ବସ୍ତିବାସିନ୍ଦାଙ୍କୁ ରାସନ୍ ବଂଟନ

ଭୁବନେଶ୍ୱର: ଓଡ଼ିଆ ସିନେ ଜଗତର ସମାଜସେବୀ ଅଭିନେତା ତଥା ସାମାଜିକ ସ୍ୱେଚ୍ଛାସେବୀ ସଂଗଠନ ନ୍ତକର ଫାଉଣ୍ଡେସନ୍’ର ଅଧ୍ୟକ୍ଷ ଚନ୍ଦନ କରଙ୍କ ଦ୍ୱାରା ସାମ୍ପ୍ରତିକ କୋଭିଡ୍-୧୯ ମହାମାରୀ ଯୋଗୁ ଜୀବନ ନିର୍ବାହରେ ଅସୁବିଧାର ସମ୍ମୁଖୀନ ହେଉଥିବା ବସ୍ତିବାସିନ୍ଦା, ଦିନମଜୁରିଆ, ମାନସିକ ଅନଗ୍ରସର ପିଲା, ସଫେଇ କର୍ମଚାରୀଙ୍କୁ ରାସନ୍ ପ୍ରଦାନ କରାଯାଉଛି । ସରକାରଙ୍କ ଦ୍ୱାରା ଜନଗହଳି କରିବାକୁ ମନା ଥିବାରୁ ସାମାଜିକ ଦୂରତା ଅବଲମ୍ବନ କରି ପର୍ଯ୍ୟାୟକ୍ରମେ ଭୁବନେଶ୍ୱରସ୍ଥିତ ୟୁନିଟ୍-୨, ମାର୍କେଟ୍ ବିଲଡିଂ ନିକଟସ୍ଥ ପଟେଲ ବସ୍ତିରେ ୪୦ରୁ ଉଦ୍ଧ୍ୱର୍ ବସ୍ତିବାସିନ୍ଦାଙ୍କୁ ବସ୍ତିଠାରୁ ଅନତି ଦୂରରେ ଏକ ଜାଗାରେ ସାମାଜିକ ଦୂରତା ଅବଲମ୍ବନ କରି ଅତ୍ୟାବଶ୍ୟକୀୟ ରାସନ୍ ବଂଟନ କରିଛନ୍ତି । ଏଥିରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯଥା – ଅଟା, ଡାଲି, ଚାଉଳ, ତେଲ, ଲୁଣ, ମସଲା, ସାବୁନ ପ୍ରଭୃତି ବଂଟନ କରିଥିଲେ । ଭୁବନେଶ୍ୱର ସଫେଇ କର୍ମଚାରୀଙ୍କୁ ଶୁଖିଲା ଖାଦ୍ୟ ଓ ଜୟଦେବବିହାରସ୍ଥିତ ଚେତନା ମାନସିକ ଅନଗ୍ରସର ବିଦ୍ୟାଳୟରେ ମଧ୍ୟ ରାସନ୍ ପ୍ରଦାନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଯୁବ ସମାଜସେବୀ ମିର ଅହମ୍ମଦ ଅଲ୍ଲୀ, ଶାନ୍ତି ସ୍ୱରୂପ, ଶେଖର ମହାନ୍ତି, ଲୋକରଞ୍ଜନ ବେହେରା, ପ୍ରଦୀପ କୁମାର, ଗୋବିନ୍ଦଚନ୍ଦ୍ର ପରିଡ଼ା, ହାସ୍ୟ ଅଭିନେତା ଜ୍ଞାନ, ନୀରଜ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

2 × 1 =