ବଡଗାଁ ଲକ୍ଡାଉନ୍

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ବଡଗାଁ ପଞ୍ଚାୟତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ଓ ଗତ ଦୁଇ ଦିନରେ ୨ଜଣ ସଂକ୍ରମିତଙ୍କ ମୃତ୍ୟୁ ପରେ ପଞ୍ଚାୟତରୁ ୩ଦିନ ପାଇଁ ଲକ୍ଡାଉନ୍ ଘୋଶଣା କରିଛନ୍ତି । ଆସନ୍ତା ୧୫ ରୁ ୧୭ ତାରିଖ ଯାଏଁ ସମସ୍ତ ଦୋକାନବଜାର, ବ୍ୟବସାୟିକ ପ୍ରତିଷ୍ଠାନ ସହ ସାଧାରଣ ଯାତାୟତ ବନ୍ଦ ରହିବ ।
ଏହା ସହ ସରପଞ୍ଚ ସର୍ବସାଧାରଣଙ୍କ ଉଦେ୍ଧଶ୍ୟରେ ଏ ସମ୍ପର୍କିତ ଏକ ନୋଟିସ୍ ଜାରି କରିଛନ୍ତି । ସେହିପରି କରୋନା ସଂକ୍ରମଣ ଏଡାଇବାକୁ ଆସନ୍ତା ୧୫ ଓ ୧୮ରେ ବସିବାକୁ ଥିବା ସପ୍ତାହିକ ହାଟ ବନ୍ଦ ରହିବ । ଏହି ସମୟରେ ଅତ୍ୟାବଶ୍ୟକ ସେବାକୁ କଟକଣା ମୁକ୍ତ କରାଯାଇଛି । ବଡଗାଁ ଅଞ୍ଚଳରେ ଗତ ସପ୍ତାହକ ମଧ୍ୟରେ ୫୦ରୁ ଉଦ୍ଧ୍ୱର୍ ସଂକ୍ରମିତ ଚିହ୍ନଟ ହେବା ପରେ ପଞ୍ଚାୟତ କର୍ତୁପକ୍ଷ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ।
ସୂଚନାଯୋଗ୍ୟ ଯେ, କରୋନାର ଦ୍ୱିତୀୟ ଲହରରେ ରାଜ୍ୟରେ ଲକ୍ଡାଉନ୍ ଘୋଷଣା ହେବାରେ ବଡ ଗ୍ରାମ ହେଉଛି ରାଜ୍ୟର ପ୍ରଥମ ଗ୍ରାମପଞ୍ଚାୟତ ।

Leave A Reply

Your email address will not be published.

sixteen − sixteen =