ବାଙ୍କୀ୧୯.୬ (ନି.ପ୍ର.) : କଟକ ଜିଲ୍ଲା ବାଙ୍କୀ – ଡମପଡା ବ୍ଲକରେ ଆଜି ଅଧ୍ୟକ୍ଷ ଆସନ ପାଇ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ବିଜେଡି ସମର୍ଥିତ ପ୍ରାର୍ଥି ସୁର୍ଯ୍ୟନାରାୟଣ ପାତ୍ର ବିଜୟୀ ହୋଇଛନ୍ତି । ପୂର୍ବରୁ ଏହି ବ୍ଲକରେ ଅଧ୍ୟକ୍ଷ ଭାବରେ ହେିଥିବା ଶଶାଙ୍କ ଶେଖର ସ୍ୱାଇଁଙ୍କୁ ଅନସ୍ଥା ଭୋଟରେ ବାହାର କରିଦିଆଯାଇପାରେ ଏହି ଆସନଟି ଖାଲି ପଡିଥିଲା । ତେବେ ଶଶାଙ୍କ ଶେଖର ପୁନଶ୍ଚ ଏହି ଆସନ ପାଇଁ ପ୍ରତିଦ୍ୱନ୍ଦିତା କରିଥିଲେ ତାଙ୍କୁ ମାତ୍ର ୫ ଖଣ୍ଡ ଭୋଟ ମିଳିଥିବାବେଳେ ବିଜୟୀ ସୁର୍ଯ୍ୟ ପାତ୍ରଙ୍କୁ ୯ ଖଣ୍ଡ ଭୋଟ ମିଳିଥିଲା । ଜଣାଯାଇଛି ଯେ, ଗତ ୨୦୧୭ ମସିହା ଫେବୃଆରୀ ମାସରେ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ବାଙ୍କୀ-ଡମପଡା ବ୍ଲକର ଅଧ୍ୟକ୍ଷ ଆସନ କଂଗ୍ରେସ ହାତକୁ ଯାଇଥିଲା । ଫଳରେ ଶିମିଳିପୁର ପଞ୍ଚାୟତ ଦମିତି ସଭ୍ୟ ଶଶାଙ୍କ ଶେଖର ସ୍ୱାଇଁଙ୍କୁ କଂଗ୍ରେସ ପକ୍ଷରୁ ଅଧ୍ୟକ୍ଷ ଭାବରେ ନିର୍ବାଚିତ କରାଯାଇଥିଲା । ପରେ ୯ଜଣ ସମିତି ସଭ୍ୟ ମଧ୍ୟରୁ ୫ଜଣ ସଭ୍ୟ ବିଜେଡି ଶିବିରରେ ମିସିଯିବା ସହିତ ୩ଜଣ ସରପଞ୍ଚ ମଧ୍ୟ ବିଜେଡିରେ ମିଶିଥିଲେ । ଆଜି ପୁନଶ୍ଚ ଅଧ୍ୟକ୍ଷ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସେଥିରେ ପୂର୍ବରୁ ପ୍ରତିଦ୍ୱନ୍ଦିତା କରିଥିବା ସୂର୍ଯ୍ୟନାରାୟଣ ପାତ୍ର ପୁନଶ୍ଚ ପା୍ରର୍ଥି ହୋଇଥିଲେ । ଏଥିରେ ସୁର୍ଯ୍ୟନାରାୟଣ ପାତ୍ରଙ୍କୁ ୯ଖଣ୍ଡ ଭୋଟ ମିମଳିଥିବା ବେଳେ ଶଶାଙ୍କଙ୍କୁ ମାତ୍ର ୫ଖଣ୍ଡ ଭୋଟ ମିଳିଥିଲା । ୨ ଗୋଟି ଭୋଟ ନାକଚ ହୋଇଥିଲା । ଜଣେ ସଭ୍ୟ ଅନୁପସ୍ଥିତ ରହିଥିଲେ । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏହି ଅଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ବାଙ୍କୀ-ଡମପଡା ତହସିଲଦାର କ୍ଷିତିଶ କୁମାର ବେହେରା ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ଦାଇତ୍ୱରେ ଥିଲେ ।