ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ଅଗଷ୍ଟ ମାସ ବର୍ଷା ଓ ବନ୍ୟା ଦ୍ୱାରା ଜିଲ୍ଲାର ୩୩୪୮୦ ଲୋକ ପ୍ରଭାବିତ ହୋଇଛନ୍ତି । ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ତିର୍ତୋଲ ବନ୍ୟାଚଂଳ ଗସ୍ତ କରି ପୋରଗଦେଇ,ବାଲିକଣି ଅଂଚଳରେ ଜଳମଗ୍ନ ଧାନ ଫସଲ ଓ ତାର୍ତୋଲ ରାସ୍ତା ପରିଦର୍ଶନ କରିଥିଲେ । ଜିଲ୍ଲାର ୫ଟି ବ୍ଲକ କୁଜଙ୍ଗ,ତିର୍ତୋଲ ,ଜଗତସିଂହପୁର, ରଘୁନାଥପୁର ଓ ନାଉଗାଁ ବ୍ଲକର ୨୩ଟି ପଂଚାୟତ ବିଶେଷ ଭାବେ ପ୍ରଭାବିତ ହୋଇଛି । ୨୩ଟି ପଂଚାୟତର ୪୫ଟି ଗାଁ ବନ୍ୟାଜଳ ଦ୍ୱାରା ପ୍ରଭାବିତ ହୋଇଛିା ଜିଲ୍ଲାରେ ୧୧ଟି ଗାଁର ୪,୯୬୭ ଲୋକ ଜଳବନ୍ଦୀ ହୋଇଥିଲେ । ୧୮ଟି ବନ୍ୟା ଆଶ୍ରୟସ୍ଥଳୀରେ ମୋଟ ୧୬୨୮ ଜଣ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇ ମାଗଣା ଶୁଖିଲା ଓ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଛି । ଜିଲ୍ଲାରେ ଗୋଟିଏ ଏନ୍.ଡି.ଆର୍.ଏଫ ଟିମ୍ ପାରାଦ୍ୱୀପ, ଗୋଟିଏ ଓଡ୍ରାଫ୍ ଟିମ୍ ଜଗତସିଂହପୁର, ଗୋଟିଏ ଓଡ୍ରାଫ୍ ଟିମ୍ କୁଜଙ୍ଗରେ ଓ ୪ଟି ଅଗ୍ନିଶମ ଦଳ ବାଲିକୁଦା,ଏରସମା,ତିର୍ତୋଲ ଓ ଜଗତସିଂହପୁର ଠାରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ୨୪ଟି ପାଓାର ବୋଟ ନିୟୋଜିତ ହୋଇଥିଲା । ଜିଲ୍ଲାରେ କୈାଣସି ମଣିଷ କିମ୍ବା ଗୋରୁ ଗାଈ ମୃତାହତ ହୋଇନାହାନ୍ତି । ଜିଲ୍ଲାରେ ୨୬,୧୮୪ ହେକ୍ଟର ଚାଷଜମି ଜଳମଗ୍ନ ହୋଇ ପ୍ରଭାବିତ ହୋଇଥିବାର କୃଷି ବିଭାଗ ସୂତ୍ରରୁ ପ୍ରକାଶ । । ବନ୍ୟା ଅଂଚଳରେ ୬.୧୦ କ୍ୱିଣାଲ ଚୂଡା ଓ ୧.୭୫ କ୍ୱିଣାଲ ଗୁଡ ବଣନ କରାଯାଇଛି । ସେହିପରି କ୍ଷତିଗ୍ରସ୍ତ ଅଂଚଳରେ ଗୋରୁ ଗାଈଙ୍କ ପାଇଁ ୧୫୮.୫ କ୍ୱିଣାଲ ଗୋ ଖାଦ୍ୟ ବଣନ କରାଯାଇଛି । ୪ଟି ମେଡିକାଲ ଟିମ୍ ବନ୍ୟା ପ୍ରଭାବିତ ଅଂଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି । ସେହିପରି ୧୧ଟିି ଭେଟ୍ନାରୀ ଟିମ୍ ପ୍ରଭାବିତ ଅଂଚଳରେ ଗୋରୁଗାଈ ଙ୍କର ଚିକିତ୍ସାରେ ନିୟୋଜିତ ଅଛନ୍ତି ।