କୋରାପୁଟ : କୋରାପୁଟ ସହରରୁ ୨ ଜଣିଆ ଆନ୍ତଃଜିଲ୍ଲା ଚୋରି ବାଇକ ରାକେଟକୁ ବାନ୍ଧି କୋର୍ଟ ଚାଲାଣ କରିଛି କୋରାପୁଟ ଟାଉନ ପୁଲିସ । ସହରର ଜନଗହଳି ପୁର୍ଣ୍ଣ ଅଂଚଳରୁ ବାଇକ ଚୋରି କରୁଥିବା ୨ ଲୁଟେରାକୁ ଗିରଫ କରିଥିବାବେଳେ ସେମାନଙ୍କଠାରୁ ୬ଟି ବାଇକ୍ ଜବତ କରିଛି କୋରାପୁଟ ଟାଉନ ପୋଲିସ । କୋରାପୁଟ ସହର ହସ୍ପିଟାଲ ପରିସର ଓ ବିଭିନ୍ନ ଅଞ୍ଚଳରୁଏହିମାନେ ଚୋରି କରୁଥିବା ନେଇ ଆଜି କୋରାପୁଟ ଟାଉନ ପୁଲିସ ପକ୍ଷରୁ ଏସଡିପିଓ ମନୋଜ ପୂଜାହାରୀ ଓ ଆଇଆଇସି ଧୀରେନ ପଟ୍ଟନାୟକ ଏକ ସମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ସେମାନେ ହେଲେ ପୂଜାରୀପୁଟ ଅଞ୍ଚଳର ହରେକୃଷ୍ଣ ପାଣିଗ୍ରାହୀଙ୍କ ପୁଅ ଅଜିତ କୁମାର ପାଣିଗ୍ରାହୀ(୩୦) ଓ କକନ ବଢେଇଙ୍କ ପୁଅ ଚନ୍ଦନ ବଢେଇ(୨୧)। ଏହି ଦୁଇ ଜଣଙ୍କନାମରେ ପୂର୍ବରୁ ୪ଟି ଲେଖାଏଁ ଚୋରୀ, ଡକାୟତି ଓ ଗାଡି ଚୋରି ପରି ମାମଲା ରହିଥିବା ପୁଲିସ କହିଛି। ଆନ୍ତଃଜିଲ୍ଲା ୨ ବାଇକ ଲୁଟେରାକୁ ଗିରଫ କରିଥିବାବେଳେ ସେମାନଙ୍କ ସହ ଅନ୍ୟ କେଉଁମାନେ ସମ୍ପୃକ୍ତି ରହିଛି ପୋଲିସର ତଦନ୍ତ ଜାରି ରହିଛି । ୨ଲୁଟେରାଙ୍କ ଠାରୁ ୬ଟି ବାଇକ ଜବତ କରିଛି ।ତଦନ୍ତ ଜାରି ରହିଥିବା ସୂଚନା ଦେଇଛନ୍ତି କୋରାପୁଟ ଟାଉନ ପୋଲିସ । ଚନ୍ଦନ ବଢେଇ ୪ ଟି ମାମଲା ରହିଥିବା ବେଳେ ଅଜିତ ପାଣିଗ୍ରାହୀ ନାମରେ ମଧ୍ୟ ୪ ଟି ମାମଲା ରହିଥିବା ସାମ୍ବାଦିକ ସମ୍ମିଳନୀରେ କୋରାପୁଟ ଏସଡିପିଓ ମନୋଜ କୁମାର ପୂଜାରୀ ସୂଚନା ଦେଇଛନ୍ତି । ମାଥିଲି ଅଂଚଳର ଧନ ପୂଜାରୀ ନାମକ ବ୍ୟକ୍ତିର ବାଇକଟି କୋରାପୁଟ ମେଡିକାଲ କଲେଜ ହସପିଟାଲରୁ ଚୋରି ହେବା ନେଇ ଅଭିଯୋଗ କ୍ରମେ ପୋଲିସ ତଦନ୍ତ କରି କୋରାପୁଟ ସହରର ୨ ଜଣକୁ ଗିରଫ କରିଛି । ଗାଡି ଚୋରି କରିବାପରେ ଜୟପୁର ,ନବରଂଗପୁର ଜିଲ୍ଲାରେ ବିକ୍ରୟ କରୁଥିଲେ । ତେବେ ସେମାନେ କାହାକୁ କାହାକୁ କେତୋଟି ମୋଟର ସାଇକେଲ ବିକ୍ରୟ କରିଛନ୍ତି ତାର ତଦନ୍ତ କରାଯିବ । ରିମାଣ୍ଡରରେ ଅଣାଯାଇ ସେସବୁର ତଦନ୍ତ କରାଯିବ ବୋଲି ଏସଡିପିଓ ମନୋଜ ପୂଜାରୀ କହିଛନ୍ତି ।