ବାର୍ହା ମାଂସ ଜବତ


ମୁରିବାହାଲ: ମୁରିବାହାଲ ବ୍ଲକ ଇଛାପରା ପଂଚାୟତ ଗୁଡିଘାଟ ବିଟ ନିକଟ ସରଗୁଲଳ ପଥର ଖୁଦାନ । ସୋମବାର ଦିନ ଅପରାହ୍ନ ସାଢେ଼ ୪ଟା ସମୟରେ କିଛି ଦୁର୍ବୃତ ବାରହା ମାଂସ କାଟୁଥିବା
ଖବର ପାଇଥିଲା ବନ ବିଭାଗ । ଘଟଣାସ୍ଥଳରେ ପହଂଚିଥିଲେ । ଦୁର୍ବୃତମାନେ ବନ ବିଭାଗ କର୍ମଚାରୀ ଆସିବା ଜାଣି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଘଟଣାସ୍ଥଳରେ ୪୦ କେଜିରୁ ଉଦ୍ଧ୍ୱର୍ ମାଂସ ଜବତ କରି ମୁରିବାହାଲ ରେଞ୍ଜକୁ ଅଣାଯାଇଥିଲା । ମୁରିବାହାଲ ଫରେଷ୍ଟର କାମେଶ୍ୱର ତାଣ୍ଡି ମୁରିବାହାଲ ଅତିରିକ୍ତ ପ୍ରାଣୀ ଚିକିସôକଙ୍କୁ ଡ.ଭବାନୀଶଙ୍କର ବେହେରାଙ୍କୁ ଜଣାଇଥିଲେ । ଡ.ବେହେରାଙ୍କ ଉପସ୍ଥିତିରେ ଲେବୋଟରୀ ଟେଷ୍ଟ ପାଇଁ ରଖି ବାକି ବାରହା ମାଂସକୁ ରେଞ୍ଜ ଅଫିସ ପରିସରରେ ପୋତା ଯାଇଥିଲା । ଚଢ଼ାଉରେ ଗୁଡିଘାଟ ଫରେଷ୍ଟର ଆଦିତ୍ୟ ନନ୍ଦ, ଫରେଷ୍ଟ ଗାର୍ଡ କିଶୋର କୁମାର ପଣ୍ଡା, ବିରଂଚି କୁମ୍ଭାର, ଜ୍ୟୋତିରଞ୍ଜନ ବଗର୍ତି, ଫରେଷ୍ଟ ପ୍ରୋଟେକ୍ସନ କ୍ୱାଡ ଲକ୍ଷ୍ମୀଧର କର୍ମୀ, କୁର୍ତି ବାଗ, ଗଣପତି ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

5 × 2 =