ଫାଇନାନ୍ସ ବ୍ୟାଙ୍କରୁ ୧୨କୋଟି ଟଙ୍କା ଡକାୟତି

କଟକ: କଟକର ଜନଗହଳିପୂର୍ଣ୍ଣ ନୟାସଡକସ୍ଥିତ ଆଇଆଇଏଫ୍ଏଲ ନାମକ ଏକ ଫାଇନାନ୍ସ କଂପାନିରୁ ଆଜି ସ୍ପଷ୍ଟ ଦିବାଲୋକରେ ୧୨କୋଟି ଟଙ୍କା ଡକାୟତି ହୋଇଛି । ଆଜି ସକାଳେ ଚାରିଜଣ ବନ୍ଧୁକଧାରୀ ଫାଇନାନ୍ସ କଂପାନି ଅଫିସ୍ ଭିତରେ କର୍ମଚାରୀମାନଙ୍କୁ ଭୟଭୀତ କରି ନଗଦ ୪ଲକ୍ଷ ଟଙ୍କା ସହ ୧୨କୋଟି ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିବା କୁହାଯାଇଛି । ସୂଚନା ଅନୁଯାୟୀ, ଆଜି ପୂର୍ବହ୍ନ ୧୦ଟା ୩୦ ମିନିଟ୍ ସମୟରେ କଟକ ନୟାସଡକ ସ୍ଥତ ଏହି ଘରୋଇ ଋଣ ଓ ନିବେଶ ସଂସ୍ଥା (ଆଇଆଇଏଫଏଲ)ରେ ବାଇକରେ ଆସିଥିବା ଚାରି ଯୁବକ ପ୍ରବେଶ କରିବା ସଙ୍ଗେ ସଙ୍ଗେ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଭୟଭିତ କରାଇବା ସହ ଲକରର ଚାବି ଛଡାଇନେଇଥିଲେ । ସେମାନେ ବ୍ୟାଙ୍କ ମ୍ୟାନେଜରଙ୍କ ସହ ଅନାନ୍ୟ କର୍ମଚାରୀମାନଙ୍କୁ ବାର୍ଥରୁମ୍ରେ ଭର୍ତିକରି ଲକରରୁ ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇ ଚାଲିଯାଇଥିଲେ । ମାତ୍ର ୧୦-୧୨ ମିନିଟ୍ ମଧ୍ୟରେ ସେମାନେ ପାଖାପାଖି ୧୨କୋଟିର ଟଙ୍କାର ବନ୍ଧକ ସୁନା ଓ ୪ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ଏହି ଡକାୟତି ଘଟଣା ସ୍ଥଳରେ ଲାଲବାଗ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ସିସିଟିଭ୍ ଫୁଟେଜ୍ ଜବତ କରିଛି । କମିଶନରେଟ ପୋଲିସ ୩ଟି ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଜାରୀ ରଖିଛି । କଟକ ସହରର ସମସ୍ତ ପ୍ରବେଶ ଓ ପ୍ରସ୍ତାନ ପଥକୁ ସିଲ୍କରି ଦେବା ସହ ଯାଞ୍ଚ ବ୍ୟବସ୍ଥାକୁ କଡା କଡି କରିଛି । ପଡୋଶି ଜଗସିଂହପୁର , ଯାଜପୁର ଓ କେନ୍ଦ୍ରାପଡା ଜିଲ୍ଲାରେ ମଧ୍ୟ ଯାଞ୍ଚ ବ୍ୟବସ୍ଥାକୁ କଡା କଡି କରାଯାଇଛି । ଉଭୟ ପୋଲିସ କମିଶନର ଓ ଡିସିପି ଘଟଣାସ୍ଥଳରେ ତଦନ୍ତକୁ ତ୍ୱରାନ୍ୱିତ କରିଛନ୍ତି । ସୂଚନାଯୋଗ୍ୟ ଯେ, ଘରୋଇ ବ୍ୟାଙ୍କରେ ଆଲାରାମ ଓ ସିକୁ୍ୟରିଟି ବ୍ୟବସ୍ଥା ନଥିବା ବେଳେ ସିସିଟିଭି କାମ କରୁନଥିବା କୁହାଯାଇଛି । ପାଖ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଜାରୀ ରଖିଥିଲା ବେଳେ ବ୍ୟାଙ୍କ କର୍ମଚାରୀମାନଙ୍କୁ ମଧ୍ୟ ଜେରା କରିଛି । ଏହି ଘଟଣା ସହରରେ ଘୋର ଚାଞ୍ଚଲ୍ୟ ସୃଷ୍ଟି କରିଛି ।

Leave A Reply

Your email address will not be published.

20 − twelve =