ବାଲିକୁଦା: ବାଲିକୁଦା ବ୍ଲକର ବିଭିନ୍ନ ସ୍ଥାନରେ ଆଜି ୭୪ ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ବିଭିନ୍ନ ସ୍କୁଲ କଲେଜ ସମେତ ପ୍ରତ୍ୟେକ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ସ୍ୱାଧିନତା ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ବାଲିକୁଦା ବ୍ଲକ କାର୍ଯ୍ୟାଳୟରେ ବ୍ଲକ ଅଧ୍ୟକ୍ଷା ମଧୁସ୍ମିତା ସାହୁ ଓ ବିଡିଓ ଡ. କଲ୍ୟାଣ ସୌରଭ ଦାଶ ପତାକା ଉତୋଳନ କରିଥିଲେ । ଏଥିରେ ମଙ୍ଗଳ ଅଧିକାରୀ ପ୍ରମୋଦ ବିଶ୍ୱାଳ, କୋଷାଧ୍ୟକ୍ଷ ନିହାର ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତଥିଲେ । ସେହିପରି ବାଲିକୁଦା ତହସିଲ କାର୍ଯ୍ୟାଳୟ ଓ ଉପନିବନ୍ଧକ କାର୍ଯ୍ୟାଳୟରେ ତହସିଲଦାର ସିଦ୍ଧାର୍ଥ ଶଙ୍କର ସାହୁ ପତାକା ଉତୋଳନ କରିଥିଲେ । ବାଲିକୁଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡା, ହିମାଂଶୁ ଶେଖର ସାହୁ, ଥାନାରେ ଥାନାଧିକାରୀ ସର୍ବେଶ୍ୱର ବେହେରା, ବଡଗାଁ ସ୍ଥିତ ପଞ୍ଚୁପଡା ଦୁଗ୍ଧ ସମବାୟ ସମିତିରେ ପୂର୍ବତନ ସରପଞ୍ଚ ହେମନ୍ତ କୁମାର ସେଠୀ ପତାକା ଉତୋଳନ କରିଥିବା ବେଳେ ସମ୍ପାଦକ ସୁବାଷ ରାଉତ, ସଭାପତି ଶୁଭ ବିଶ୍ୱାଳ, ବାଲିକୁଦା କୃଷି କାର୍ଯ୍ୟାଳୟରେ ସହକାରୀ କୃଷି ଅଧିକାରୀ ସ୍ମୃତିକାନ୍ତ ଜେନା, ସେସୁ କାର୍ଯ୍ୟାଳୟରେ ଏସଡିଓ ଦେବଦତ ଉପାଧ୍ୟାୟ, ମାଛଗାଁ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ପର୍ଶୁରାମ ସେଠୀ, ବରମୁଣ୍ଡଳି ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ନିରଞ୍ଜନ ପଣ୍ଡା, ଅନନ୍ତପୁର ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ରମେଶ ପାଇଟାଳ, ଅଳାଭର ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ଅଶୋକ ବିଶ୍ୱାଳ, ଡଃ ବିଷ୍ଣୁ ଚରଣ ସ୍ୱାଇଁ ପତାକା ଉତୋଳନ କରିଥିବା ବେଳେ ସରପଞ୍ଚ ସାଧୁଚରଣ ସାହୁ ଉପସ୍ଥିତ ଥିଲେ । ଅରିଲୋ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ଜ୍ୟୋତ୍ସ୍ୱାରାଣି ବାରିକ ଓମ ସାଇ ପୋଷାକ ପ୍ରସ୍ତୁତି ପ୍ରତିଷ୍ଠାନ ଓଷକଣା ଠାରେ ସରପଞ୍ଚ ତନୁଲତା ସେଠୀ ପତାକା ଉତୋଳନ କରିଥିଲେ । ସିଙ୍ଗିଟାଳିଆ ଉପ୍ରା ବିଦ୍ୟାଳୟରେ ପ୍ରଧାନଶିକ୍ଷକ ସରୋଜକାନ୍ତ ସ୍ୱାଇଁ, ଶାସନ ଅଳାଭର ଉଚ୍ଚ ବିଦ୍ୟାଲୟରେ ପ୍ରଧାନଶିକ୍ଷକ ଗଗନ ବିହାରୀ ଶତପଥି, ବାଲିକୁଦା ମୋଟର ଚାଳକ ସଂଘ ପକ୍ଷରୁ ବାଲିକୁଦା ବସ୍ଷ୍ଟାଣ୍ଡରେ ନବ ମନୋନିତ ସଭାପତି ବିକ୍ରମଜିତ୍ ପଣ୍ଡା ପତାକା ଉତୋଳନ କରିଥିଲେ ।