ବାଲିକୁଦାର ୧୮ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ବାଲିକୁଦା: ଭାରତୀୟ ମାନବାଧିକାର ଆୱାରନେସ ଆସୋସିଏସନ ଜଗତସିଂହପୁର ଶାଖା ପକ୍ଷରୁ ଏକ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଥିଲା । ବାଲିକୁଦାର ୧୮ ଜଣଙ୍କୁ ଆସୋସିଏସନ ପକ୍ଷରୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଏହି ଅବସରରେ ଥାଇଳୋ ପଞ୍ଚାୟତର ଜଏଗାଁ ସ୍ଥିତ ଶ୍ରୀକୃଷ୍ଣ ଗୁରୁକୁଳ ପରିସରରେ ଆସୋସିଏସନର ଜିଲ୍ଲା ସଭାପତି ମାସସ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଅତିଥି ଭାବେ ବାଲିକୁଦା ବିଡିଓ ଡ. କଲ୍ୟାଣ ସୌରଭ ଦାଶ, ତହସିଲଦାର ସିଦ୍ଧାର୍ଥ ଶଙ୍କର ସାହୁ, ବାଲିକୁଦା ଥାନାଧିକାରୀ ସର୍ବେଶ୍ୱର ବେହେରା, ବାଲିକୁଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡା. ହିମାଂଶୁ ଶେଖର ସାହୁ ଡା. ଜ୍ଞାନ ରନ ନାୟକ, ଏସଆଇ ଚିରୀବ ବେହେରା, ସାମ୍ବାଦିକ ବିଧାନ ରାଉଳ, ବାଲିକୁଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସ୍ୱାସ୍ଥ୍ୟ ସେବିକା ସ୍ମିତାରାଣି ମହାନ୍ତି, ଅଧ୍ୟାପକ ପ୍ରଶାନ୍ତ ଶତପଥି, ପଦୀପ ଶତପଥି, ସରପଞ୍ଚ ଯତୀନ ପରିଡ଼ା, ଅଶୋକ ବିଶ୍ୱାଳ ସାମାଜିକ କର୍ମୀ କୃଷ୍ଣଚନ୍ଦ୍ର ଶତପଥି, ଶ୍ରୀକାନ୍ତ ଦାସ, ସୁଚିସ୍ମିତା ମହାନ୍ତି, ମନ୍ମଥ ପରିଡା, ସରୋଜିନି ଦାସ, ରୀତା ପରିଡା ପ୍ରମୁଖ ଯୋଗଦେଇ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନୀତ ହୋଇଥିଲେ । ଆସୋସିଏସନ ପକ୍ଷରୁ ଉକ୍ତ ଯୋଦ୍ଧା ମାନଙ୍କୁ ମାନପତ୍ର ଓ ଉପଢୌକନ ଦିଆ ଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରୀକୃଷ୍ଣ ଗୁରୁକୁଳର ସମ୍ପାଦକ କୃଷ୍ଣଚନ୍ଦ୍ର ଶତପଥି ଶତିଥର ପରିଚୟ ଓ ସ୍ୱାତତ ଭାଷଣ ଦେଇଥିବା ବେଳେ ଆସୋସିଏସନର ବାଲିକୁଦା ଶାଖାର ଉପସଭାପତି ସନ୍ତୋଷ ଦାସ ଧନ୍ୟବାଦ ଦେଇଥିଲେ । ପ୍ରଥମେ ଅତିଥି ଗଣ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଦେଶ ଓ ରାଜ୍ୟ ତଥା ବିଶ୍ୱରୁ ମହାମାରୀ କରୋନା ଅପସରି ଯିବାପାଇଁ ପ୍ରାର୍ଥନା କରିବା ସହିତ କରୋନାରେ ମୃତକଙ୍କ ଆତ୍ମାର ସଦ୍ଗତି କାମନା କରିଥିଲେ ଓ ଆନ୍ତ୍ରାନ୍ତ ମାନଙ୍କୁ ଆଶୁ ଆରୋଗ୍ୟ କାମନା କରି ପ୍ରାର୍ଥନା କରିଥିଲେ । ଆସୋସିଏସନର ବାଲିକୁଦା ଶାଖା ସଭାପତି ସୁଶାନ୍ତ ଶତପଥି, ସମ୍ପାଦକ ସାରଦା ପ୍ରସାଦ ଶତପଥି ଗୁରୁକୁଳର ଶିକ୍ଷୟିତ୍ରୀ ବର୍ଷାରାଣି ଦାସ, ସର୍ମିଷ୍ଠା ମହାନ୍ତି, କର୍ମଚାରୀ ନିଳିମା ପରିଡା, ସରଳା ସାହୁ, ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

nineteen + 10 =