ବଜାର ଲୁଟର ମାସକ ପରେ ମାଷ୍ଟରମାଇଣ୍ଡ୍ ଗିରଫ

ଢେ଼ଙ୍କାନାଳ: ଢେ଼ଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଇଲାକା ନିମବାହାଳି ବଜାରରେ ଲୁଟ୍ ଘଟଣାରେ ପୋଲିସକୁ ବଡ଼ ସଫଳତା ମିଳିଛି । ପୂର୍ବରୁ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ପୋଲିସ ଘଟଣାର ମାସଙ୍କ ପରେ ମୁଖ୍ୟ ଅଭିଯୁକ୍ତକୁ କାବୁ କରିଛି । ଗିରଫ ମାଷ୍ଟର୍ମାଇଣ୍ଡ ବାଫି ଓରଫ ସତ୍ୟବ୍ରତ ନାୟକ, ତା’ର ଘରେ ଭଦ୍ରକ ଅଂଚଳରେ । ତଦପନ୍ତରେ ବାଧା ସୃଷ୍ଟି ହେବା ଆଶଙ୍କା କରି ପୋଲିସ ସମ୍ପୂର୍ଣ୍ଣ ତଥ୍ୟ ଗୋପନ ରଖିଛି । ଅଭିଯୁକ୍ତଠାରୁ ପୋଲିସ ନଗଦ ୫ ଲକ୍ଷ ୮୦ ହଜାର ଟଙ୍କା ଜବତ କରିଛି । ଏହାଛଡ଼ା ୪ଟି ଦାମୀ ମୋବାଇଲ୍ ଫୋନ୍, ୧ ଲକ୍ଷ ୧୫ ହଜାର ଟଙ୍କା ମୂଲ୍ୟର ସୁନାର ଚେନ୍, ଲକେଟ, ଲକେଟ ବଲ୍ ଓ ସୁନା ଫାସିଆ ଜବତ । ହୋଇଛି ଅଭିଯୁକ୍ତ ବାପି ନା’ରେ ରାଜ୍ୟର ବିଭିନ୍ନ ଥାନାରେ ଥିବା ୨୫ଟି ମାମଲାରେ ବାପି ଅଭିଯୁକ୍ତ ଥିବା ପୋଲିସ ଶୁକ୍ରବାର ସୂଚନା ଦେଇଛି । ମୋଟ୍ ୨୬ ଲକ୍ଷ ୫୭ ହଜାର ଟଙ୍କା ଲୁଟ୍ ହୋଇଥିବା ବେଳେ ବିଭିନ୍ନ ପର୍ଯ୍ୟାୟରେ ପୋଲିସ ଅଭିଯୁକ୍ତଙ୍କଠାରୁ ୧୦ ଲକ୍ଷ ୨୬ ହଜାର ଟଙ୍କାର ଉଦ୍ଧାର କରିଛି । ପ୍ରକାଶ ଯେ, ଗତବର୍ଷ ଡିସେମ୍ବର ୧୪ ତାରିଖ ମଧ୍ୟ ରାତ୍ରିରେ ଦୃର୍ବୃତମାନେ ନିମବାହାଳି ଷ୍ଟେଟବ୍ୟାଙ୍କ ଏଟିଏମ୍ କାଟି ଲୁଟପାଟ କରିଥିଲେ । ଗ୍ୟାସ୍ କଟର୍ରେ ଗ୍ୟାସ୍ ଚାମ୍ବର କାଟି ୨୬ ଲକ୍ଷ ୫୬ ହଜାର ଟଙ୍କା ଲୁଟି ନେଇଥିଲେ । ଘଟଣାରେ ଦୁଇ ଜଣ ମୁଖ୍ୟ ଅଭିଯୁକ୍ତ ରହିଥିବା ବେଳେ ସ୍ଥାନୀୟ ମୋଟଙ୍ଗା ଗାଁର ୪ ଜଣ ଯୁବକ ସେମାନଙ୍କୁ ସହଯୋଗ କରିଥିଲେ । ଡିସେମ୍ବର ୨୦ ତାରିଖରେ ମୋଟଙ୍ଗା ଗାଁରୁ ଶୁଭମ ବେହେରା (ବାବୁଲ), ସଂକେତ ବେହେରା (ବଂଟି), ରତିକାନ୍ତ ସାହୁ (ଲିକୁନ) ଓ ବିଶ୍ୱଜିତ ନାୟକ (ବିଷୁ)ଙ୍କୁ ପୋଲିସ ଗିରଫ କରିଥିଲା । ସେମାନଙ୍କଠାରୁ ୨୧ ହଜାର ୫୦୦ ଟଙ୍କା, ୨ଟି ବାଇକ, ୨ଟି ଅକ୍ସିଜେନ ଗ୍ୟାସ ସିଲଣ୍ଡର, ଏକ ନୂଆ ମୋବାଇଲ ଜବତ କରିଥିଲା । ଜାନୁଆରୀ ୩ ତାରିଖରେ ରାଜ୍ୟ ବାହାରୁ ଅନ୍ୟତମ ମାଷ୍ଟର୍ମାଇଂଟ ରାଜୁ ଓରଫ ଅଜୟ ମହାନ୍ତିକୁ ପୋଲିସ ଗିରଫ କରିଥିଲା । ପୋଲିସ ତା’ଠାରୁ ୪.୨୫ ଲକ୍ଷ ଟଙ୍କା ସହ ଦାମୀ ମୋବାଇଲ୍ ଜବତ କରିଥିଲା । ଏହାର ୧୦ ଦିନ ପରେ ପୋଲିସ ଅନ୍ୟତମ ଅଭିଯୁକ୍ତ ସତ୍ୟବ୍ରତକୁ ବାଲେଶ୍ୱର ଅଂଚଳ ଗିରଫ କରିଥିବା ଜଣାପଡିଛି । ଅଭିଯୁକ୍ତ ସତ୍ୟବ୍ରତକୁ ତିନି ଦିନ ପାଇଁ ରିମାଣ୍ଡରେ ଆଣିବାକୁ ପୋଲିସ ଆବେଦନ କରିଥିବା ଥାନା ଅଧିକାରିଣୀ ସରୋଜିନୀ ସାମାଡ଼ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

11 − 2 =