ବନ୍ୟା ପିଡ଼ିତଙ୍କୁ ମିଳୁନି ସହାୟତା

ଯାଜପୁର: – ଗତ ଲଘୁଚାପ ଜନିତ ବର୍ଷା ଯୋଗୁ ଦଶରଥପୁର ବ୍ଲକ୍ ଦେଇ ପ୍ରବାହିତ ବୈତରଣୀ ଓ କାଣୀ ନଦୀରେ ଘାଇ ସୃଷ୍ଟି ହେବାରୁ ବ୍ଲକ୍ ଅଧିନ ୧୯ ଗୋଟି ପଂଚାୟତ ବହୁଳ ମାତ୍ରାରେ ପ୍ରବାହିତ ହୋଇଥିଲା । ବିଶେଷ କରି ଯାଜପୁର ଜିଲ୍ଲା ତଥା ଦଶରଥପୁର ବ୍ଲକର ଉପାନ୍ତ ଅଂଚଳ ଭାବେ ଜଣାଶୁଣା କୟାଁ ପଂଚାୟତ ବାସିନ୍ଦା ଗୁରୁତର ଭାବେ କ୍ଷତିଗ୍ରସ୍ଥ ହୋଇଥିଲେ । ଦୀର୍ଘ ଦିନ ପର୍ଯ୍ୟନ୍ତ ପଂଚାୟତର ଧରମପୁର, ମାଧପୁର, ଇଛାପୁର, ଗୁଣ୍ଠୁଣିପଡ଼ା, ଲକ୍ଷ୍ମୀପୁର, ମଲ୍ଳୀପୁର ଆଦି ଗ୍ରାମ ୧୦ରୁ ୧୨ ଫୁଟ ବନ୍ୟାଜଳରେ ବୁଡ଼ି ରହିଥିଲା । ଗ୍ରାମବାସୀଙ୍କଠାରୁ ଆରମ୍ଭ କରି ଗୃହପାଳିତ ପଶୁ ପ୍ରାୟ ୨ ସପ୍ତାହ ପର୍ଯ୍ୟନ୍ତ ଘରୁ ପଦାକୁ ବାହାରି ପାରିନଥିଲେ । କେବଳ ଜରୁରୀ ଆବଶ୍ୟକତା ମେଂଟାଇବାକୁ ଅଳ୍ପ କିଛି ଗ୍ରାମବାସୀ ଡ଼ଙ୍ଗା ସାହାର୍ଯ୍ୟରେ ବାହାରକୁ ଆସୁଥିଲେ । ସେହିପରି ଘରେ ବନ୍ୟାଜଳ ପଶିଯିବାରୁ ରୋଷେଇ ତ ଦୂରର କଥା ଘରେ ଥିବା ଖାଦ୍ୟ ସାମଗ୍ରୀ ବନ୍ୟା ଜଳରେ ଭାସି ନଷ୍ଟ ହୋଇଥିଲା । ଅନେକ ପରିବାର ନଦୀବନ୍ଧଠାରୁ ଆରମ୍ଭ କରି ବିଭିନ୍ନ ଉଚ୍ଚ ସ୍ଥାନରେ ୧୫ ଦିନ ପର୍ଯ୍ୟନ୍ତ ଆଶ୍ରୟ ନେବାକୁ ବାଧ୍ୟ ହୋଇଥିଲେ । ବନ୍ୟା ଜଳ କମିବା ପରେ ଗାଁକୁ ଫେରି ଭଙ୍ଗା ଘରଦ୍ୱାର ସହ ଘରେ ଥିବା ଖାଦ୍ୟ ସାମଗ୍ରୀ ଓ ଅନ୍ୟ ଆସବାପତ୍ର ବନ୍ୟା ଜଳରେ ଭାସି ଯାଇଥିବାରୁ ବହୁ ହିନସ୍ଥାରେ ଆଜି ବି କାଳାତିପାତ କରୁଛନ୍ତି କୟାଁ ପଂଚାୟତର ଶତାଧିକ ବନ୍ୟା ବିପନ୍ନ । ବନ୍ୟା ପିଡ଼ିତଙ୍କ ଦୁର୍ଦଶାକୁ ଅନୁଭବ କରି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଲଘୁଚାପ ଜନିତ ବର୍ଷାରେ କ୍ଷତିଗ୍ରସ୍ଥ ପରିବାର ପାଇଁ ବନ୍ୟା ସହାୟତା ରାଶି ଘୋଷଣା କରିଥିଲେ । ପ୍ରତି ବିପନ୍ନ ପରିବାରକୁ ୫୦ କିଗ୍ରା ଚାଉଳ ସମେତ ୫୦୦ ଟଙ୍କାର ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ପ୍ରଶାସନକୁ ନିଦେ୍ର୍ଧଶ ଦେଇଥିଲେ । ତେବେ ପରିତାପର ବିଷୟ ଦୀର୍ଘ ଦିନ ବିତିବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ପଂଚାୟତର ଶତାଧିକ ପରିବାରକୁ ଏଯାଏଁ ି ଆର୍ଥିକ ସହାୟତା ଓ ରିଲିଫ୍ ସାମଗ୍ରୀ ମିଳିନଥିବା ଜିଲ୍ଳାପାଳଙ୍କୁ ଅଭିଯୋଗ କରିଛନ୍ତି ଧରମପୁର ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ ବନ୍ୟା ସମୟରେ ଧରମପୁର ଗ୍ରାମର ଅନେକ ବନ୍ୟା ପିଡ଼ିତଙ୍କୁ ଆବଶ୍ୟକ ଅନୁଯାୟୀ ଚୁଡାÿ, ଗୁଡ଼ ବିସ୍କୁଟ ପ୍ରଭୃତି ଶୁଖିଲା ଖାଦ୍ୟ ସମେତ ଉଜୁଡ଼ା ଘର ପାଇଁ ଜରୁରୀ ପାଲ ଯୋଗାଇ ଦେଇ ନଥିବା ପଂଚାୟତ ଓ ବ୍ଲକ୍ ପ୍ରଶାସନ ଏବେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ୫୦୦ ଟଙ୍କା ଓ ୫୦ କେଭି ଚାଉଳ ଯୋଗାଣକୁ ତୃଟିପୂର୍ଣ୍ଣ ଭାବେ ବହନ କରିଥିବା ହେତୁ ଗ୍ରାମର ପ୍ରାୟ ୩୦ରୁ ଉର୍ଦ୍ଧ ପରିବାର ଏହି ସହାୟତା ପାଇବାରୁ ବଂଚିତ ହୋଇଛନ୍ତି । ଏ ନେଇ ପିଡ଼ିତାଙ୍କ ପକ୍ଷରୁ ସ୍ଥାନୀୟ ସରପଂଚ, ପିଇଓ ଓ ବ୍ଲକ୍ ଉନ୍ନୟନ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଅଦ୍ୟାବଧି କୈାଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗକାରୀ ହିମାଂଶୁ ବାରିକ, କାମଦେବ ବାରିକ, ସୁମିତ୍ରା ବାରିକ, ଶ୍ୟାମସୁନ୍ଦର ବାରିକ, ସୁପ୍ରିୟା ବାରିକ, ସଧ୍ୟାରାଣୀ ବାରିକ, ପ୍ରିୟତମା ବାରିକ, ଅରବିନ୍ଦ ବାରିକ, ସୁମିତ୍ରା ବାରିକ, ରଶ୍ମିତା ବାରିକ, ମୀନତୀ ବାରିକ, ହେମପ୍ରଭା ବାରିକ ପ୍ରମୁଖ ଜିଳ୍ଲ୍ାପାଳ ଚକ୍ରବର୍ତୀ ସିଂ ରାଠୋରଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ଲିଖିତ ଅଭିଯୋଗ କରିବା ସହ ଅବିଳମ୍ବେ ବଂଚିତ ବନ୍ୟା ପିଡ଼ିତଙ୍କୁ ସରକାରଙ୍କ ଘୋଷଣା ମୁତାବକ ବନ୍ୟା ସହାୟତା ଯୋଗାଇ ଦେବାକୁ ଦାବି ପତ୍ର ପ୍ରଦାନ କରିଥିଲେ ।

Leave A Reply

Your email address will not be published.

fourteen − 10 =