ଭୁବନେଶ୍ୱର: ବନ୍ୟାପ୍ରାଣୀ ସଂରକ୍ଷ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ‘ସେଭ୍ ଏଲିଫ୍ୟାଣ୍ଡ ଫାଉଣ୍ଡେସନ ଟ୍ରଷ୍ଟ’କୁ ଚଳିତବର୍ଷର ସମ୍ମାନଜକ ରାଜ୍ୟସ୍ତରୀୟ ବିଜୁ ପଟ୍ଟନାୟକ ପୁରସ୍କାର ପ୍ରଦାନ କରାଯାଇଛି । ୬୭ ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଏ ଦିଗରେ ଅନୁଷ୍ଠାନ ନିଷ୍କାନର ନିଷ୍ଠାପର ଉଦ୍ୟମକୁ ପ୍ରଶଂସା କରାଯାଇଛି । ପ୍ରକୃତି ଭବନ ଠାରେ ବନ୍ୟପ୍ରାଣୀ ସପ୍ତାହ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ, ଗୃହପାଳିତ ପଶୁଙ୍କୁ ଆମେ ଯେଉଁଭଳି ସ୍ନେହ ଓ ଆଦର ପ୍ରଦର୍ଶନ କରିଥାଉ ଜଙ୍ଗଲରେ ରହୁଥିବା ବନ୍ୟପ୍ରାଣୀଙ୍କ ପ୍ରତି ଆମ ଭିତରେ ସେହିଭଳି ଦୟା, କରୁଣା ଓ ଆଦର ରହିବା ଉଚିତ । ଗୁରୁତ୍ୱପୂର୍ଣ୍ଣ ବନ୍ୟପ୍ରାଣୀ ଥରେ ଲୋକ ପାଇଗଲେ ଆମ ଉତରପୁରୁଷ ମାନେ ସେମାନଙ୍କ ଦେଖି ପାରିବେ ନାହିଁ । ଏଥିପାଇଁ ସେମାନେ ଆମକୁ କ୍ଷମା ମଧ୍ୟ ଦେବାନାହିଁ । ବନ୍ୟପ୍ରାଣୀ ସୁରକ୍ଷା ଓ ସଂରକ୍ଷଣ କ୍ଷେତ୍ରସେ ସେ ଜନସାଧାରଣ ସହଯୋଗ କାମନା କରିଛନ୍ତି । ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ବନ୍ୟପ୍ରାଣୀ ସୁରକ୍ଷା, ସଂରକ୍ଷଣ ଓ ଅଭିବୃଦ୍ଧିକୁ ଗୁରୁତ୍ୱ ଦେଇ ଆସିଛନ୍ତି । ତାଙ୍କ ନିର୍ଦେଶ ଯୋଗୁଁ ଓଡ଼ିଶାର ଭୌଗଳିକ ଆୟତନର ୩୩.୧୫ ଭାଗ ଆଚ୍ଛାଦିତ ହୋଇପାରିଛି । ଯାହା ଜାତୀୟ ହାର ୨୪ ପ୍ରତିଶତ ଠାରୁ ଯଥେଷ୍ଟ ଅଧିକ । ରାଜ୍ୟର ବନାଂଚଳ ବହୁବିଧ ବନ୍ୟପ୍ରାଣୀ ଓ ଜୈବ ବିବିଧତାରେ ପରିପୂର୍ଣ୍ଣ । ଆମ ରାଜ୍ୟରେ ୨ ହଜାରରୁ ଅଧିକ ପ୍ରଜାତିର ଉଭିଦ ସହିତ ୧୧୪ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୫୩୭ ପ୍ରଜାତିର ପକ୍ଷୀ, ୨୯ ପ୍ରଜାତିର ଉଭୟଚର ପ୍ରାଣୀ ଏବଂ ୧୨୯ ପ୍ରକାରର ସରିସୃପ ଦେଖାଯାଆନ୍ତି । ବିଭିନ୍ନ ବନ୍ୟପ୍ରାଣୀ ଓ ଲୁପ୍ତପ୍ରାୟ ପ୍ରଜାତିଙ୍କୁ ସେମାନଙ୍କ ଆବସସ୍ଥଳୀ ବାହାରେ ସଂରକ୍ଷଣ ନିମନ୍ତେ ୧୯ଟି ଅଭୟାରଣ୍ୟ, ୩ଟି ହସ୍ତା ପ୍ରକଳ୍ପ, ୨ଟି ବ୍ୟାଘ୍ର ପ୍ରକଳ୍ପ, ଗୋଟିଏ ସଂରକ୍ଷିତ ଜୈବମଣ୍ଡଳ ଓ ଗୋଟିଏ ଜାତୀୟ ଉଦ୍ୟାନ ରହିଛି । ଅଧିକ ୩ଟି ଅଭାୟାରଣ୍ୟ ପ୍ରତିଷ୍ଠା, ସୁନାବେଢ଼ ।
ଅଭୟାରଣ୍ୟର ପରିସୀମା ୧୧୧ କିଲୋମିଟରକୁ ବୃଦ୍ଧି ପ୍ରସ୍ତାବ ବିଚାରାଧୀନ ଅଛି । ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ଉକôର୍ଷ ହାସଲ କରିଥିବା ଓ ବିଶେଷ ଅବଦାନ ପାଇଁ ବ୍ୟକ୍ତିବିଶେଷ ଓ ଗୋଷ୍ଠୀଙ୍କୁ ଦିଆଯାଉଥିବା ବିଜୁ ପଟ୍ଟନାୟକ ପୁରସ୍କାର ଏ ଦିଗରେ କାର୍ଯ୍ୟ କରୁଥିବା ବ୍ୟକ୍ତି ଓ ଅନୁଷ୍ଠାନକୁଡ଼ିକୁ ଅଧିକ କରିଛି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଆରୁଖ କହିଛନ୍ତି, ଚନ୍ଦକା-ଡମପଡ଼ା ବନ୍ୟାପ୍ରାଣୀ ଅଭୟାରଣ୍ୟ ମଧ୍ୟରେ କୁମାରଖୁଂଟି ସାଢେ଼ ଦଶ ହେକ୍ଟର ପରିମିତ ସ୍ଥାନରେ ପ୍ରାୟ ୬ କୋଟି ଟଙ୍କା ବ୍ୟୟରେ ହସ୍ତୀ ଥଇଥାନ କେନ୍ଦ୍ର ପାଇଁ ଭିତିପ୍ରସ୍ତର ସ୍ଥାପନ କରାଯାଇଛି । ଅନୁଗୋଳ, ଢେ଼ଙ୍କାନାଳ, ଆଠଗଡ଼, ବାରିପଦା ଓ ଖୋର୍ଦ୍ଧା ବନାଂଚଳ ଡିଭିଜନରେ ହସ୍ତୀ-ମାନବ ସଂଘର୍ଷକୁ କମାଇବା ପାଇଁ ଗଜବନ୍ଧୁ ଯୋଜନା ଆରମ୍ଭ କରାଯାଇଛି । ବନ ସୁରକ୍ଷା ସମିତି ପକ୍ଷରୁ ଜଣକୁ ଗଜବନ୍ଧୁ ଭାବେ ମାନ୍ୟତା ଦିଆଯିବ । ସେ ଏବାବଦରେ ୬ ମାସଆ ଶସ୍ୟ ଋତୁରେ ପାରିଶ୍ରମିକ । ରାଜ୍ୟରେ ହସ୍ତୀ ନିରୀକ୍ଷଣ ବ୍ୟବସ୍ଥା ଆରମ୍ଭ ହୋଇଛି । ମୁଖ୍ୟ ବନ୍ୟପ୍ରାଣୀ ତତ୍ୱାବଧାରକଙ୍କ କାର୍ଯ୍ୟାଳୟରେ ଏଥିପାଇଁ ଏକ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି । କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଆରୁଖ ମୁଖ୍ୟମନ୍ତ୍ରୀଙ୍କ ୫-ଟି ମନ୍ତ୍ର ଅନୁଯାୟୀ ପ୍ରସ୍ତୁତ କରାଯାଇଥିବା ‘ଅନୁକମ୍ପା’ ପୋର୍ଟର୍ାଲ ଉନ୍ମୋଚନ କରିଥିଲେ । ଏହି ପୋର୍ଟାଲ ଜରିଆରେ ଅନୁକମ୍ପାମୂଳକ କ୍ଷତିପୂରଣ ପାଇଁ ପଞ୍ଜୀକରଣ କରାଯିବ ।
ଏହାବ୍ୟତୀତ ସେ ୱାଇଲ୍ଡଲାଇଫ ଓଡ଼ିଶା-୨୦୨୦, ବାର୍ଷିକ ରିପୋର୍ଟ, କଫିଟେବୁଲ ବୁକ ଅନ ଇକୋ ଟୁରିଜମ, ଏନଡବ୍ଲୁସିଏସଓ ନୁ୍ୟଜ ଲେଟର ଉନ୍ମୋଚନ କରିଥିଲେ । ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ୫-ଟି ମନ୍ତ୍ର ବିଭାଗର ସମସ୍ତ କାର୍ଯ୍ୟକ୍ରମରେ ପ୍ରତିଫଳିତ ହେବ । ଉପରେ ଗୁରୁତ୍ୱ ଦେଇଥିଲେ । ୨୦୧୮ରେ ଭୁବନେଶ୍ୱରରେ ଅନୁÂିତ ବିଶ୍ୱକପ ହକିରେ ଅଲିଭ ରିଡ୍ଲେକୁ ମାସ୍କଟ ଭାବେ ବିଶ୍ୱବ୍ୟାପୀ ଖ୍ୟାତି ମିଳିପାରିଛି ବୋଲି ପ୍ରକାକା କରିଥିଲେ । ସ୍ୱାଗତ ଭାଷଣ ଦେଇଥିଲେ ମୁଖ୍ୟ ବନ୍ୟାପ୍ରାଣୀ ତତ୍ୱାବଧାରକ ହରିଶଙ୍କର ଉପାଧ୍ୟାୟ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ସନ୍ଦୀପ ତ୍ରିପାଠୀ ଓ ବିଭାଗରେର ଅଧିକାରୀମାନେ ଯୋଗ ଦେଇଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ଅତିରିକ୍ତ ମୁଖ୍ୟ ବନ୍ୟପ୍ରାଣୀ ତତ୍ୱାବଧାରକ ଶଶି ପଲ ।