ବିଞ୍ଝାପୁର,୧୧ ।୦୬(ନି.ପ୍ର.): ବିଞ୍ଝାରପୁର ଥାନା ଅନ୍ତର୍ଗତ ଆଉଁରୀ କ୍ୱାରେଣ୍ଟାଇନ ସେଣ୍ଟରରୁ ମୋବାଇଲ ଚୋରି ଅଭିଯୋଗ ସନ୍ଦେହରେ ବିଞ୍ଝାରପୁର ଥାନାରେ ଅଟକ ରଖାଯାଇଥିବା ସିଂହପୁର ଗ୍ରାମର ଅମୀୟ ପାଢୀ(ଗୋଉରା)କୁ ପୋଲିସ ୮ ତରିଖ ରାତିରେ ଥାନା ହାଜତରେ ରଖିଥିଲେ । ଗତକାଲି ରାତି ୨ଟା ସମୟରେ ଥାନା ହାଜତରୁ ଅମୀୟ ଫେରାର ହୋଇଯାଇଥିଲା । ପୋଲିସ ଏହାର ଗତିବିଧିକୁ ଲକ୍ଷରଖି ନିଜ ଗ୍ରାମ ସିଂହପୁରରେ ପହଂଚିଥିଲେ । ପୋଲିସ ଛାନଭିନ କରି ଘରନିକଟରୁ କିଛି ଦୁରରେ ଥିବା ବୁଦା ଭିତରେ ଲୁଚିଥିବା ବେଳେ ଅମୀୟକୁ ଆଜି ମଧ୍ୟାହ୍ନରେ ଧରିଥିଲେ । ବିଞ୍ଝାରପୁର ଥାନା ଅଧିକାରୀ ଶିବଚରଣ ବେହେରା, ଜରୀ ପାଣ୍ଡି ଅଧିକାରୀ ଅଶୋକ ସ୍ୱାଇଁ ଓ କର୍ମଚାରୀଙ୍କ ସହଯୋଗରେ ଅଭିଯୁକ୍ତକୁ ଧରିଥିଲେ । ଫେରାର ଅଭିଯୋଗରେ ୧୫୭/୨୦ ମାମଲା ରୁଜୁକରାଯାଇଥିବା ଥାନା ଅଧିକାରୀ ଶିବ ଚରଣ ବେହେରା ସୂଚନା ଦେଇଛନ୍ତିା ଥାନାରୁ ଅଭିଯୁକ୍ତ ଫେରାର ହେବା ଘଟଣା ଏକ ବର୍ଷ ମଧ୍ୟରେ ଏହା ଦ୍ୱିତୀୟ ଥର ବୋଲି ଜଣାପଡିଛିା ତେବେ ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି । ଥାନାରେ ଅଭିଯୁକ୍ତ ଓ ଅନ୍ୟାନ୍ନ ସୁରକ୍ଷା ଦୃଷ୍ଟିରୁ ସିସି ଟିଭି ଲାଗିଥିଲାା ଏହଏହି ସିସି ଟିଭି କ୍ୟାମେରା ଖରାପ ଥିବା ଦର୍ଶାଯାଇ ସମସ୍ତ ସିସି ଟିଭିକୁ ବର୍ଷେ ହେବ ଖୋଲିଦିଆଯାଇଛିା ତେବେ ଯଦି ଏହି ସିସି ଟିଭି ଖରାପ ରହିଛି ତେବେ ଏହାର ମରାମତି ପରିବର୍ତେ ଥାନାରୁ ସମ୍ପୁର୍ଣ୍ଣ ଭାବେ ସିସି ଟିଭି ।ଉଠାଇ ଦିଆଯିବା ପଛର ରହସ୍ୟ କଣ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ଏଠାରେ ଲାଗିଥିବା ସିସିଟିଭି ଦ୍ୱାରା ଥାନା ଅଧିକାରୀ କର୍ମଚାରୀ ଓ ଅଭିଯୁକ୍ତଙ୍କ ଗତିବିଧି ଅନୁଧ୍ୟାନ କରିପାରୁଥିଲେ । ଖରାପ ଥିବା ସିସିଟିଭିକୁ ମରାମତି କରାଯାଇ ପୁଣି ସିସିଟିଭି ଲଗାଇବାକୁ ସାଧାରଣରେ ଦାବି ହେଉଛି ।