ବାରିପଦାରେ ସଟ୍ଡାଉନ

ବାରିପଦା: ମୟୁରଭଞ୍ଜ ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଲୋକଙ୍କୁ ସେବା ଯୋଗାଇଦେବା ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧା ପାଲଟିଛି । ଏଭଳି ସ୍ଥିତରେ ପରିସ୍ଥ୍ିତକୁ ନିୟନ୍ତ୍ରଣ କରିବା ପାଇଁ ଆଜିଠାରୁ ୩ତାରିଖ ଶନିବାର ପର୍ଯ୍ୟନ୍ତ ବାରିପଦା ସହରକୁୂ ସଟ୍ଡାଉନ କରିବା ପାଇଁ ନିଷ୍ପତି ନିଆଯାଇଛି । ବାରିପଦାର ଯୁବ ସଂଗଠନ, ବ୍ୟବସାୟୀ ସଂଘ, ବଣିକ ସଂଘ, ଓକିଲ ସଂଘ ପରି ଅନେକ ସଂଗଠନ ଏହି ସଟ୍ଡାଉନକୁ ଆହ୍ୱାନ କରିଛନ୍ତି । ବିଭିନ୍ନ ସଂଗଠନର କର୍ମକର୍ତାମାନେ ଜିଲ୍ଲାପାଳଙ୍କୁ ଭେଟି ଏନେଇ ଜଣାଇଛନ୍ତି । ୨୭ତାରିଖରୁ ଅକ୍ଟୋବର ୩ତାରିଖ ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ପେଟ୍ରୋଲ ପମ୍ପ, କ୍ଷୀର, ଖବରକାଗଜ, ଔଷଧ ଦୋକାନକୁ ଛାଡି ଅନ୍ୟ ସମସ୍ତ ଦେକାନ ବଜାର ବନ୍ଦ ରହିବ । ଆଜି ସକାଳୁ ବାରିପଦା ସହରରେ ଦୋକାନ ବଜାର ବନ୍ଦ ରହିଛି । ଅତ୍ୟାବଶ୍ୟକ ସାମଗ୍ରୀର ଦୋକାନ ଖୋଲିବାକୁ ନେଇ କୌଣସି ପ୍ରତିବନ୍ଧକ ନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.

thirteen − seven =