ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ଅନୁଭୂତ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ପ୍ରାୟ ସ୍ଥାନରେ ସର୍ବାଧିକ ତାପମାତ୍ରା ଖସିବ । ତେବେ ୨୪ ଘଂଟା ମଧ୍ୟରେ କାଳବୈଶାଖୀ ପ୍ରଭାବ ଅଧିକ ଅନୁଭୂତ ହେବାର ସମ୍ଭାବନା ରହିଛି । ଏଭଳି ଆକଳନ କରିଛି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର । କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ କେନ୍ଦୁଝର, ମୟୂରଭଞ୍ଜ, ଢ଼େଙ୍କାନାଳ, ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡା ଜଗତସିଂପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ, ଗଞ୍ଜମ, ଗଜପତି, ଅନୁଗୋଳ, କନ୍ଧାମାଳ, ବୌଦ୍ଧ, ରାୟଗଡା, ମାଲକାନଗିରି ଏବଂ କୋରାପୁଟର କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷାର ସମ୍ଭାବନା ରହିଛି । କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଏବଂ ଢ଼େଙ୍କାନାଳକୁ ମଧ୍ୟମ ଚେତାବନୀ (ଅରେଞ୍ଜ ୱାର୍ଣ୍ଣିଂ) ଜାରି କରାଯାଇଛି । ଉକ୍ତ ଜିଲ୍ଲାଗୁଡିକରେ ୫୦ରୁ ୬୦ କି.ମି ବେଗରେ ପବନ ବହିବ । ବଜ୍ରପାତ ସମୟରେ ଲୋକେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ବିଜୁଳି ଘଡଘଡି ସହ ବର୍ଷା ଯୋଗୁଁ ଶସ୍ୟକ୍ଷେତ୍ର କ୍ଷତି ହେବାର ଆଶଙ୍କା ରହିଛି । ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ, କ୍ଷତି ହେବାର ଆଶଙ୍କା ରହିଛି । ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ, ପୁରୀ, ଗଞ୍ଜାମ, ଗଜପତି, ଅନୁଗୋଳ, କନ୍ଧମାଳ, ବୌଦ୍ଧ, ରାୟଗଡ଼ା, ମାଲକାନଗିରି ଏବଂ କୋରାପୁଟକୁ ହାଲୁକା ଚେତାବନୀ (ୟେଲୋ ୱାର୍ଣ୍ଣିଂ) ଦିଆଯାଇଛି । ଗତ କିଛିଦିନ ହେଲା କାଳବୈଶାଖୀ ପ୍ରଭାବ ଯୋଗୁଁ ସର୍ବାଧିକ ତାପମାତ୍ରା ହ୍ରାସ ପାଇଛି । ବଲାଙ୍ଗୀରରେ ସର୍ବୋଚ୍ଚ ତାପମାତ୍ରା ୪୧.୪ ତାପମାତ୍ରା ହ୍ରାସ ପାଇଛି । ବଲାଙ୍ଗୀରରେ ସର୍ବୋଚ୍ଚ ତାପମାତ୍ରା ୪୧.୪ ଡିଗ୍ରୀ ଥିବା ବେଳେ ବୌଦ୍ଧରେ ୪୦.୮, ଭବାନୀପାଟଣାରେ ୪୦.୧ ଏବଂ ଟିଟିଲାଗଡରେ ୪୦ ଡିଗ୍ରୀ ପାରଦ ରହିଛି । ଭୁବନେଶ୍ୱରରେ ୩୯.୬ ଏବଂ କଟକରେ ୩୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ପାଣିପଗ କେନ୍ଦ୍ର ଆକଳନ ଅନୁଯାୟୀ ଆସନ୍ତା ୪ ଦନି ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବାଧିକ ତାପମାତ୍ରା ପ୍ରାୟ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଇସିବ । ରବିବାର ବାଲେଶ୍ୱର, ଅନୁଗୋଳ, ବାରିପଦା କେନ୍ଦୁଝର ଏବଂ ଦାରିଙ୍ଗବାଡିରେ ବର୍ଷା ହୋଇଛି । କାଳବୈଶାଖୀ ଜନିଜ ବଜ୍ରପାତ ଏବଂ ବର୍ଷାକୁ ଲକ୍ଷ୍ୟକରି ସତର୍କ ରହିବା ପାଇ୍ୟ ତ୍ଲତଲାପାଳଙ୍କୁ ସତର୍କ ରହିବା ପାଇଁ ସ୍ୱତନ୍ତ୍ର ରିଲିଫ୍ ଆୟୁକ୍ତ (ଏସଆରସି)ଙ୍କ ପକ୍ଷରୁ ପରରାର୍ଶ ଦିଆଯାଇଛି । ଦକ୍ଷିଣ ବାଙ୍ଗୋପସାଗର ତାଲିଡାନାଡୁ ଉପକୂଳରେ ଏକ ଭୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ମେ’ ୧୪ ବେଳକୁ ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ ବୋଲି ବିଶ୍ୱର କେତେକ ପାଣିପାଗ ଗବେଷଣା ସଂସ୍ଥା ଆକଳନ କରିଛନ୍ତି । ସମ୍ଭାବ୍ୟ ବାତ୍ୟା ସଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ଦେଇ ଯିବାର ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ଦେଇ ଯିବାର ସମ୍ଭାବନା ରହିଛି । ପାଣିପାଗ ବିଶେଷଜ୍ଞ ଶରତ କୁମାର ସାହୁ କହିଚନ୍ତି, ଏପ୍ରିଲ ଏବଂ ମେ ମାସରେ ଛୋଟ ଘୂର୍ଣ୍ଣିବଳୟ ସୃଷ୍ଟି ହୁଏ । ଏହା ଉପରେ ଏବେଠାରୁ ଆକଳନ କରିବା କଷ୍ଟ । ୮ ତାରିଖ ସୁଦ୍ଧା ସ୍ୱଷ୍ଟ ଭାବେ କୁହାଯାଇପାରିବ । ଏ ସଂକକ୍ରାନ୍ତରେ ଭାରତୀୟ ପାଣିପାଗ ବିଭାଗ କୁହାଯାଇପାରିବ । ଏ ସଂକ୍ରାନ୍ତରେ ଭାତୀୟ ପାଣିପାଗ ବିଭାଗ ପକ୍ଷରୁ କୌଣସି ଆକଳନ କରାଯାଇନାହିଁ ।