ଯାଜପୁର: ଆଜି ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କୋଭିଡ୍ ଟୀକା ପ୍ରଦାନ କାର୍ଯ୍ୟ ଆରମ୍ଭ ହୋଇଛି । ଆନୁଷ୍ଠାନିକ ଭାବେ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡଃ ଏସ କେ ସବିର ହୋସେନ୍ ବରୀ ମଣ୍ଡଳ ଉନ୍ନୟନ୍ନ ଅଧିକାରୀ, ବରୀ ତହସିଲଦାର ଓ ମହିଳା ଶିଶୁ ବିକାଶ ଅଧିକାରିଣୀଙ୍କ ଉପସ୍ଥିତିରେ ଟୀକାକରଣ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକଭାବେ ଆରମ୍ଭ କରାଯାଇଥିଲା । ସୂଚନା ମୁତାବକ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ୩୬୩ଟି ଟୀକା ଆସିଥିବା ବେଳେ ଏହାକୁ ପର୍ଯ୍ୟାୟକ୍ରମେ ଚଳିତ ମାସ ୧୯, ୨୧,୨.୨୫ ତାରିଖରେ ଦିନ ୧୦ଟାରୁ ଆରମ୍ଭ ହୋଇ ସଂଧ୍ୟା ୫ଘଟିକା ପର୍ଯ୍ୟନ୍ତ ଟୀକା ପ୍ରଦାନ କରାଯିବାର ସୂଚନା ମିଳିଛି । ଆଜି ପ୍ରଥମ ଦିନରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀ ମୁକୁନ୍ଦ ଚନ୍ଦ୍ର ନାୟକ ପ୍ରଥମେ ଟୀକା ନେଇ ଉକ୍ତ ଶିବିରକୁ ଆରମ୍ଭ କରିଥିଲେ । ଏହାପରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡଃ ଏସ କେ ସବିର ଓ ବରୀ ବ୍ଲକର କାର୍ଯ୍ୟରତ ଅଙ୍ଗନୱାଡି କର୍ମୀ, ଆଶା ଦିଦିମାନେ ଟିକା ନେଇଥିଲେ । ପ୍ରଥମ ଦିନରେ ୧୦୦ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଟୀକା ପ୍ରଦାନ କରାଯାଇଥିଲା । ଏହି ଟୀକା ନେବା ପରେ ସେମାନଙ୍କ ଠାରେ କୌଣସି ପାଶ୍ୱର୍ ପ୍ରତିକି୍ରୟା ଦେଖାନଯିବାର ସୂଚନା ମିଳିଥିଲା ।