ବଲାଙ୍ଗୀର: ସଂଧ୍ୟା ୬ଟା ସମୟରେ ବଲାଙ୍ଗୀର ଜିଲ୍ଲା ବିଭିନ୍ନ କାର୍ଯ୍ୟାଳୟ ଅନୁଷ୍ଠାନନ ଠାରେ କୋଭିଡ ଯୋଦ୍ଧାଙ୍କ ସମ୍ମରନରର୍ଥେ ଏକ ମିନତଟ ନିରବ ପ୍ରାର୍ଥନା ଓ ଲଢେଇ ଜାରି ରଖିବା ପାଇଁ ଉତ୍ସାହିତ କରିବା ପାଇଁ ଶପଥ ପାଠ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓସ୍ୱାନ ଭିଡିଓ କନଫରେନ୍ସିଂ ହଲଠାରେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତି ଟୁକୁନୀ ସାହୁ, ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ପାଟଣା ଗଡ ବିଧାୟକ ସାରୋଜ କୁମାର ମେହେର, ଜିଲ୍ଲାପାଳ ଅରିନ୍ଦମ ଡାକୁଆ ପ୍ରମୂଖ ଉପସ୍ଥିତ ଥିଲେ । ପରେ ମାନ୍ୟବର ମୂଖ୍ୟ ମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଲଢେଇ ଜାରି ରଖିଥିବା କୋଭିଡ ଯୋଦ୍ଧଙ୍କୁ ଉତ୍ସାହିତ କରିବା ପାଇଁ ଏକ ଶପଥପ୍ଧଙ୍ଖ କରାଇଥିଲେ । ସେହିପରି ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଠାରେ ମଧ୍ୟ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେହିପରି ବଲାଙ୍ଗୀର ଜିଲ୍ଲାର ବିଭିନ୍ନ କାର୍ଯ୍ୟଳୟ ଓ ଅନୁଷ୍ଠାନରେ ଆଜି ଏହି ଏକ ମିନିଟ ନୀରବ ପ୍ରାର୍ଥନା ଓ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।