ଯାଜପୁର: ଜିଲ୍ଲା ପ୍ରଶାସନ ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରହିଚ୍ଥି । ଏଥିପାଇଁ ବିଭିନ୍ନ ଅଧିକାରୀ ଓ ବିଭାଗ ମାନଙ୍କର କାର୍ଯ୍ୟ ସମୀକ୍ଷା କରାଯାଇ ଉପଯୁକ୍ତ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦିଆଯାଇଚ୍ଥିା ତେଣୁ ବନ୍ୟା ପରିସ୍ଥିତି ପାଇଁ ଲୋକମାନେ ଭୟଭୀତ ନ ହୋଇ ସଜାଗ ଓ ସତର୍କ ରହିବାକୁ ଜିଲ୍ଲାପାଳ ରଂଜନ କୁମାର ଦାସ ସମସ୍ତଙ୍କୁ ଅନୁରୋଧ କରିଚ୍ଥନ୍ତି ।
ଖାଲୁଆ ଅଞ୍ଚଳ, ଜଳପ୍ଳାବିତ ଅଞ୍ଚଳ, କଚ୍ଚା ଘର ବା ଚାଳ ଘରେ ରହୁଥିବା ଲୋକମାନେ ସୁରକ୍ଷିତ ଓ ନିରାପଦ ଆଶ୍ରୟ ସ୍ଥଳ ଭାବେ ନିକଟସ୍ଥ ବନ୍ୟା, ବାତ୍ୟା ଆଶ୍ରୟ ସ୍ଥଳ, ଶିକ୍ଷାନୁଷ୍ଠାନ ମାନଙ୍କରେ ଆଶ୍ରୟ ନେବାକୁ ସେ ଅନୁରୋଧ କରିଚ୍ଥନ୍ତି ।
ସରକାର ଓ ପ୍ରଶାସନର ଲକ୍ଷ୍ୟ ଜିରୋ କାଜୁଆଲିଟିା ତେଣୁ ପ୍ରତ୍ୟେକ ଅଧିକାରୀ, ଲୋକ ପ୍ରତିନିଧି, ସ୍ୱେଚ୍ଚ୍ଥାସେବୀ ଓ ସାମାଜିକ କର୍ମୀ ଓ ବିଭିନ୍ନ ବିଭାଗର କର୍ମଚାରୀ ନିଷ୍ଠାପର ଭାବେ କାର୍ଯ୍ୟ କରିବା ସହ ଖାଲୁଆ ଅଞ୍ଚଳ, ମାଟି ଓ ଚାଳ ଘରେ ରହୁଥିବା ବନ୍ୟାଞ୍ଚଳର ଲୋକ ମାନଙ୍କୁ ସୁରକ୍ଷିତ ନିରାପଦ ସ୍ଥାନକୁ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା କରିବାକୁ ଶ୍ରୀ ଦାସ ଅନୁରୋଧ କରିଚ୍ଥନ୍ତି ।
ବୈତରଣୀରେ ସମ୍ଭାବ୍ୟ ବନ୍ୟା ପାଇଁ କୈାଣସି ଅଧିକାରୀ ବା କର୍ମଚାରୀ ସଦର ମହକୁମା ନ ଚ୍ଥାଡିବାକୁ ଜିଲ୍ଲାପାଳ ରଂଜନ କୁମାର ଦାସ କଡା ନିର୍ଦ୍ଦେଶ ଦେଇଚ୍ଥନ୍ତିା ରାଜ୍ୟ ସରକାର ଓ ଜଳ ସମ୍ପଦ ବିଭାଗ ବୈତରଣୀର ଉପର ମୁଣ୍ଡରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହୋଇଥିବାରୁ ବନ୍ୟା ଆଶଙ୍କାରେ ଜିଲ୍ଲା ପ୍ରଶାସନକୁ ସତର୍କ କରାଇଚ୍ଥନ୍ତି ।
ତେଣୁ ବିଭିନ୍ନ ବିଭାଗର ପ୍ରତ୍ୟେକ କର୍ମଚାରୀ ସଜାଗ ଓ ସତର୍କ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଚ୍ଥନ୍ତିା ବନ୍ୟା ପରିସ୍ଥିତିରେ କାହାକୁ ବି କିଚ୍ଥି କାର୍ଯ୍ୟ ପ୍ରଦାନ କରାଯାଇପାରେ । ତେଣୁ ହେଡକ୍ୱାର୍ଟରେ ରହିବା ଅପରିହାର୍ଯ୍ୟ ବୋଲି କହିବା ସହ ଏହାର ଉଲଙ୍ଘନ କ୍ଷେତ୍ରରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସତର୍କ କରାଇ ଦେଇଚ୍ଥନ୍ତି । ସେହିପରି ଜିଲ୍ଲା, ବ୍ଳ୍କ, ତହସିଲ ଓ ଅନ୍ୟାନ୍ୟ ଲାଇନ ଡିପାର୍ଟମେଣ୍ଟର ନିୟନ୍ତ୍ରଣ କକ୍ଷ ଗୁଡିକ ଅହୋରାତ୍ର କାର୍ଯ୍ୟ କରିବାକୁ ସେ ନିର୍ଦ୍ଦେଶ ଦେଇଚ୍ଥନ୍ତିା