ବଲାଙ୍ଗୀର: ସଂପ୍ରତିକ କୋଭିଡ-୧୯ ପରିସ୍ଥିତିରେ ବିଭିନ୍ନ ବ୍ୟକ୍ତିଗତ ତଥା ସାମୁହିକ ଅଭିଯୋଗ ନେଇ ଆସୁଥିବା ବ୍ୟକ୍ତିମାନେ ଏଣିିକି ବିଭିନ୍ନ କାର୍ଯ୍ୟାଳୟକୁ ନଆସି ନିମ୍ନଲିଖିତ ଟେଲିଫୋନ ନଂ ଓ ହ୍ୱାଟସ୍ଆପ ମାଧ୍ୟମରେ କିମ୍ବା ଇ-ମେଲ ଜରିଆରେ ତାଙ୍କର ବ୍ୟକ୍ତିଗତ ତଥା ସାମୁହିକ ଅଭିଯୋଗ ଗୁଡିକୁ ଜଣାଇବାଂକୁ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ସୁଚନା ଦେଇଛି । ଟେଲିଫୋନ, ହ୍ୱାଟସ୍ଆପ କିମ୍ବା ଇ-ମେଲ ମାଧ୍ୟମରେ ପ୍ରପ୍ତ ହୋଇଥିବା ଅଭିଯୋଗ ଗୁଡିକ ଉପରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଅଭିଯୋଗ କାରୀଙ୍କୁ ଯଥାଶିଘ୍ର ଜଣାଇଦିଆଯିବ । ଯେକୌଣସି ସରକାରୀ କାର୍ଯ୍ୟଦିବସରେ ପୂର୍ବାହ୍ନ ୧୦ ଘଟିକା ଠାରୁ ଅପରାହ୍ନ ଘ ୫.୩୦ମି ପର୍ଯ୍ୟନ୍ତ ଟେଲିଫୋନ ନଂ ୦୬୬୫୨-୨୩୨୭୭୩ ଓ ୦୬୬୫୨-୨୩୦୯୬୯ ରେ ଅଭିଯୋଗ କରିପାରିବେ ସେହିପରି କେବଳ ଲିଖିତ ଅଭିଯୋଗ ନିମନ୍ତେ ହ୍ୱାଟସ୍ଆପ ନଂ ୮୨୬୦୯୬୨୭୨୨ ମୋବାଇଲ ନଂବରରେ ଦେଇପାରିବେ । ଏହି ନଂବରରରେ କୌଣସି କଲ୍ ଗ୍ରହଣ କରାଯିବ ନାହିଁ । ସେହିପରି ଲିଖିତ ଅଭିଯୋଗ ପାଇଁ ଇ-ମେଲ ୟଜ୍ଞ-ଭବକ୍ଷବଦ୍ଭଶସrଅଦ୍ଭସମ.ସଦ୍ଭ ରେ ଲିଖିତ ଅଭିଯୋଗ କରିପାରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ରାଯାଇଛି ।