ବାରିପଦା: ତିରିଂ ବ୍ଲକର ସାନସାଦମ ଗ୍ରାମବାସୀ ବାଲିଆ ହାଁସଦା ଓ ମିରୁ ହାଁସଦାଙ୍କ ପୁଅ ବାସେତ ହାଁସଦା(୨୪)ଙ୍କ ବନ୍ଧରେ ବୁଡି ମୃତ୍ୟ ହୋଇଛି ।ପୋଖରିଆ ଗ୍ରାମର ବନ୍ଧରେ ବଳଦକୁ ଗାଧୋଇବା ସମୟରେ ପାଣିରେ ବୁଡି ମୃତ୍ୟୁ ବରଣ କରିଥିଲେ । ଉକ୍ତ ଦୁଃଖଦ ଘଟଣା ବିଷୟରେ ଖବର ପାଇ ଆଜି ମୟୁରଭ ବିଜେଡି ସଦର ସଭାପତି କାଶୀନାଥ ହେମ୍ବ୍ରମ ମୃତ ବାସେତଙ୍କ ପରିବାରବର୍ଗ ଓ ଅନ୍ୟାନ୍ୟ ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇବା ସହ ତାଙ୍କୁ ସରକାରଙ୍କ ତରଫରୁ ଅନୁକମ୍ପା ମୂଳକ ସହାୟତା ରାଶି ୪ଲକ୍ଷ ଟଙ୍କା କିପରି ଶୀଘ୍ର ମିଳିବ ସେ ବିଷୟରେ ସ୍ଥାନୀୟ ତହସିଲଦାର ଏବଂ ଅନ୍ୟାନ୍ୟ ସରକାରୀ କର୍ମଚାରୀଙ୍କ ସହ କଥା ହୋଇଥିଲେ ।ଶ୍ରୀ ହେମ୍ବ୍ରମଙ୍କ ସହ ଉକ୍ତ ଗ୍ରାମର ହାଡିରାମ ବାସ୍କେ, ବିଜୟ ହାଁସଦା,ଶୁକ୍ରା ବାସ୍କେ ସମେତ ବିଜେଡି ନେତା ଶୁଶୀଲ ହେମ୍ବ୍ରମ,ଦୀପକ ମିଶ୍ର, ଅମିତ ଶର୍ମା, ମୁନ୍ନା ଖାନ ଯୁବ ସଂଗଠକ ଗଣେଶ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଉକ୍ତ ପରିବାରକୁ ସମବେଦନା ଜଣାଇଥିଲେ ।