁଂଟ ଓ ଦୋକାନ ବଜାର ଭାଙ୍ଗି ଯାଇଥିଲା । ଏଥି ନିମନ୍ତେ ସଂମ୍ପୃକ୍ତ ତହସିଲ ଦ୍ୱାରା ଏକ ରିପୋର୍ଟ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ପ୍ରଦାନ କରାଯାଇଥିଲା । ହେଲେ ଏଯାଏ କୈାଣସି ସହାୟତା ରାଶି ଲୋକମାନଙ୍କୁ ସରକାର ଦେଇନଥିବାର ଜଣାଯାଏ । ଏବେ ଅମ୍ପନ ବାତ୍ୟା ଦ୍ୱାରା ମଧ୍ୟ ଜିଲ୍ଲ ।ରେ ପ୍ରାୟ ସବୁ ଖରାଟିଆ ଚାଷ କରାଯାଇଥିବା ପନିପରିବା ,ଲଭ୍କା , ତୈଳବୀଜ , ପାନ ବରଜ , ଆଖୁ ,ଆମ୍ବ , ପଣସ , କଦଳୀ ,ଅମୃତଭଣ୍ଡା , କାଜୁ ,ସଜନା ଇତ୍ୟାଦି ଫସଲ ବହୁ ମାତ୍ରାରେ ବର୍ଷା ଝଡ଼ରେ ପଚି ସଢି ଯାଇଛି । ଏଥିନିମନ୍ତେ ତହସିଲଦାର ଓ କୃଷି ବିଭାଗ ପକ୍ଷରୁ ଏଯାଏ କ୍ଷୟକ୍ଷତି ଆକଳନ ରିପୋର୍ଟ ସରକାରଙ୍କୁ ପ୍ରଦାନ କରାନଯିବା ସରକାରୀ କଳର ଟାଳଟୁଳନୀତି ବୋଲି କ୍ଷତି ଗ୍ରସ୍ତ ଚାଷୀଙ୍କ ପକ୍ଷରୁ ବ୍ୟାପକ ଅସନ୍ତୋଷ ବ୍ୟାପିଛି ।

Leave A Reply

Your email address will not be published.

three + three =