ବାବା ଆଖଣ୍ଡଳମଣି ମନ୍ଦିର ଖୋଲିଲା ୯ ମାସ ପରେ


ଆରଡି: କରୋନା ମହାମାରୀ ଲାଗି ଦୀର୍ଘ ୯ ମାସ ଧରି ବନ୍ଦ ରହିଥିବା ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ସୋମବାର ଭକ୍ତମାନଙ୍କ ପାଇଁ ଖୋଲିଛି । ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ମନ୍ଦିର ଖୋଲିବା ସମ୍ପର୍କରେ ଜିଲ୍ଲାପାଳ ଡ.ଜ୍ଞାନ ଦାସ ଘୋଷଣା କରିଥିଲେ । ଦର୍ଶନାର୍ଥୀମାନେ ମନ୍ଦିର ମଧ୍ୟକୁ କୌଣସି ପୂଜା ସାମଗ୍ରୀ ଓ ଦୀପ ନେଇପାରିବେ ନାହିଁ । ମନ୍ଦିର ବାହାରେ ଓ ଭିତରେ ସେବାୟତ ଓ ଦର୍ଶନାର୍ଥୀ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ । ୧୦ ବର୍ଷରୁ କମ ଶିଶୁ ଓ ୬୫ ବର୍ଷରୁ ଉର୍ଦ୍ଧ ବ୍ୟକ୍ତି ମନ୍ଦିର ପ୍ରବେଶ ମନା କରାଯାଇଛି । ମନ୍ଦିର ପରିସରରେ ପୂଜାର୍ଚ୍ଚନା ଓ ପ୍ରସାଦ ସେବନକୁ ବାରଣ କରାଯିଇଛି ।
ଶୃଙ୍ଖଳିତ ଦର୍ଶନ ନିମନ୍ତେ ମଣିବାଙ୍କ ଶିବଗଙ୍ଗା ପୁଷ୍କରିଣୀର ଉତର ପାଶ୍ୱର୍ ଠାରୁ ମନ୍ଦିର ଦକ୍ଷିଣଦ୍ୱାରା ପ୍ରର୍ଯ୍ୟନ୍ତ ବ୍ୟାରିକେଡ ନିର୍ମାଣ କରାଯାଇଛି । ୨୮ ଓ ୨୯ରେ ସେମାୟତ ପରିବାରଙ୍କ ଦର୍ଶନ କରାଯିବା ସହିତ ୩୦ ଓ ୩୧ରେ ସ୍ଥ୍ାନୀୟ ୪ଟି ପଂଚାୟତରେ ଲୋକ ଦର୍ଶନ କରିବାର ବ୍ୟବସ୍ଥା କରାଯାଇଛି । ସେହିପରି ଭିଡକୁ ଦୃଷ୍ଟିରେ ରଖି ଜାନୁଆରୀ ତଥା ନୂଆବର୍ଷର ୧ ଓ ୨ ତାରିଖ ମନ୍ଦିର ବନ୍ଦ ରହିବା ପରେ ୩ରେ ସର୍ବସାଧାରଣ ଦର୍ଶନ ନିମନ୍ତେ ଦ୍ୱାରା ଫିଟା ଯିବ । ଦର୍ଶନ ନିମନ୍ତେ ସକାଳ ୭ଟା ଠାରୁ ସଂନ୍ଧ୍ୟା ୫ଟା ଯାଏଁ ମନ୍ଦିର ଖୋଲା ରହିବ ।

Leave A Reply

Your email address will not be published.

eleven + 20 =