ଭୁବନେଶ୍ୱର: ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଓ ଭଣ୍ଡାରିପୋଖରି ବିଭିନ୍ନ ବନ୍ୟା ପ୍ରପିଡିତ ଅଞ୍ଚଳରେ ଯୁବ କଂଗ୍ରେସ ପକ୍ଷରୁ ରିଲିଫ ବଂଟନ କରାଯାଇଛି । ରାଜ୍ୟ ଯୁବ କଂଗ୍ରେସ ସଭାପତି ଡଃ ସ୍ମୁତି ରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଚାନ୍ଦବାଲି ଓ ଭଣ୍ଡାରିପୋଖରୀର ବିଭିନ୍ନ ପଞ୍ଚାୟତ ତଥା ନପଙ୍ଗ, ବାଲିପୋଖରୀ, ରହଣିଆ, ମାଲଗା, ପୁରୀ ଗାଁ, ଗୋଲାମପୁରୁ, ମଞ୍ଚୁରୀ ପଞ୍ଚାୟତରେ ଜଳବନ୍ଦିଥିବା ଜନସାଧାରଣଙ୍କ ସମସ୍ୟା ବୁଝିବା ସହ ରିଲିଫ ବଂଟନ କରିଥିଲେ । ସେହିପରି ବନ୍ୟାରେ ମୃତ ହରିହର ସାମଲଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ତୁରନ୍ତ ବିପନ୍ନ ପରିବାରଙ୍କୁ ଅନୁକମ୍ପା ମୂଳକ ସହାୟତା ଯୋଗାଇଦେବାକୁ ଦାବୀ କରିଛନ୍ତି । ଆହୁରି ମଧ୍ୟ ବନ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଏବଂ ବନ୍ୟା ପିଡିତ ଜନସାଧାରଣଙ୍କୁ ତୁରନ୍ତ ସମସ୍ତ ସହାୟତା ଯୋଗାଇଦେବାକୁ ସଭାପତି ଡଃ ଲେଙ୍କା ଦୃଢ ଦାବୀ କରିଛନ୍ତି । ଏହି ରିଲିଫ ସାମଗ୍ରୀ ବଂଟନ ପ୍ରତ୍ିନିଧି ଦଳରେ ଯୁବନେତା ନଳିନୀ କାନ୍ତ ନାୟକ, ଗ୍ୟାନ ରଞ୍ଜନ ରାଉତ, ବଳରାମ ରାଉତ, ପୃଥିରାଜ ରାଉତ, ସୁବ୍ରତ ବେହୁରା,ପ୍ରଦୁମ୍ନ ଦାସ, ବିଜୟ ଶଙ୍କର ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ ।