ଭୁବନେଶ୍ୱର- ଆସନ୍ତା ୯ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ । ଏହାର ପ୍ରଭାବରେ ଝଡ ତୋଫାନ ,ବର୍ଷା ସହ ବଜ୍ରପାତ ନେଇ ୧୩ ଜିଲ୍ଲାକୁ ସର୍ତକ ସୂଚନା ଜାରି କରାଯାଇଛି । ଜଗତସିଂହପୁର, ପୁରୀ, ଗଞ୍ଜାମ ଓ ସୁନ୍ଦରଗଡ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିର୍ଂ ଜାରି କରାଯାଇଥିବା ବେଳେ କେନ୍ଦୁଝର, କଟକ ,ପୁରୀ ,ଖୋର୍ଦ୍ଧା, ମୟୂରଭଞ୍ଜ, କେନ୍ଦ୍ରାପଡା, ଜଗତସିଂହପୁର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର । ୧୨ ତାରିଖ ପରେ ପାଗରେ ପରିବର୍ତନ ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।