‘ଫନୀ’ ସହାୟତା ନପାଇ ଚାଷୀଙ୍କ ବ୍ଲକ ଘେରାଉ

ଜଗତସିଂପୁର: ଗତ ୨୦୧୯ ମସିହା ଅପ୍ରେଲ ମାସ ୨୯/୩୦ରେ ଘଟିଯାଇଥିବା ଫୋନୀ ଝଡ ତୋଫାନ ଦ୍ୱାରା ଜିଲ୍ଲାର ପ୍ରାୟ ୮ଗୋଟି ବ୍ଲକରେ ନାହିଁ ନଥିବା କ୍ଷତି ହୋଇଥିଲା । ବିଶେଷତଃ ରବି ଫସଲ ଓ ଖରାଟିଆ ପନିବରିବା ଫସଲ ବ୍ୟାପକ ଅଂଚଳରେ କ୍ଷୟ କ୍ଷତି ଘଟିଥିଲା, ଏଥିରେ ଚାଷୀଙ୍କ ମୁଗ, ଚିନା ବାଦାମ, ଆଖୁ, ଲଙ୍କା ମରିଚ, ସୂର୍ଯ୍ୟମୂଖି, ଟମାଟୋ, କୋବି, କାଜୁ, ନଡିଆ, ଗୁଆ ଭଳି ଅର୍ଥକାରୀ ଫସଲବ୍ୟାପକ ମାତ୍ରାରେ ନଷ୍ଟ ହୋଇଥିଲା । ଜିଲ୍ଲାର ବିରିଡି, ରଘୁନାଥପୁର, ଜଗିସିଂହପୁର, ନାଉଗାଁ ବ୍ଲକରେ ସର୍ବାଧିକ ଫସଲ ନଷ୍ଟ ହୋଇଥିଲା । ଏଥି ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାର ପକ୍ଷରୁ ଆର୍ଥିକ ସହାୟତା ଘୋଷଣା କରାଯାଇଥିଲା । ଜିଲ୍ଲାର ପ୍ରାୟ ୭୦ ହଜାର କୃଷକ ଏଥି ନିମନ୍ତେ ଜିଲ୍ଲା କୃଷି ବିଭାଗ ଓ ତହସିଲଦାରଙ୍କ ନିକଟରେ ନିଜର ଆବେଦନ ପତ୍ର ଦେଇଥିଲେ ମଧ୍ୟ ତାଙ୍କ ଆବେଦନ ପତ୍ରକୁ କିଛି ମୁନାଫରଖୋର କୃଷକସାଥି ଓ କୃଷି କର୍ମଚାରୀମାନେ ଆଦୌ ଚାଷୀଙ୍କ ଆବେଦନ ପତ୍ରକୁ ଗ୍ରହଣ କରିନଥିଲେ । ଏଥି ପାଇଁ ଗତ ୦୪ତାରିଖରେ ନାଉଗାଁ ବ୍ଲକରେ’ଫୋନୀ’ ସହାୟତା ପାଇପାରିନଥିବା ଚାଷୀଙ୍କ ପକ୍ଷରୁ ବ୍ଲକ କାର୍ଯ୍ୟାଳୟଠାରେ ଗଣ ଧାରଣା ଦେଇଥିଲେ । ଏହି ଅନିୟମିତାର ବିଧିବଧ ତଦନ୍ତ କରାଯାଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଚାଷୀମାନେ ବିଡିଓଙ୍କ ନିକଟରେ ଜିଲ୍ଲାପାଳଙ୍କ ଦୃଷ୍ଟି ନିକ୍ଷେପ ପାଇଁ ଏକ ଦାବି ପତ୍ର ପ୍ରଦାନ କରିଥିଲେ । କେତେକ କୃଷି ଅଧିକାରୀ ଓ ତହସିଲ କର୍ମଚାରୀ ମନଇଛା ଫନୀ ତାଲିକା କରିଛନ୍ତି । ତାଲିକାରେ ବହୁ ଯୋଗ୍ୟ ହିତାଧିକାରୀ ଏହି ତାଲିକାରୁ ବାଦ ପଡିଯାଇଛନ୍ତି । ଏହି ଫୋନୀ ଆର୍ଥିକ ସହାୟତା ତୁରନ୍ତ ପ୍ରଦାନ ନିମନ୍ତେ ଚାଷୀ ନେତା ଧୃବ ଚରଣ ପରିଡା, ଗଜରାଜପୁର ପଂଚାୟତର ପୂର୍ବତନ ସରପଂଚ ଆର୍ତତ୍ରାଣ ଦାସ, ନବ ନବନିର୍ମାଣ କୃଷକ ସଂଗଠନର ଜିଲ୍ଲା ସଂଯୋଜକ ଅଶୋକ ସ୍ୱାଇଁ, ବଂଶୀଧର ବେହେରା, ସୁବାସ ସ୍ୱାଇଁ, ଦୁର୍ଗାପ୍ରସାଦ ଆଚାର୍ଯ୍ୟ ପ୍ରମୂଖ ବହୁ ବିଶିଷ୍ଟ କୃଷକ ନେତା ଏଥିରେ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.

ten − 8 =