ବାଲିକୁଦାରେ ୩ ଆକ୍ରାନ୍ତ : ସମସ୍ତେ ସୁରଟ ଫେରନ୍ତା

ବାଲିକୁଦା: ଆଜି ଆଉ ୩ କରୋନା ପଜିଟିଭ ଚିହ୍ନ ହୋଇଛି । ଏମାନେ ସମସ୍ତେ ବାଲିକୁଦା ବ୍ଲକର ବୋଲି ଜଣା ପଡିଛି । ଏମାନଙ୍କ ମଧ୍ୟରୁ ଜଣେ ଗରାମ ପଂଚାୟତର ହୋଇଥିବା ବେଳେ ଅନ୍ୟ ଦୁଇଜଣ କରୋନା ପଜିଟିଭ୍ କାଳିଓ ପଂଚାୟତର ବୋଲି ଜଣାପଡିଛି । ଏମାନେ ସମସ୍ତେ ସୁରଟରୁ ଫେରିଥିବା ଜଣାପଡିଛି । ତେବେ ଗତକାଲି ବିଳମ୍ବିତ ରାତିରେ ଜିଲ୍ଲା ପ୍ରଶାସନକୁ ଏହି ତଥ୍ୟ ମିଳିବା ପରେ ଆଜି ଏହା ଲୋକ ଲୋଚନକୁ ଆସିଛି । ଜଗତସିଂହପୁର ଜିଲ୍ାଲରୁ ଗତକାଲି ୨୦ ଜଣଙ୍କ ପଜିଟିଭ ଆସିଥିବା ଜଣାପଡିଥିଲା । ସେମାନଙ୍କ ମଧ୍ୟରୁ ୧୯ ଜଣ ନାଉଗାଁ ଅଂଚଳର ହୋଇଥିବା ବେଳେ ଜଣେ କୁଜଙ୍ଗ ବ୍ଲକର ବୋଲି ଜନା ପଡିଥିଲା । ଆଜି ବାଲିକୁଦା ବ୍ଲକର ୩ ଜଣ ପଜିଟିଭ ଚିହ୍ନଟ ହେବା ପରେ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଇ ୨୩ ରେ ପହଂଚିଛି । ଏମାନଙ୍କ ବ୍ୟତିତ ପୂର୍ବରୁ ନାଉଗାଁ ବ୍ଲକରୁ ଚିହ୍ନଟ ୫ ଜଣ ପଜିଟିଭ୍ ସୁସ୍ଥ ହୋଇଛନ୍ତି । ଗତକାଲି ସକାଳେ ଜକରୋନା ଚିକିତ୍ସିତ ଏହି ୫ ଜଣଙ୍କ ନମୁନା ନେଗେଟିଭ ଆସିଥିଲା । ସେଥି ପାଇଁ ଜିଲ୍ଲା ପ୍ରଶାସନ ବେଶ ଆସ୍ୱସ୍ତ ଅନୁଭବ କରିବାର ମାତ୍ର କେଇ ଘଂଟା ମଧ୍ୟରେ ଜିଲ୍ଲାର ୨୦ ଟି ନୂଆ ୨୦ ପଜିଟିଭ୍ ଚିହ୍ନଟ ହୋଇଥିବା ରିପୋର୍ଟ ଆସିବା ପରେ ହଲାପଟା ହୋଇଥିଲା ଜିଲ୍ଲା ପ୍ରଶାସନ ।
ପୁଣି ଗତକାଲି ବିଳମ୍ବିତ ରାତିରେ ଆଉ ଅଧିକ ତିନି ଜଣଙ୍କ ପଜିଟିଭ ରିପୋର୍ଟ ଆସିବା ପରେ ଜିଲ୍ଲା ପ୍ରଶାସନର ମୁଣ୍ଡବିନ୍ଧା ବଢି ଯାଇଛି ଅନ୍ୟପକ୍ଷରେ ଦେଖିବାକୁ ଗଲେ କାଳିଓ ପଂଚାୟତରୁ ବାହାରିଥିବା ଦୁଇ ପଜିଟିଭଙ୍କ ମଧ୍ୟରୁ ଜଣେ ତଣ୍ଡାଉଣୀର ହୋଇଥିବା ବେଳେ ଅନ୍ୟ ଜଣକ ଭୋଦାର ବୋଲି ସୂଚନା ମିଳିଛି । ସେହିପରି ଗରାମ ପଂଚାୟତରୁ ବାହାରଜିଥିବା ପଜିଟିଭଙ୍କ ଘର ଚଅଁରପୁର ବୋଲି ସୂଚନା ମିଳିଛି । ତେବେ ଏହି ସମସ୍ତେ ଗତ ସପ୍ତାହରେ ସରକାରଙ୍କ ପଞ୍ଜିକରଣ ଅନୁଯାୟୀ ସୁରଟରୁ ଫେରିଥିଲେ । ଏମାନଙ୍କୁ ସେମାନଙ୍କ ପଂଚାୟତ ଟିଏମସି (ଟେମ୍ପୋରାରୀ ମେଡିକାଲ ସେଂଟର) ରେ ରଖା ଯାଇଥିଲା । କରୋନା ପଜିଟିଭ ବାହାରିବା ପରେ ଏହି ସବୁ ଟିଏମସିରେ ଥିବା ଅନ୍ୟ ପ୍ରବାସୀଙ୍କ ମଧ୍ୟରେ ଛନକା ପସିଛି । ସେପଟେ କାଳିଓ ପଂଚୟାତରେ ଦୁଇଟି ଟିଏମସିରେ ଥିବା ମୋଟ ୪୨ ଜଣଙ୍କ ମଧ୍ୟରୁ ପୂର୍ବରୁ ନମୁନା ପରୀକ୍ଷା କରାଯାଇ ନେଗେଟିଭ୍ ରିପୋର୍ଟ ଆସିଥିବା ୮ ଜଣଙ୍କୁ ହୋମ କ୍ୱାରେଂଟାଇନକୁ ପଠାଇ ଦିଆ ଯାଇଥିବା ବେଳେ ଏଠାରେ ରହୁଥିବା ପ୍ରବାସୀ ମା’ଙ୍କ ମଧ୍ୟରୁ ୧୧ ଜଣଙ୍କର କୋଭିଡ ଟେଷ୍ଟ ପାଇଁ ଗତ ୧୬ ତାରିଖରେ ପଠା ଯାଇଥିଲା । ସେମାନଙ୍କ ମଧ୍ୟରୁ ଆଜି ଦୁଇ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି ।
ଅନ୍ୟ ପ୍ରବାସୀମାନଙ୍କ ସ୍ୱାବ ଏ ପର୍ଯ୍ୟନ୍ତ ଗ୍ରହଣ କରାଯାଇ ପାରି ନାହିଁ । ସେହିପରି ଗରାମ ପଂଚାୟତର ଦୁଇଟି ଟିଏମସିରେ ରହୁଥିବା ମୋଟ ୩୩ ଜଣ ପ୍ରବାସୀଙ୍କ ମ୍ମରୁ ପୂର୍ବରୁ କୋଭିଡ ପରୀକ୍ଷା କରାଯାଇ ରିପୋର୍ଟ ନେଗେଟିଭ ଆସିଥିବା ୨ ଜଣ ପ୍ରବାସୀଙ୍କୁ ହୋମ କ୍ୱାରେଂଟାଇନକୁ ପଠାଇ ଦିଆ ଯାଇଥିଲା । ଗତ ୧୬ ତାରିଖରେ ଏଠାରେ ରହୁଥିବା ଅନ୍ୟ ପ୍ରବାସୀଙ୍କ ମ୍ମରୁ ୯ ଜଣଙ୍କର ସ୍ୱାବ ଗ୍ରହଣ କରାଯାଇ ପରୀକ୍ଷା ପାଇଁ ପଠା ଯାଇଥିଲା । ସେମାନଙ୍କ ମଧ୍ୟରୁ ଆଜି ଜଣେ ପ୍ରବାସୀଙ୍କ ନମୂନା ପଜିଟିଭ ଆସିଥିବା ସୂଚନା ମିଳିଛି ।

Leave A Reply

Your email address will not be published.

four × 1 =