ବନ୍ୟା ପିଡିତଙ୍କୁ ୨୦ହଜାର ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ଦାବି

ଜଗତସିଂହପୁର: ଅଲ ଇଣ୍ଡିଆ କିଶାନ କ୍ଷେତ ସଂଗଠନ ପକ୍ଷରୁ ରାଜ୍ୟ କମିଟି ସଦସ୍ୟ ସୁବାଷ ସ୍ୱାଇଁଙ୍କ ନେତୃତ୍ୱରେ ଏକ ଦାବି ପତ୍ର ବନ୍ୟା ପ୍ରଭାବିତ ଇଲାକାରେ ଚାଷୀଙ୍କ ସମସ୍ୟା ଉପରେ ୭ଦଫା ଦାବି ପତ୍ର ଅତିରିକ୍ତ ବିଡିଓଙ୍କୁ ପ୍ରଦାନ କରାଯାଇଛି । ଗତ ଲଘୁଚାପ ବର୍ଷା ଓ ମହାନଦୀରେ ମଧ୍ୟମ ଧରଣର ବନ୍ୟାଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତିର ଉପଯୁକ୍ତଭାବେ ଚାଷୀଙ୍କୁ କ୍ଷତିପୂରଣ ନିମନ୍ତେ ଦୃଢ ଦାବୀ କରାଯାଇଛି । ଭାଗ ଚାଷୀ କ୍ଷତିପୁରଣ ଦେବା, ଗହୀର ଜମିରୁ ଉଦବୃତ ବର୍ଷା ଜଳ ନିଷ୍କାସନ କରିବା ନେଇ ସରକାର ସ୍ୱତନ୍ତ୍ର ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବା, କ୍ଷତି ଗ୍ରସ୍ତ ପନିପରିବା ଚାଷୀଙ୍କୁ ନଷ୍ଟ ହୋଇଥିବା ମୂଲ୍ୟର କ୍ଷତି ପ୍ରଦାନ, ସରକାରୀ ମୂଲ୍ୟର ଅଧାଦାମରେ ସାର ଯୋଗାଣ, ପ୍ରତ୍ୟେକ ଚାଷୀକୁ ୨୦ ହଜାର ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ପ୍ରଦାନ ଦେବାକୁ ସଂପୃକ୍ତ ସଂଗଠନ ପକ୍ଷରୁ ଦୃଢ ଦାବୀ କରାଯାଇଥିଲା । କୃଷି ଋଣ ଛାଡ ଓ ପ୍ରବାସୀ ଶ୍ରମିକମାନଙ୍କୁ କାମଧନ୍ଦା ନିମନ୍ତେ ଏନ:ଆରଜିଏସ ଯୋଜନାରେ କାମ କରିବା ଉପରେ ଗୁରୁତ୍ୱ ଦେବାକୁ କ୍ଷେତ ମଜଦୁର ସଂଘ ନେତା ସର୍ବଶ୍ରୀ ମନୋରନ ବାରିକ, ରିତ କୁମାର ଜେନା, ସୁରେନ୍ଦ୍ର ଭୋଇ ମହେଶ୍ୱର ଦାସ, ଆର୍ତବନ୍ଧୁ ଦାସ, ରଘୁନାଥ ଦାସ, ପରିଓଝା ଓ ଦୁର୍ଯେ୍ୟାଧନ ଓଝା ପ୍ରମୁଖ ନେତାମାନେ ଦାବିତ୍ତପତ୍ର ବାଲିକୁଦା ବ୍ଲକର ଅତିରିକ୍ତ ବିଡିଓଙ୍କୁ ରାଜ୍ୟ ସରକାରଙ୍କ ଉଦେ୍ଧଶ୍ୟରେ ପ୍ରଦାନ କରାଯାଇଥିବାର ଜଣାଯାଏ ।

Leave A Reply

Your email address will not be published.

nine − one =