ଫ୍ଲାଏ ଓଭର କାର୍ଯ୍ୟ ଶେଷ ପାଇଁ ନିର୍ଧାରିତ ସମୟ ସୀମା ପୂର୍ବରୁ ସରିବା ନେଇ ବଢୁଛି ଅନିଶ୍ଚିତତା

କେନ୍ଦୁଝର/ ଯୋଡ଼ା : ଯୋଡ଼ା ପୌରପାଳିକାର ଡ଼ିଏଭି ସ୍କୁଲ ଠାରୁ କୁମାରଯୋଡ଼ା ସରକାରୀ ଡାକ୍ତରଖାନା ପର୍ଯ୍ୟନ୍ତ ନିର୍ମାଣ ଚାଲିଛି ଏହି ଫ୍ଲାଏ ଓଭର କାର୍ଯ୍ୟ। ୪.୮୭୫କିମି ର ଏହି ଫ୍ଲାଏ ଓଭରରେ ଉଭୟ ପାର୍ଶ୍ଵରେ ୨କିମି ରାସ୍ତା ଓ ପ୍ରାୟ ୩କିମି  ଫ୍ଲାଏ ଓଭର  କାର୍ଯ୍ୟ ହେବ। ଏହି କାର୍ଯ୍ୟ ପାଇଁ ସରକାରଙ୍କ ପକ୍ଷରୁ ୧୪୪କୋଟି ଟଙ୍କାର ଅନୁମୋଦନ ହୋଇଥିବା ବେଳେ କାର୍ଯ୍ୟରେ ଡ୍ରେନେଜ ଓ କଂକ୍ରିଟ ରୋଡ଼ପାଇଁ ଆହୁରି ଅର୍ଥ ବଢା ଯାଇଛି। କାର୍ଯ୍ୟ ଶେଷ ହେବାର ଶେଷ ସମୟ ସୀମା ସେପ୍ଟେମ୍ବର ମାସ ୨୦୨୩ ମସିହା ଦିଆଯାଇଥିଲା। ଏହି ଫ୍ଲାଏ ଓଭରକାର୍ଯ୍ୟ ବିଳମ୍ବ ଯୋଗୁଁ ରାସ୍ତାଟି ବହୁତ ଶୋଚନୀୟ ହେଇପଡିଛି। କାର୍ଯ୍ୟ ଚାଲୁ ରହିଥିବାରୁ ଖରାହେଲେ ଧୂଳି ବର୍ଷା, ହେଲେ କାଦୁଅ ହୋଇ ଜନ ସାଧାରଣ ଅସୁବିଧା ଭୋଗୁଛନ୍ତି। ବହୁ ପ୍ରତୀକ୍ଷିତ ଏହି ଫ୍ଲାଏ ଓଭର ହେଲେ ଯୋଡ଼ା ପୌରପାଳିକାର ଜନ ସାଧାରଣ ଧୂଳିରୁ ରକ୍ଷା ପାଇବା ସହ ଏହି ରାସ୍ତାରେ ଖଣିକମ୍ପାନୀ ଓ  କାରଖାନାଗୁଡ଼ିକର କଞ୍ଚାମାଲ ପରିବହନ ପାଇଁ  ଭାରିଜାନଗୁଡିକ ଚଳପ୍ରଚଳ ହେବ।ଏହା ସହିତ ଏହି ଫ୍ଲାଏ ଓଭରର ଉଭୟ ପାର୍ଶ୍ୱରେ ସର୍ଭିସ ରୋଡ଼  କାର୍ଯ୍ୟ ଶେଷହେଲେ ପୌରପାଳିକାର ଜନସାଧାରଣ ଦୈନଦିନ  ପିଲାମାନଙ୍କୁ ସ୍କୁଲ କଲେଜ ନେବା ଆଣିବା କରିବା ସହ,ବଜାର ଯିବା, ନିଜର ଚାକିରୀ  ଓ ବ୍ୟବସାୟକ୍ଷେତ୍ରକୁ ଯିବାଆସିବା କରିପାରିବେ। କିନ୍ତୁ ପୌରପାଳିକା ପାଇଁ ଜୀବନ ରେଖା କୁହାଯାଉଥିବା ଏହି ଫ୍ଲାଏ ଓଭରର କାର୍ଯ୍ୟରେ ବହୁତ କମ ଲୋକ ଓ ଆବଶ୍ୟକଠାରୁ କମ ମେସିନାରୀ  କାର୍ଯ୍ୟକରୁଥିବାରୁ ଏହି କାର୍ଯ୍ୟ ହେବାରେ ବହୁ ବିଳମ୍ବ ଘଟିବା ସହ ପଥଚାରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାସହିତ ଉଭୟ ପାର୍ଶ୍ୱରେ ହେଉଥିବା ସର୍ଭିସରୋଡ଼ କେଉଁଠାରେ ଅଣ ଓସାର ଓ କେଉଁଠାରେ ଆବଶ୍ୟକଠାରୁ ଅଧିକ ଓସାର ହେବାଦ୍ବାରା କାର୍ଯ୍ୟ ଶେଷହେଲେ ଗାଡି ଚଳା ଚଳରେ ବହୁ ଟ୍ରାଫିକ ସମସ୍ୟା ହେବବୋଲି ସାଧାରଣରେ ଆଲୋଚନା ହେଉଛି। ଗୋଟିଏ ମାସ ପାଇଁ ଏହି ରାସ୍ତାରେ ମାଲ ପରିବହନ ବନ୍ଦ ରଖି ଫ୍ଲାଏ ଓଭରର ଉପରିଭାଗର  କାର୍ଯ୍ୟ ଶୀଘ୍ର ଶେଷକରିବାକୁ  ପ୍ରଶାସନ ତରଫରୁ ଅବଧି ଥିଲେ ମଧ୍ୟ କାଳକ୍ରମେ ଧୀମାକାର୍ଯ୍ୟ ଯୋଗୁଁ ଏହି ଅବଧି ବଢିବାରେ ଲାଗିଛି।ଏହିରାସ୍ତାଟିର ନିର୍ମାଣ କାର୍ଯ୍ୟ ଓବିସିସି ଠାରୁ  ଗୁଜୁରାଟ ଅହମଦାବାଦର ଚେଭରକ୍ସ ନାମକ ଠିକା ସଂସ୍ଥା ନେଇ କାର୍ଯ୍ୟ କରୁଅଛି। ଏହି ଚେଭରକ୍ସ କମ୍ପାନୀ ପୌରପାଳିକାରେ  ଆହୁରି ଅନେକ ସରକାରୀ ଓ ବେସରକାରୀ ସଂସ୍ଥାରୁ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ନିଜ ହାତକୁ ନେଇ ଥିବାରୁ  ମାନବ ସମ୍ବଳ କମ ଥିବାରୁ କାର୍ଯ୍ୟ ଶେଷ ହେବାରେ ବହୁ ବିଳମ୍ବ ହେବା ସହ  ନିଧିଷ୍ଟ ସମୟରେ ଶେଷହେବାର ଅନିଶ୍ଚିତତା ଦେଖାଦେଇଛି।

Leave A Reply

Your email address will not be published.

four × 3 =