ଫେମିନାର ରେ ସ୍ଥାନ ପାଇଛି ଜୟନ୍ତୀଙ୍କ ନାଁ

ମାଲକାନଗିରି : ଫୋବର୍ସ ଇଣ୍ଡିଆ ମାଗାଜିନ ପରେ ଏବେ ଫେମିନାର ଫେବ୍-୬୫ ତାଲିକାରେ ସ୍ଥାନ ପାଇଛନ୍ତି ଉପାନ୍ତ ଜିଲ୍ଲା ମାଲକାନଗିରିର ଆଦିବାସୀ ଝିଅ ଜୟନ୍ତୀ ବୁରୁଦା । ଜୟନ୍ତୀ ମାଲକାନଗିରି ଜିଲ୍ଲାର ପ୍ରଥମ ମହିଳା ସାମ୍ବାଦିକ ତଥା ଜଣେ ଆଦିବାସୀ ମହିଳା ସମାଜସେବୀ ଭାବେ ତାଙ୍କ ଜୀବନ କାହାଣୀ ଫେମିନାର ଡିସେମ୍ବର ସଂସ୍କରଣରେ ସ୍ଥାନ ପାଇଛି । ପୁର୍ବରୁ ଜଙ୍ଗଲରାଣୀ ଓ ବଡଦିଦି ଭାବେ ବେଶରେ ପରିଚିତ ଜୟନ୍ତୀଙ୍କୁ ପୁଣି ଏବେ ଏହି ନୁଆ ଉପଲବ୍ଧି ଲାଗି ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳିଛି । ଫେମିନା ପକ୍ଷରୁ ୬୫ ତମ ପ୍ରକାଶିତ ତାଲିକାରେ ଦେଶର ଅନେକ ଶକ୍ତିଶାଳୀ ମହିଳା ସ୍ଥାନ ପାଇଛନ୍ତି । ଯାହା ମଧ୍ୟରେ  ରହିଛନ୍ତି  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ, ଶିଳ୍ପପତି ନିତା ଅମ୍ବାନି ଓ କିରଣ ରାଓ । ଜୟନ୍ତୀ (ଏଫ୍ ଦବ୍ଲୁ ଏମ ଆଇ) ଓମେନ ଏଣ୍ଡ ନେଟୱାର୍କରେ ଫିଲୋସିପ୍ କରିଛନ୍ତି । ପରେ ଜଙ୍ଗଲରାଣୀ ଅଭିଯାନ ଆରମ୍ଭ କରି ଆଦିବାସୀ ସଂସ୍କୃତି ଓ ପରମ୍ପରା ଲୋକ ଲୋଚନ କୁ ଆଣିଥିଲେ । ପରେ ପରେ ଦୁର୍ଗମ ଅଞ୍ଚଳର ଆଦିବାସୀ ଝିଅଙ୍କୁ ଟେକ୍ନୋଲୋଜି ବିଷୟରେ ଶିକ୍ଷା ଦେଉଥିଲେ । ଗତ ଛଅ ବର୍ଷ ଧରି ବଡଦିଦି ସଂଗଠନ କରି ଆଦିବାସୀ ମହିଳାଙ୍କୁ ଋତୁସ୍ରାବ ବିଷୟରେ ସଚେତନ କରୁଛନ୍ତି । ବଣ୍ଡା ଘାଟି ଚିତ୍ରକୋଣ୍ଡାର ସ୍ବାଭିମାନ ଅଞ୍ଚଳରେ  ଅନେକ “ପ୍ୟାଡ୍ ବ୍ୟାଙ୍କ” ତିଆରି କରିଛନ୍ତି ଜୟନ୍ତୀ । ହେଲେ ଏତେ ସବୁ ପରେ ମଧ୍ୟ ଆଗକୁ ଆହୁରି ଅନେକ କିଛି କରିବାକୁ ବାକି ରହିଛି ବୋଲି ପ୍ରତିକ୍ରିୟାରେ ଜୟନ୍ତୀ  କହିଛନ୍ତି ।

Leave A Reply

Your email address will not be published.

8 − six =