ବିଏମ୍ସି ବାଂଟିବ ବଳକା ଖାଦ୍ୟ

ଭୁବନେଶ୍ୱର: ଆଉ ଡଷ୍ଟବିନ୍ରେ ପଡିବନି ବଳକା ଖାଦ୍ୟ । ରାସ୍ତାକଡରେ ପଡି ପରିବେଶ ଅପରିବେଶ ଅପରିଷ୍କାର ହେବନି । ଏଣିକି ବିଏମ୍ସି ଲୋକଙ୍କ ନିକଟରେ ପହଂଚି ବଳକା ଖାଦ୍ୟ ସଂଗ୍ରହ କରିବ । ଏଥିନିମନ୍ତେ ଏକ ୨୪ ଘଂଟିଆ ନିଃଶୁଳ୍କ ସହାୟତା ନମ୍ବର ଜାରି ହେବ । ଉକ୍ତ ନମ୍ବରକୁ ଯୋଗାଯୋଗ କଲେ ବିଏମ୍ସି ସେମାନଙ୍କ ନିକଟରେ ପହଂଚି ବଳାକା ଖାଦ୍ୟ ସଂଗ୍ରହ କରିବ । ଏଥିନିମନ୍ତେ ଏକ ୨୪ ଘଂଟିଆ ନିଃଶୁଳ୍କ ସହାୟତା ନମ୍ବର ଜାରି ହେବ । ଉକ୍ତ ନମ୍ବରକୁ ଯୋଗାଯୋଗ କଲେ ବିଏମ୍ସି ସେମାନଙ୍କ ନିକଟରେ ପହଂଚି ବଳକା ଖାଦ୍ୟ ସଂଗ୍ରହ କରିବ । ବିଶେଷ କରି ହୋଟେଲ, ହଷ୍ଟେଲ, ବିବାହ ମଣ୍ଡପ, ପାର୍ଟିରେ ବହୁ ଖାଦ୍ୟ ବଳକା ରହୁଥିବାରୁ ସେଠାରୁ ସଂଗ୍ରହ ହେବ । ସଂଗୃହୀତ ଖାଦ୍ୟ ଗରିବ, ଅସହାୟ ଏବଂ ଆଶ୍ରୟସ୍ଥଳୀ ଅନ୍ତେବାସୀଙ୍କୁ ବଂଟାଯିବ । ଏନେଇ ବିଏମ୍ସି ପ୍ରକ୍ରିୟା ଆରମ୍ଭ କରିଛି । ବିନା ଅନୁମତିରେ ଅସହାୟଙ୍କୁ ମାଗଣାରେ ଖାଦ୍ୟ ବାଂଟିପାରିବ ନାହିଁ ବୋଲି ବିଏମ୍ସି ଆଦେଶନାମା ପ୍ରକାଶ କରିଛି । ଏହାସହ ଭିକାରିମୁକ୍ତ ସହର ଏବଂ କେହି ରାସ୍ତା କଡ଼ରେ ଯେପରି ନ ଶୋଇବେ ସେଥିପାଇଁ ଆଶ୍ରୟସ୍ଥଳୀ ନିର୍ମାଣ ନିମନ୍ତେ ବ୍ୟବସ୍ଥା ହୋଇଛି । ଏହି ପଦକ୍ଷେପଗୁଡିକର ସଫଳ ରୂପାୟନ ନିମନ୍ତେ ଆଉ ପାଦେ ଆଗେଇ ବିଏମ୍ସି ଲୋକଙ୍କଠାରୁ ବଳକା ଖାଦ୍ୟ ସଂଗ୍ରହ କରି ଗରିବ ଏବଂ ନିରାଶ୍ରୟଙ୍କୁ ବାଂଟିବ ବୋଲି ଯୋଜନା କରିଛି । ଏହାଫଳରେ ଲୋକେ ପେଟ ଚାଖଣ୍ଡକ ପାଇଁ କାହା ଆଗରେ ଆଉ ହାତ ପତେଇବେନି କି ମନ୍ଦିର, ଧାର୍ମିକ ସ୍ଥଳୀରେ ଖାଦ୍ୟ ପାଇଁ ଅପେକ୍ଷା କରିବେନି । ଜନଗହଳିପୂର୍ଣ୍ଣ ସ୍ଥାନରେ ଅସହାୟଙ୍କୁ ଖାଦ୍ୟ ବଂଟାଯିବ । ବଳକା ଖାଦ୍ୟ ଦେବା ପାଇଁ ହୋଟେଲ, ହଷ୍ଟେଲ, ମଣ୍ଡପ, କାର୍ଯ୍ୟକ୍ରମର ଆୟୋଜକ ବିଏମ୍ସି ନିକଟରେ ଆଗୁଆ ସୂଚନା ଦେବେ । ୨୪ ଘଂଟା ନିଃଶୁକ୍ଳ ସହାୟତା ନମ୍ବର କିମ୍ବା ବିଏମ୍ସିକୁ ଦରଖାସ୍ତ କରି ଅନୁମତି ନେବେ । ମଧ୍ୟାହ୍ନ ଭୋଜନ ଏବଂ ରାତ୍ରି ଭୋଜନ ସମୟରେ ବଳକା ଖାଦ୍ୟ ସଂଗ୍ରହ ହେବ । ବିଏମ୍ସି ଦ୍ୱାରା ନିଯୁକ୍ତ ସଂସ୍ଥାର ଗାଡ଼ି ଦାତାଙ୍କ ନିକଟରେ ପହଂଚି ଖାଦ୍ୟ ସଂଗ୍ରହ କରିବେ । ପରେ ନିର୍ଦ୍ଧାରିତ ସ୍ଥାନରେ ଏହାକୁ ସାଇତା ରଖାଯିବ । ଖାଦ୍ୟ ସଂରକ୍ଷଣ ନିମେନ୍ତ ୭ ଶହ ଲିଟର ବିଶିଷ୍ଟ ରେପ୍ରିଜେରେଟର ଏବଂ ଆବଶ୍ୟକ ପଡିଲେ ଖାଦ୍ୟ ଉଷୁମ ନିମନ୍ତେ ଗ୍ୟାସ ଷ୍ଟୋଭ ରହିବ । ସଂଗୃହୀତ ଖାଦ୍ୟ ସହରର ୭ଟି ସ୍ଥାନରେ ବଂଟାଯିବ । ଦିନବେଳେ ଘରୋଇ ଅନାଥାଶ୍ରମ, ଅସହାୟ ଆଶ୍ରୟ ସ୍ଥଳୀ, ଲେପର୍ସି ପଡା, ଜରା ନିବାସ ସମ୍ ହସ୍ପିଟାଲ, ମାଷ୍ଟର କ୍ୟାଂଟିନ ବସ୍ ଷ୍ଟାଣ୍ଡ, କିମ୍ସ ହସ୍ପିଟାଲ ପ୍ରଭୃତି ୭ଟି ସ୍ଥାନରେ ଖାଦ୍ୟ ବଂଟନ ହେବ । ସେହିପରି ରାତିରେ ଭୁବନେଶ୍ୱର ରେଳ ଷ୍ଟେସନ, ବରମୁଣ୍ଡା ବସ୍ଷ୍ଟାଣ୍ଡ, କ୍ୟାବିଟାଲ ହସ୍ପିଟାଲ, ସମ୍ ହସ୍ପିଟାଲ, ଘରୋଇ ଅନାଥାଶ୍ରମ, ଅସହାୟଙ୍କ ଆଶ୍ରୟ ସ୍ଥଳୀ, ଜରା ନିବାସ, ଲେପର୍ସି ପଡ଼ା କିମ୍ସ ହସ୍ପିଟାଲରେ ଲୋକଙ୍କୁ ଖାଇବାକୁ ଦିଆଯିବ । ନଷ୍ଟ ଖାଦ୍ୟ ବିଏମ୍ସିର କ୍ଷୁଦ୍ର ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କେନ୍ଦ୍ରକୁ ନିଯାଯିବ । ବିଏମ୍ସି ଡେପୁଟି କମିସନର ଶୁମେନ୍ଦୁ ସାହୁ କହିଛନ୍ତି, ବଳକା ଖାଦ୍ୟ ସଂଗ୍ରହ ପରେ ମାନ ପରୀକ୍ଷା ହେବ । ଏହାପରେ ଲୋକଙ୍କୁ ଖାଇବାକୁ ଦିଆଯିବ । ଏନେଇ ଏକ ଠିକା ସଂସ୍ଥାକୁ ମନୋନୟନ କରାଯାଇଛି । ଆସନ୍ତ ମାର୍ଚ୍ଚ ପ୍ରଥମ ସପ୍ତାହ ସୁଦ୍ଧା ଖାଦ୍ୟ ସଂଗ୍ରହ ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

six + 15 =