ଫିନାଇଲ ପ୍ରସ୍ତୁତି ନିମନ୍ତେ ଆବଶ୍ୟକୀୟ ସାମଗ୍ରୀ ବଣ୍ଟନ

ଜୋଡ଼ା : ରାଜ୍ୟ ସରକାର ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ମିଶନଶକ୍ତି ମାଧ୍ୟମରେ ଅନେକ ଗୁଡିଏ ଯୋଜନା ପ୍ରଚଳନ କରି ଆସିଛନ୍ତି । ମହିଳାମାନେ ବିଭିନ୍ନ ବ୍ୟାଙ୍କରୁ ଋଣ ଆଣି କୁଟୀର ଶିଳ୍ପ ଜରିଆରେ ବେଶ ଦୁଇପଇସା ରୋଜଗାର କରି ପରିବାର ଚଳାଇବାରେ ସକ୍ଷମ ହୋଇପାରିଛନ୍ତି । ମହିଳାମାନଙ୍କର ଦୃଢ଼ ମନୋବଳ ଓ ଇଛା ଶକ୍ତିକୁ ସମ୍ମାନ ଦେଇ ଯୋଡ଼ା ବ୍ଲକ ତଥା ବଡ଼ବିଲ ତହସିଲ ଅନ୍ତର୍ଗତ ଟଣ୍ଟ ଗ୍ରାମରେ  ଅବସ୍ଥିତ ନର୍ଭେରାମ ଷ୍ଟିଲ ଏଣ୍ଡ ପାୱାର କମ୍ପାନୀ ସାହାଯ୍ୟର ହାତ ବଢ଼ାଇ ଥିବା ଦେଖିବାକୁ ମିଳିଛି । ଅନେକ ସମୟରେ ବ୍ୟବସାୟ ମାନ୍ଦା ଯୋଗୁଁ ବ୍ୟାଙ୍କ ଋଣ ସୁଝି ନପାରି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ କଳା ତାଲିକା ଭୁକ୍ତ ହେବାକୁ ପଡିଥାଏ । ଏହାକୁ ନଜରରେ ରଖି ଉକ୍ତ କମ୍ପାନୀ ପକ୍ଷରୁ ମହିଳା ମାନଙ୍କୁ କମ ସମୟରେ ଅଧିକ ରୋଜଗାରକ୍ଷମ କରାଇବା ନିମନ୍ତେ ଫିନାଇଲ ପ୍ରସ୍ତୁତ କରିବାକୁ ପ୍ରେରଣା ଦେଇଥିଲେ । ଏଥି ନିମନ୍ତେ ଆବଶ୍ୟକୀୟ ତାଲିମ ଓ ସମସ୍ତ ଉପକରଣ ଯୋଗାଇ ଦେବାକୁ କମ୍ପାନୀ ପ୍ରତିଶୃତି ଦେଇଥିଲା । ଭଦ୍ରାସାହି ପଂଚାୟତରେ ଅବସ୍ଥିତ ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକୁ ଏ ସମ୍ପର୍କରେ ଅବଗତ କରାଇବା ପରେ ମହିଳାମାନେ ଫିନାଇଲ ପ୍ରସ୍ତୁତ ଦ୍ୱାରା ବେଶ ଦୁଇପାଇସା ରୋଜଗାର ହୋଇପାରିବ ବୋଲି ଉପଲବଧି କରିପାରିଥିଲେ । ପରବର୍ତ୍ତୀ ସମୟରେ ମହିଳାମାନେ ନର୍ଭେରାମ କମ୍ପାନୀ ଅଧିକାରୀ ମାନଙ୍କୁ ଫିନାଇଲ ପ୍ରସ୍ତୁତ ନିମନ୍ତେ ଟ୍ରେନିଂ ନେବାକୁ ଅନୁରୋଧ କରିଥିଲେ । କମ୍ପାନୀ ମହିଳା ମାନଙ୍କର ଅନୁରୋଧ ରକ୍ଷା କରି ସୁଦୂର ରାଉଳକେଲାରୁ ଜଣେ ଟ୍ରେନରଙ୍କୁ ଆଣି ମହିଳାମାନଙ୍କୁ ତାଲିମ ଦେଇଥିଲେ । ମହିଳାମାନେ ଫିନାଇଲ ତିଆରି କରିବାର ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ଜାଣିଜିବା ପରେ ଆଜି ଶନିବାର ଅପରାହ୍ନରେ କମ୍ପାନୀ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଭଦ୍ରାସାହି  ପଂଚାୟତର ଚାରୋଟି ସ୍ୱୟଂ ସହାୟକ ଗୋଷ୍ଠୀ ତଥା ମା ଗଜଲଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀ ( ଝାଡ଼ଗାଁ ) , ମା ସନ୍ତୋଶି ସ୍ୱୟଂ ସହାୟକ ଗୋଷ୍ଠୀ ( ଭୁସଗାଁ) , ମା ଗୋଜବାୟାଣୀ ସ୍ୱୟଂ ସହାୟକ ଗୋଷ୍ଠୀ ( ଭଦ୍ରାସାହି ) ଓ ଜୟ ଜଗନ୍ନାଥ ସ୍ୱୟଂ ସହାୟକ ଗୋଷ୍ଠୀ ( ଟଣ୍ଟ)ର ମହିଳାମାନଙ୍କୁ ଫିନାଇଲ ପ୍ରସ୍ତୁତ ନିମନ୍ତେ ଆବଶ୍ୟକୀୟ କେମିକାଲ , ସେଣ୍ଟ , ବୋତଲ , ଗାଙ୍ଗୁଲା , ମଗ ଇତ୍ୟାଦି ବିନା ମୂଲ୍ୟରେ ପ୍ରଦାନ କରିଥିବା ଦେଖିବାକୁ ମିଳିଛି । ମହିଳା ମାନଙ୍କୁ ପ୍ରଥମ ପୁଞ୍ଜି ଭାବେ ଉକ୍ତ ସାମଗ୍ରୀ କମ୍ପାନୀ ପକ୍ଷରୁ ଯୋଗାଇ ଦିଆଯାଇଛି । ସେମାନେ ଫିନାଇଲ ପ୍ରସ୍ତୁତ କରି ବଜାରରେ ବିକ୍ରି କରିବାକୁ ପରାମର୍ଶ ଦିଆଯାଇଛି । ଯଦି ମହିଳାମାନେ ଏହାକୁ ସଠିକ ମୂଲ୍ୟରେ ବିକ୍ରି କରି ନପାରନ୍ତି ତେବେ କମ୍ପାନୀ ପକ୍ଷରୁ ଏହାକୁ ବିକ୍ରି କରିବାର ବ୍ୟବସ୍ଥା ମଧ୍ୟ କରାଯାଇଛି ବୋଲି  କମ୍ପାନୀର ମାନବ ସମ୍ବଳ ଅଧିକାରୀ ପିୟୁସ ପାଣ୍ଡେ ସୂଚନା ଦେଇଛନ୍ତି । ମା ମାନଙ୍କ ପ୍ରତି ଥିବା ଭଲପାଇବା ଓ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବାରେ ନର୍ଭେରାମ କମ୍ପାନୀ ଯେଉଁ ପଦକ୍ଷେପ ହାତକୁ ନେଇଛି ତାହା ଅତି ଉଚ୍ଚ କୋଟିର ଓ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଭଦ୍ରାସାହି ପଂଚାୟତର ସମିତିସଭ୍ୟ ଯଶୋବନ୍ତ ପାତ୍ର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । କମ୍ପାନୀ ଆମମାନଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ଅନେକ ଗୁଡିଏ ପଦକ୍ଷେପ ଗ୍ରହଣ କରିଛି । ସେଥିମଧ୍ୟରୁ ଫିନାଇଲ ପ୍ରସ୍ତୁତ କରିବା ଅନ୍ୟତମ । ଆଗାମୀ ଦିନରେ ଆମେ  ଫିନାଇଲ ପ୍ରସ୍ତୁତ କରି ବେଶ ଦୁଇପଇସା ରୋଜଗାର କରିପାରିବୁ ବୋଲି ଉପସ୍ଥିତ ଚାରିଗୋଟି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ କହିବା ସହିତ କମ୍ପାନୀର ସମସ୍ତ କର୍ମଚାରୀ ତଥା କମ୍ପାନୀର ଉପସଭାପତି ସଦାନନ୍ଦ ରଣା ଓ ମାନବ ସମ୍ବଳ ଅଧିକାରୀ ପିୟୁସ ପାଣ୍ଡେଙ୍କୁ ଧନ୍ୟବାଦ ଜଣାଇଥିଲେ ।

Leave A Reply

Your email address will not be published.

seventeen + 13 =