ବନ୍ଦ ହେଲା ବିଜୁ ଯୁବବାହିନୀ !

ଭୁବନେଶ୍ୱର: ରାଜ୍ୟରେ ବନ୍ଦହେଲା ବିଜୁ ଯୁବ ବାହିନୀ କାର୍ଯ୍ୟକ୍ରମ । ଚଳିତ ଆର୍ଥିକ ବର୍ଷ ବଜେଟ୍ରେ ବିଜୁ ଯୁବ ବାହିନୀ କାର୍ଯ୍ୟକ୍ରମ ପାଇଁ କୌଣସି ଅର୍ଥ ଅବସ୍ଥା କରାଯାଇ ନାହିଁ ତେଣୁ ବିଜୁ ଯୁବ ବାହିନୀର ଆଉ କୌଣସି କାର୍ଯ୍ୟକ୍ରମ ନାହିଁ ବୋଲି ବିଧାନସଭାରେ ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରାହ ସୂଚନା ଦେଇଛନ୍ତି ।
ବିଧାୟକ ଭବାନୀ ଭୋଇଙ୍କ ଏକ ପ୍ରଶ୍ନର ଲିଖିତ ଉତରରେ ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ, ଚଳିତ ଆଥିକ ବର୍ଷ ୨୦୨୦-୨୧ରେ ରାଜ୍ୟ ବଜେଟରେ ବିଜୁ ଯୁବ ବାହିନୀ ପାଇଁ ଅର୍ଥ ବ୍ୟବସ୍ଥା ନାହିଁ । ତେଣୁ ବିଜୁ ଯୁବ ବାହିନୀ ବର୍ତମାନ କାର୍ଯ୍ୟକ୍ଷମ ନାହିଁ ଓ ରାଜ୍ୟର କୌଣସି ଅଞ୍ଚଳରେ ଲୋକଙ୍କ ସ୍ୱାର୍ଥ ପାଇଁ କୌଣସି କାର୍ଯ୍ୟକ୍ରମ ବିଜୁ ଯୁବ ବାହିନୀ ଦ୍ୱାରା ବର୍ତମାନ କରାଯାଉ ନାହିଁ । ଚଳିତ ଆର୍ଥôକ ବର୍ଷରେ ବିଜୁ ଯୁବ ବାହିନୀ ପାଇଁ ବଜ୍ଟେ୍ରେ କୌଣସି ଅଞ୍ଚଳରେ ଲୋକଙ୍କ ସ୍ୱାର୍ଥ ପାଇଁ କୌଣସି କାର୍ଯ୍ୟକ୍ରମ ବିଜୁ ଯୁବ ବାହିନୀ ଦ୍ୱାରା ବର୍ତମାନ କରାଯାଉ ନାହିଁ । ତେଣୁ ଖର୍ଚ୍ଚର କୌଣସି ଅବକାଶ ନାହିଁ ।
ବିଜୁ ଯୁବ ବାହିନୀ ବନ୍ଦ ହେବାକୁ ନେଇ ବିରୋଧି ଦଳ ଗୁଡିକ ସରକାରଙ୍କୁ ଏନେଇ କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ କହିଛନ୍ତିି, ନିର୍ବାଚନ ସମୟରେ ନିଜ ସ୍ୱାର୍ଥ ସାକାର କରିବାକୁ ଏହାକୁ ଗଠନ କରିଥିଲେ । ଆମେ ଏହାକୁ ଗୁଣ୍ଡା ବାହିନୀ ବୋଲି କହୁଥିଲୁ । ନିର୍ବାଚନ ପରେ ଆଉ ଏହି ବାହିନୀର ଆବଶ୍ୟକତା ରହିଲା ନାହିଁ । ସରିବାରୁ ଏହାକୁ ବନ୍ଦ କଲେ । ସରକାର ସେ ଯୁବକମାନଙ୍କୁ କ୍ଷମା ମାଗନ୍ତୁ ।
ସୂଚନା ଯୋଗ୍ୟ, ଗତ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ସରକାର ଆରମ୍ଭ କରିଥିବା ୪୫୦ କୋଟି ଟଙ୍କାର ବିଜୁ ଯୁବ ବାହିନୀ’ ଯୋଜନାରେ ରାଜ୍ୟତମାମ ୨୨,୬୪ ଲକ୍ଷ ଯୁବକ ଯୁବତୀଙ୍କୁ ସ୍ୱେଚ୍ଛାସେବୀ ଭାବେ ସାମିଲ୍୍ କରାଯାଇଥିଲା । ମାତ୍ର ବିଜୁ ଯୁବ ବାହିନୀର ସ୍ୱେଚ୍ଛାସେବୀ ଚୟନ ପ୍ରକ୍ରିୟା ଦଳୀୟ ଭିତିରେ ହୋଇଥିବାରୁ ସେମାନେ ସମାଜର ପରିବର୍ତନ ବାହକ ଭାବେ ସାଧାରଣ ଲୋକଙ୍କ ପାଖରେ ଗ୍ରହଣୀୟ ହୋଇପାରିନଥିବା ଚର୍ଚ୍ଚା ହୋଇଥିଲା । ଯେଉଁଥିପାଇଁ ସରକାର ବିଜୁ ଯୁବ ବାହିନୀ ସ୍କିମ୍କୁ ଉଭୟ କଂଗ୍ରେସ ଓ ବିଜେପି ଜୋରଦାର ଢଙ୍ଗରେ ବିରୋଧ କରୁଥିଲେ ।
ଏପରିକି ବିଜେପିର ଅଭିରୋଗ ଆଧାରରେ ଅଡିଟ୍ ନସରିବା ପର୍ଯ୍ୟନ୍ତ ବିଜୁ ଯୁବ ବାହିନୀ ପାଣ୍ଠିରୁ ଅର୍ଥ ଖର୍ଚ୍ଚ ନକରିବାକୁ ସିଏଜି ମଧ୍ୟ ରାଜ୍ୟ ସରକାରଙ୍କୁ ତାଗିଦ୍ କରିଥିଲେ । ୨୦୧୮-୧୯ରେ ବିଜୁ ଯୁବ ବାହିନୀ ନାଁରେ ୧୨୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଏହାପର ଆର୍ଥିକ ର୍ବେର ୧୨୯ କୋଟି ଟଙ୍କାର ବ୍ୟୟବରାଦ ହୋଇଥିଲା ।

Leave A Reply

Your email address will not be published.

eighteen − 2 =