ବଳଙ୍ଗା ଅଞ୍ଚଳରେ ବଢୁଛି ବେଅ।ଇନ୍ ନିଶା କାରବାର

ବଳଙ୍ଗା: ଗଳିକନ୍ଦିରେ ଚାଲିଛି ଅବାଧ ବେଅ।ଇନ୍ ନିଶାଦ୍ରବ୍ୟର କାରବାର । ଅବକାରୀ ବିଭାଗ ଠାରୁ ଅ ।ରମ୍ଭ କରି ପୁଲିସ୍ ପର୍ଯ୍ୟନ୍ତ ସମସ୍ତେ ଏ ସଂପର୍କରେ ଅବଗତ ଥାଇ ମଧ୍ୟ ନୀରବଦ୍ରଷ୍ଟା ସାଜିଛନ୍ତି । ଫଳରେ ବଳଙ୍ଗା ଓ ତାହାର ଅ ।ଖପାଖ ଅଞ୍ଚଳ ଏବେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଗଲାଣି । ଏହି ବେଅ ।ଇନ୍ କାରବାର ଦ୍ୱାରା ଯୁବପିଢି ବିଶେଷ ଭାବେ ବିପଥଗାମୀ ହେଉଥିବାବେଳେ ସାମାଜିକ ସନ୍ତୁଳନ ନଷ୍ଟ ହେବାରେ ଲାଗିଛି । ବର୍ତ୍ତମାନ ସମୟରେ ବେଅ ।ଇନ୍ ଦେଶୀ ଓ ବିଦେଶୀ ମଦ ବ୍ୟତୀତ ବ୍ରାଉନ୍ସୁଗାର କାରବାର ସହରରେ ବଢିବାରେ ଲାଗିଥିବା ସାଧାରଣରେ ଅ।ଲୋଚନା ହେଉଛି । ପୁଲିସ୍ ଓ ଅବକାରୀ ବିଭାଗର ଉଦାସୀନତା ଯୋଗୁଁ ବଳଙ୍ଗା ଅଞ୍ଚଳ ଏବେ ବେଅ।ଇନ୍ ନିଶା ବ୍ୟବସାୟୀଙ୍କ ଭୂସ୍ୱର୍ଗରେ ପରିଣତ ହୋଇଥିବା ଅଭିଯୋଗ ହେଉଛି । ବଳଙ୍ଗା ଅଞ୍ଚଳ ଏବେ ଚୋରା ଦେଶୀମଦ ଠାରୁ ଅ ।ରମ୍ଭ କରି ଗଂଜେଇ, ବ୍ରାଉନ୍ସୁଗାର ପରି ଉକ୩ଟ ନିଶା ଦ୍ରବ୍ୟର କାରବାରର ପେଣ୍ଠସ୍ଥଳୀ ପାଲଟିଛିୟଏହି ବେଅ।ଇନ୍ ବ୍ୟବସାୟରେ କମ୍ ପରିଶ୍ରମରେ ବହୁ ଅଧିକ ଲାଭ ମିଳୁଥିବାରୁ ଏହି କାରବାର ପ୍ରତି ବହୁ ଯୁବ ସଂପ୍ରଦାୟ ଅ।କୃଷ୍ଠ ହୋଇ ପଡୁଛନ୍ତି । ସେମାନଙ୍କୁ ନୈତିକ ସମର୍ଥନ ଯୋଗାଇ ଦେଉଛନ୍ତି । କେତେକ ନିଶା ମାଫିଅ । । ଅବକାରୀ ବିଭାଗ ଓ ପୁଲିସ୍ ସହିତ ଏ ସମସ୍ତ ମାଫିଅ ।ଙ୍କ ଭଲ ସଂପର୍କ ରହିଥିବା ସାଧାରଣରେ ଅଭିଯୋଗ ହେଉଛି । କାରଣ ଏତେ ସବୁ ବେଅ ।ଇନ୍ କାରବାର ·ଲିଥିଲେ ମଧ୍ୟ ଉଭୟ ଅବକାରୀ ଓ ପୁଲିସ୍ ବିଭାଗ ନୀରବତା ଅବଲମ୍ବନ କରୁଥିବାରୁ ଏପରି ଅଭିଯୋଗ ଅମୂଳକ ନୁହେଁ ବୋଲି କୁହାଯାଉଛି । ସହରା ଅଞ୍ଚଳ ଛିଡି ଗ୍ରାମା ଅଞ୍ଚଳକୁ ପ୍ରବେଶ କଲାଣି ନିଶା ବେପାରୀ ୟଭୀମବଜାର, ବୁଢାକେରା, ସନ୍ଥ, ପିପିଲି,ନିମାପଡା,ସାତସଙ୍ଖ,ହରିପୁର,ଭାଣପୁର,ଖେଲାର, ପରି ବିଭିନ୍ନ ଅଞ୍ଚଳରେ ନିଶା ମାଫିଅ ।ମାନେ ବ୍ରାଉନ୍ ସୁଗାର କାରବର ଚଳାଉଥିବା ଶୁଣିବାକୁ ମିଳୁଛି । ଏ ସଂପର୍କରେ ଅବକାରୀ ବିଭାଗ ପାଖରେ ସଠିକ୍ ସୂଚନା ରହିଛି । କେତେବେଳେ କେମିତି ଅଳ୍ପ ଦେଶୀ ମଦ କିମ୍ବା ଗଂଜେଇ ନେଇ ଯାଉଥିବା ଲୋକଙ୍କୁ ଗିରଫ କରି ଅବକାରୀ ବିଭାଗ ବାହାବା ନେବାକୁ ଉଦ୍ୟମ କରୁଛି । କେବଳ ବେଅ।ଇନ୍ ନିଶା କାରବାର ସଂପର୍କିତ ମାମଲା ଟାର୍ଗେଟ୍ ପୂରଣ କରିବାକୁ ଯାଇ ଅବକାରୀ ବିଭାଗ ଔପଚାରିକତା ଦୃଷ୍ଟିରୁ ରୁଟିନ୍ ଚଢଉ କରୁଛି । କିନ୍ତୁ ବ୍ରାଉନ୍ସୁଗାର ପରି ଉକ୩ଟ ନିଶାଦ୍ରବ୍ୟ କାରବାର କରୁଥିବା ବେପାରୀଙ୍କୁ ଅ ।ଜିପର୍ଯ୍ୟନ୍ତ ଥରେ ମଧ୍ୟ ଧରିବାକୁ ଅବକାରୀ ବିଭାଗ ସକ୍ଷମ ହୋଇପାରିନାହିଁୟକେବଳ ପୁଲିସ୍ କିମ୍ବା ଅବକାରୀ ବିଭାଗ ନୁହେଁ ଜିଲାରେ କାର୍ଯ୍ୟରତ ଗୁଇନ୍ଦା ବିଭାଗ ମଧ୍ୟ ଏହାର ଟେର ପାଉନି । ଏହି ଉକ୩ଟ ନିଶା ସେବନ କରିବା ପାଇଁ କଲେଜ ଛାତ୍ରଙ୍କ ଠାରୁ ଅ ।ରମ୍ଭ କରି ଯୁବ ସଂପ୍ରଦାୟ ଏବେ ପାଗଳ ପ୍ରାୟ । ନିଶା ସେବନ କରିବାକୁ ଅର୍ଥର ଅଭାବ ହେଲେ ସେମାନେ ଅପରାଧିକ ଘଟଣା ଘଟାଇବାକୁ ପଛାଉ ନାହାଁନ୍ତି । ଚୋରା କାରବାର ସଂପର୍କରେ ସୂଚନା ପାଉନାହିଁ କିପରି ଅବକାରୀ ବିଭାଗ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି ।

Leave A Reply

Your email address will not be published.

10 − 7 =