ଭୁବନେଶ୍ୱର: ଯାତ୍ରୀବାହୀ ବସକୁ ୫ଳକ୍ଷ ୬୬ ହଜାର ଟଙ୍କା ଜରିମାନା ଭୁବନେଶ୍ୱର ଆରଟିଓ-୨ କରିଛନ୍ତି । ତେବେ କାହିଁକି ଏତେ ଟଙ୍କାର ଜରିମାନା କରାଗଲା । ବସଟି ୨୦୧୯ ମସିହା ମେ’ ମାସରୁ ଏପର୍ଯ୍ୟନ୍ତ ଏମଭି ଟ୍ୟାକ୍ସ ପିଠ କରିନଥିବାରୁ ଏହି ଜରିମାନା ଲଗାଯାଇଛି । ଓଡି.୧୦.ଏଫ. ୦୪୦୯ ନମ୍ବର ବିଷିଷ୍ଟ ବସଟି କୋରାପୁଟରୁ ଭୁବନେଶ୍ୱର ଯାତାୟତ କରେ ତେବେ ବସଟି ପାଖାପାଖି ଦେଢ ବର୍ଷ ଧରି ଟ୍ୟାକ୍କ ଦେଇନଥିବା ଆରଟିଓ ପକ୍ଷରୁ କୁହାଯାଇଛି । ଏହା ସହ ବସଟିର ବୈଧ ଷ୍ଟେଜ ପରମିଟ ମଧ୍ୟ ନଥିବା ସୁଚନା ମିଳିଛି । ତେଣୁ ବସକୁ ଟ୍ୟାକ୍ସ ସହ ମୋଟ ୫ଳକ୍ଷ ୬୬ ହଜାର ଟଙ୍କା ଜରିମାନା କରାଯାଇଛି ।