ବଢିବ +୨ ସିଟ୍ ସଂଖ୍ୟା : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ଯୁକ୍ତ ଦୁଇ ସିଟ୍ ସଂଖ୍ୟା ବଢିବ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି, ମାଟ୍ରିକ ପରୀକ୍ଷା ସଫଳତା ହାରକୁ ଦୃଷ୍ଟିରେ ରଖି ଯୁକ୍ତ ଦୁଇରେ ସିଟ ଅଭାବ ଦୂର କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି । ଏଣେ ୨୦୨୩-୨୪ ଶିକ୍ଷାବର୍ଷରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜର ପ୍ରଥମ ବର୍ଷ(ଏକାଦଶ ଶ୍ରେଣୀ)ରେ ନାମଲେଖା ପ୍ରକ୍ରିୟା ସୋମବାରରୁ ଆରମ୍ଭ ହୋଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଅଧୀନ ବିଦ୍ୟାଳୟର କଳା, ବିଜ୍ଞାନ, ବାଣିଜ୍ୟ, ଉପଶାସ୍ତ୍ରୀ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ନାମଲେଖା ହେବ । ପୂର୍ବାହ୍ନ ୧୧ଟାରେ ସାମ୍ସ ପୋର୍ଟାଲwww.samsodisha.gov.in ରେ କମନ୍ ଆପ୍ଲିକେସନ ଫର୍ମ (ସିଏଏଫ୍) ଉପଲବ୍ଧ ହେବ । ଆଗ୍ରହୀ ଛାତ୍ରଛାତ୍ରୀ ଜୁନ୍ ୨୦ ସୁଦ୍ଧା ନାମ ପଞ୍ଜୀକରଣ କରିପାରିବେ ଏବଂ ଜୁନ୍ ୨୮ ପୂର୍ବାହ୍ନ ୧୧ଟା ୪୫ରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ଜୁନ୍ ୨୯ରୁ ଜୁଲାଇ ୫ ମଧ୍ୟରେ ଅନୁଷ୍ଠିତ ହେବ । ଜୁଲାଇ ୧୩ରେ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇବ ଏବଂ ୧୪ରୁ ୧୭ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ରିପୋର୍ଟିଂ କରିବେ । ସ୍ପଟ୍ ନାମଲେଖା ପାଇଁ ଜୁଲାଇ ୧୯ରୁ ୨୧ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ଚଏସ୍ ଲକିଂ କରିପାରିବେ । ଜୁଲାଇ ୨୬ରେ ସ୍ପଟ୍ ସିଲେକସନ ତାଲିକା ପ୍ରକାଶ ପାଇବ । ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ଜୁଲାଇ ୨୬ ଓ ୨୭ରେ ଅନୁଷ୍ଠିତ ହେବ । ଜୁଲାଇ ୨୯ରୁ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି । ଏଥର କେବଳ ଅନ୍ଲାଇନ୍ ମାଧ୍ୟମରେ ନାମଲେଖା ଅନୁଷ୍ଠିତ ହେବ । ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ ଆବେଦନ ଫି’ ୨୦୦ ଓ ଏସ୍/ଏସ୍ଟି ବର୍ଗଙ୍କ ପାଇଁ ୧୦୦ ଟଙ୍କା ରଖାଯାଇଛି ।

Leave A Reply

Your email address will not be published.

thirteen − thirteen =