ଭୁବନେଶ୍ୱର: ବୟସ ପାଖାପାଖି ୭୦ ହେବ । ଗାଲରେ ଛୋଟ ଛୋଟ ପାଚିଲା ଦାଢି । ଦେହରେ ନୀଳ ରଙ୍ଗର ଫୁଲ ସାର୍ଟ,ଏକ ଚେକ୍ ଲୁଙ୍ଗି ସହ ପାଖରେ ପଡ଼ିରହିଥିଲା ଖଣ୍ଡିଏ ବାଉଁଶବାଡ଼ି । ଆଣ୍ଠୁ ତଳକୁ ଗୋଡ଼ର ଅଧିକାଂଶ ସ୍ଥାନରେ ରହିଥିଲା ଫୋଟକାର ଚିହ୍ନ । ରାଜଧାନୀ ଭୁବନେଶ୍ୱରର ଜନଗହଳିପୂର୍ଣ୍ଣ ଶିରିପୁର ଅଳର ଏକ ରାସ୍ତାକଡ଼ରେ ଫୁଟପାଥ ଉପରେ ଖୋଲା ଆକାଶ ତଳେ ବ୍ୟକ୍ତିଜଣଙ୍କ ପଡ଼ି ରହିଥାନ୍ତି । ପେଟର ଭୋକ ମୁହଁରେ ଜଳ ଜଳ ହୋଇ ଦିଶୁଥିଲା । ଦେହ ତାତିରେ ଫୁଟୁଥିଲା, ତି ଶୁଖିଯାଉଥାଏ । ରାସ୍ତାରେ ଆତଯାତ କରୁଥିବା ଲୋକେ ଦେଖି ଯେଝା ବାଟ କାଟି ଚାଲି ଯାଉଥିଲେ ।
ବରିଷ୍ଠ ନାଗରିକଙ୍କ ଏତାଦୃଶ ଅବସ୍ଥା ମିସିଂ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ସମାଜସେବୀ ସୁଶାନ୍ତ ସାହୁଙ୍କ ଆଖିରେ ପଡ଼ିଥିଲା, ଯାହାକୁ ଦେଖି ସେ ଅଟକି ଯାଇଥିଲେ । ମୂମୂର୍ଷ ଅବସ୍ଥା ଦେଖି ଆଖିରୁ ଲୁହ ଝରି ଆସିଥିଲା । କରୋନା ଭୟରେ କେହି ବ୍ୟକ୍ତିଙ୍କ ପାଖ ମାଡ଼ୁନଥିଲେ । ଏପରି ଅବସ୍ଥାରେ ନିଜର ନୈତିକ ଓ ସାମାଜିକ ର୍କବ୍ୟକୁ ଭୁଲି ନଯାଇ ଶ୍ରୀ ସାହୁ ୧୦୮ ଆ ମ୍ବୁଲାନ୍ସ ସଂସ୍ଥା ସହ ଯୋଗାଯୋଗ କରିଥିଲେ । ବ୍ୟକ୍ତିଜଣଙ୍କୁ ତୁରନ୍ତ ଉଦ୍ଧାର କରି ଚିକିତ୍ସା ପାଇଁ ୧୦୮ ଆ ମ୍ବୁଲାନ୍ସ ଯୋଗେ ରାଜଧାନୀର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ବ୍ୟକ୍ତିଜଣଙ୍କର ପରିଚୟ ସ୍ପଷ୍ଟ ରୂପେ ଜଣାପଡ଼ିନାହିଁ । ସତରେ ବଛି ମାନବିକତା । ମାନବିକତା ଆଗରେ ହାର ମାନିଛି କରୋନା । ଶ୍ରୀ ସାହୁଙ୍କ ଏଭଳି ଉଦ୍ୟମ ଓ ପ୍ରୟାସକୁ ସ୍ଥାନୀୟ ବ୍ୟକ୍ତିବିଶେଷ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଥିଲେ ।