ବସ୍ତିବାସିନ୍ଦାମାନଙ୍କୁ ସାମ୍ବିଧାନିକ ଅଧିକାରରୁ ବଂଚିତ କରାନଯାଉ-ମଂଚ

କଟକ: ସମ୍ବିଧାନରେ ବାସଗୃହ ଅଧିକାର ପ୍ରତ୍ୟେକ ନାଗରିକର କେବଳ ମୌଳିକ ଅଧିକାର ନୁହେଁ ବରଂ ଜୀବନଧାରଣର ଜନ୍ମସିଦ୍ଧ ଅଧିକାର । ଏହି ଅଧିକାରକୁ ସାବ୍ୟସ୍ତ କରିବା ଓ ଘରୋଇ କି ସରକାରୀ ସଂସ୍ଥା ଦ୍ୱାରା ବାସଗୃହ ଅଧିକାରକୁ ଛଡାଇ ନେବାର ଉଦ୍ୟମ ହେଲେ ନାଗରିକକୁ ସୁରକ୍ଷା ଦେବା ଉଚ୍ଚତମ ନ୍ୟାୟାଳୟର ଦାୟିତ୍ୱ ଓ କର୍ତବ୍ୟ । ଦୁର୍ଭାଗ୍ୟର ବିଷୟ ଜଣେ ବିଚାରପତି ଅବସର ଗ୍ରହଣର ଅବ୍ୟବହିତ ପୂର୍ବରୁ ଏ ଭଳି ଏକ ଆଦେଶ ପ୍ରଦାନ କରିଛନ୍ତି । ଯାହା ଫଳରେ ଜୀବନ ଜୀବିକା ପାଇଁ ଅସ୍ଥାୟୀ ଭାବେ ପାଲ ଟାଣି ମୁଣ୍ଡ ଗୁିଥିବା ଲକ୍ଷ ଲକ୍ଷ ଶ୍ରମଜୀବି ବାସହୀନ ହେବେ । ପୁନଶ୍ଚ ଏହି ଅସହାୟ ନାଗରିକ ଅନ୍ୟ କୌଣସି ନ୍ୟାୟାଳୟଠାରୁ ନ୍ୟାୟ ପାଇବେ ନାହିଁ ଓ ପାଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହେବ ନାହିଁ ବୋଲି ପ୍ରଦତ ରାୟରେ ଉଲ୍ଲେଖ ରହିଛିି । ଏହା ଫଳରେ ଦେଶର ଲକ୍ଷ ଲକ୍ଷ ଶ୍ରମଜୀବୀଙ୍କ ଜୀବନ ଜୀବିକା ଦୁର୍ବିସହ ହୋଇପଡିବ । କୌଣସି ନାଗରିକକୁ ଥଇଥାନ ନ କରି ବାସଚ୍ୟୁତ କରିବା ଆଇନ ଓ ସମ୍ବିଧାନରେ ନିଷିଦ୍ଧ ହୋଇଥିଲେ ମଧ୍ୟ ଉପରୋକ୍ତ ଆଦେଶ ଶ୍ରମଜୀବୀମାନଙ୍କ ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି ତୁରନ୍ତ ହସ୍ତକ୍ଷେପ କରି ଏଭଳି ସଂବିଧାନ ବିରୋଧୀ ଆଦେଶର ସଂଶୋଧନ କରାଇବା, ନାଗରିକଙ୍କ ମୌଳିକ ଓ ଜନ୍ମସିଦ୍ଧ ଅଧିକାରକୁ ଅନ୍ତତଃ ପକ୍ଷେ ଅକ୍ଷୁର୍ଣ୍ଣ ରଖିବା ତଥା ସର୍ବୋପରି ଦଳିତ, ଆଦିବାସୀ, ମହିଳା, ପଛୁଆ ବର୍ଗ ଏବଂ ଶୋଷିତ ଜନଗଣଙ୍କ ପ୍ରତି ସମ୍ବେଦନ ରଖୁ ନଥିବା ବ୍ୟକ୍ତି ବିଶେଷଙ୍କୁ ସାମ୍ବିଧାନିକ ଅଧିକାର ରକ୍ଷାକାରୀ ଉଚ୍ଚ କିମ୍ବା ଉଚ୍ଚତମ ନ୍ୟାୟାଳୟରେ ନିଯୁକ୍ତ ନ ଦେବା ପାଇଁ ବସ୍ତି ବାସିନ୍ଦା ମିଳିତ ମତପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ବସ୍ତିବାସିନ୍ଦା ମିଳିତ ମତର ଆବାହକ ଖଗେଶ୍ୱର ସେଠୀ, ମହାନଗର ନାଗରିକ ମତର ଆବାହକ ଚିତତରନଞ୍ଜନ ମହାନ୍ତି, ଆଇନଜୀବି ସୁକାନ୍ତ ନାୟକ, ଡ଼ଃ ବିଶ୍ୱଜିତ୍, ବସ୍ତି ନେତ୍ରୀ ସ୍ୱାଧୀନୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ସରକାର ଅବିଳମ୍ବେ ବସ୍ତି ବାସିନ୍ଦାମାନଙ୍କୁ ନିଜର ସାମ୍ଭିଧାନିକ ଅଧିକାରର ସୁରକ୍ଷା ପାଇଁ ଦାବି କରିଥିଲେ ।

Leave A Reply

Your email address will not be published.

sixteen + nine =