ବନ୍ୟାର ସପଂଳ ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନକୁ ପ୍ରଶଂସା

ଯାଜପୁର: ଅଗଷ୍ଟ ୨୦୨୦ ରେ ଅନୁଷ୍ଠିତ ପ୍ରଳୟକାରୀ ବନ୍ୟାକୁ ପରିଚାଳନା କରିବାରେ ଜିଲ୍ଲା ପ୍ରଶାସନ ସପଂଳ ହୋଇଚ୍ଥି । ସମୟୋପଯୋଗୀ ପଦକ୍ଷେପ ଓ ଅଧିକାରୀ ମାନଙ୍କର ନିଷ୍ଠାପର କର୍ତବ୍ୟ ଯୋଗୁଁ ଏହା ସପଂଳ ହୋଇପାରିଚ୍ଥି ବୋଲି କହିବା ସହ ଜିଲ୍ଲା ପ୍ରଶାସନକୁ ପ୍ରଶଂସା କରିଚ୍ଥନ୍ତି ରାଜ୍ୟ ମୁଖ୍ୟ ସଚିବ ଅସିତ ତ୍ରିପାଠୀ ଓ ରାଜ୍ୟ ସାହାଯ୍ୟ ଆୟୁକ୍ତ ପ୍ରଦୀପ କୁମାର ଜେନା । ମଙ୍ଗଳବାର କୋଭିଡ ଓ ବନ୍ୟା ପରିଚାଳନା ସଂପର୍କରେ ସମୀକ୍ଷା କରିବାକୁ ଆସିଥିବା ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ କୁମାର ଶର୍ମା ଏହା ପ୍ରକାଶ କରିଚ୍ଥନ୍ତି ଯେ, ଉଭୟ ମୁଖ୍ୟ ସଚିବ ଓ ଏସ୍.ଆର.ସି. ସେମାନଙ୍କର କୃତଜ୍ଞତା ଓ ପ୍ରଶଂସା ଜିଲ୍ଲା ପ୍ରଶାସନକୁ ଜଣାଇବାକୁ ଶ୍ରୀ ଶର୍ମାକୁ ସୂଚନା ଦେଇଥିଲେ । ଜିଲ୍ଲା ପ୍ରଶାସନର ମୁଖ୍ୟ ଭାବେ ଜିଲ୍ଲାପାଳ ଓ ସମସ୍ତ ଅଧିକାରୀ ମାନଙ୍କର ସମବଦ୍ଧ ଉଦ୍ୟମ ଯୋଗୁଁ ଏହା ସପଂଳ ହୋଇଚ୍ଥି ବୋଲି କହିବା ସହ ସଫଳତା ପାଇଁ ଶ୍ରୀ ଶର୍ମା ମଧ୍ୟ ପ୍ରଶାସନକୁ ଅଭିନନ୍ଦନ ଜଣାଇଥିଲେ । ଜିଲ୍ଲାପାଳ ରଂଜନ କୁମାର ଦାସ ଏହାର ପ୍ରତୁ୍ୟତରରେ ଜିଲ୍ଲାର ସମସ୍ତ ଅଧିକାରୀଙ୍କ ସହ ଲୋକ ପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି, ସ୍ୱେଚ୍ଚ୍ଥାସେବୀ ଓ ସାଧାରଣ ଜନତା ଏହି ପ୍ରଶଂସାର ହକଦାର ବୋଲି କହିଚ୍ଥନ୍ତି । ଜିଲ୍ଲା ସମସ୍ତ ବିପଦ ସମୟରେ ଏକତ୍ରିତ ଭାବେ କାମ କରେ ଏବଂ ଜିଲ୍ଲାବାସୀଙ୍କର ସ୍ନେହ, ସହଯୋଗ ଓ ପ୍ରେରଣା ହିଁ ଏହି ମୁକାବିଲାକୁ ସପଂଳ କରିଚ୍ଥି ବୋଲି ଶ୍ରୀ ଦାସ କହିବା ସହ ଆଗକୁ ଏହିଭଳି ସହଯୋଗ କାମନା କରିଚ୍ଥନ୍ତି ।

Leave A Reply

Your email address will not be published.

3 × 3 =