ବିଏମ୍ସି : ୫ ମାସର ଆୟ ୧୦ କୋଟିରେ ୭୬୮ କୋଟିର ବଜେଟ୍ ସ୍ୱପ୍ନ

ଭୁବନେଶ୍ୱର: ରାଜ୍ୟ ସରକାର ଚଳିତ ଆର୍ଥିକ ବର୍ଷରେ କିଛି ନୂଆ ପ୍ରକଳ୍ପ କରିବେନି ବୋଲି ଆପାତତଃ ନିଷ୍ପତି ନେଇଛନ୍ତି । ରାଜସ୍ୱ ଅଭାବ ଯୋଗୁଁ ବିଭାଗକୁ ଅର୍ଥ ଦିଆଯାଉନି । ଏହି ଫାଶରେ ଏବେ ବିଏମ୍ସି ପଡ଼ି ଯାଇଛି । ବିଏମ୍ସିକୁ ବି କୌଣସି ନୂଆ ପ୍ରକଳ୍ପ ଅର୍ଥ ଦିଆଯାଉନି । ଏହି ଫାଶରେ ଏବେ ବିଏମ୍ସି ପଡ଼ି ଯାଇଛି । ବିଏମ୍ସିକୁ ବି କୌଣସି ନୂଆ ପ୍ରକଳ୍ପ ପାଇଁ ଟଙ୍କା ମିଳିବାର ନାହିଁ । ବିଏମ୍ସିର ବି ରାଜସ୍ୱ ଆଦାୟ ହେଉନି । କେବଳ କିଛି ହୋଲଡିଂ ଟିକସ, ଲାଇସେନ୍ସ ଫି’ ଏବଂ ଜରିମାନା ବାବଦକୁ ଯାହା କିଛି ଆୟ ହେଉଛି । ପାଖରେ ଟଙ୍କା ନଥିବାରୁ ବିଏମ୍ସି ବି ନିଜ ଆୟରୁ ଅର୍ଥ ଖର୍ଚ୍ଚ କରି ନୂଆ ପ୍ରକଳ୍ପ କରିବା ସମ୍ଭବ ନୁହେଁ । ତେଣୁ ବିଏମ୍ସି ଚଳିତ ଆର୍ଥିକ ବର୍ଷରେ କିଛି ନୂଆ ପ୍ରକଳ୍ପ କରିବନି ବୋଲି ନିଷ୍ପତି ନେଇଛି । ବିଏମ୍ସିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ଚଳିତ ଆର୍ଥିକ ବର୍ଷରେ ୫ ମାସରେ ବିଏମ୍ସି ମାତ୍ର ୧୦ କୋଟି ଆୟ କରିଛି । ଏଥିରୁ ୫ କୋଟି ୯୬ ଲକ୍ଷ ଟଙ୍କା୍ ହୋଲଡିଂ ଟିକସ ବାବଦକୁ ଆଦାୟ ହୋଇଥିବା ବେଳେ ବାକି ପ୍ଲାନ୍ ଆବେଦନ ଫି’ ଟ୍ରେଡ୍ ଲାଇସେନ୍ସ, ପାର୍କିଂସ୍ଥଳୀ ନିଲାମ ବାବଦ ଫି’ ଏନ୍ଓସି, ବିଭିନ୍ନ ସମ୍ପତି ଭଡାରୁ ମିଳିଛି । ଏହିପରି ମୋଟ୍ ୧୦ କୋଟି ସେପ୍ଟେମ୍ବର ୧ ସୁଦ୍ଧା ଆୟ ହୋଇଛି । ବିଏମ୍ସି ଚଳିତ ଆର୍ଥିକ ବର୍ଷରେ ୭୦୧ କୋଟି ୩୬ ଲକ୍ଷ ୧୮ ହଜାର ୨୨୬ ଟଙ୍କା ଆୟ କରିବ ବୋଲି ଯୋଜନା କରିଥିଲା । ଏନେି ବି ବ୍ଲୁ ପ୍ରିଂଟ ପ୍ରସ୍ତୁତ ହୋଇଥିଲା । କିନ୍ତୁ କରୋନା ମହାମାରୀ ମାର୍ଚ୍ଚ ମାସରୁ ଭୁବନେଶ୍ୱରରେ ପଶିବା ପରେ ସବୁ ଓଲଟପାଲଟ ହୋଇଯାଇଛି । ସ୍ଥିତି ଏପରି ହୋଇଛି ଯେ ବିଏମ୍ସିର ୭୬୮ କୋଟିର ବଜେଟ୍ ସ୍ୱପ୍ନ ପାଲଟିଯାଇଛି । ବିଏମ୍ସି ଏପ୍ରିଲରୁ ମଧ୍ୟରେ ୫ ମାସରେ ପ୍ରାୟ ୨୫ କୋଟି ରାଜସ୍ୱ ଆଦାୟ କରିଥାଏ । ଏଥିରେ ପ୍ରାୟ ୧୨ କୋଟି ଟଙ୍କା ହୋଲଡିଂ ଟିକସ ବାବଦକୁ ଆସିଥାଏ । କିନ୍ତୁ ଏଥର ଏହାର ପ୍ରାୟ ଅଧା ଆଦାୟ ହୋଇଛି । ଲୋକମାନେ ରିବେଟ୍ ପାଉଥିବାରୁ ଆଗୁଆ ହୋଲଡିଂ ଟିକସ ଦେଇଦେଛନ୍ତି । ଡିସେମ୍ବରରୁ ମାର୍ଚ୍ଚ ଭିତରେ ବିଏମ୍ସି ପ୍ରାୟ ୬୦ କୋଟି ରାଜସ୍ୱ ଆଦାୟ କରିଥାଏ । ତେରୁ ଆଗକୁ ସ୍ଥିତି ସୁଧୁରିଲେ ପ୍ରାୟ ୩୦ କୋଟି ରାଜସ୍ୱ ଆଦାୟ ହେବାର ସମ୍ଭାବନା ଅଛି ବୋଲି ବିଏମ୍ସି କତୃିପକ୍ଷ ଆଶା ରଖିଛନ୍ତି । ବିଏମ୍ସି ଚଳିତବର୍ଷ ଡ୍ରେନ୍ ନିର୍ମାଣ ବାବଦକୁ ୧୪୮ କୋଟି ୨୯ ଲକ୍ଷ, ଡ୍ରେନ୍ କାନ୍ଥ ମରାମତି ବାବଦକୁ ୫୦ କୋଟି ଖର୍ଚ୍ଚ ହୋଇଥାନ୍ତା, ରାସ୍ତା ମରାମତି ପାଇଁ ୪୦.୫୭ କୋଟି, କମ୍ପୋଷ୍ଟ ପ୍ଲାଂଟ ନିର୍ମାଣ ବାବଦକୁ ୯୯ କୋଟି ୧୪ ଲକ୍ଷ ଟଙ୍କା, ସଫେଇ ବାବଦକୁ ପ୍ରାୟ ୬୦ କୋଟି,ଖର୍ଚ୍ଚ ହୋଇଥାନ୍ତି । କିନ୍ତୁ ଟଙ୍କା ନଥିବାରୁ ବିଏମ୍ସି କର୍ତୃପକ୍ଷ ଚିନ୍ତାରେ ପଡ଼ି ଯାଇଛନ୍ତି । ସୂଚନାଯୋଗ୍ୟ ବିଏମ୍ସି ଚଳିତ ବର୍ଷ ପାଇଁ ୭୬୮ କୋଟି ୭୯ ଲକ୍ଷ ୭ ହଜାର ୫୯୧ ଟଙ୍କାର ବଜେଟ୍ କରିଥିବା ବେଳେ ଏଥିପାଇଁ ୬୯୬ କୋଟି ୯୪ ଲକ୍ଷ ୬୨ ହଜାର ୧୪୭ ଟଙ୍କା ଆୟ କରିଥାନ୍ତି । ଓପନିଂ ବାଲାନ୍ସ ୭୧ କୋଟି ୮୪ ଲକ୍ଷ ୪୫ ହଜାର ୪୪୪ ଟଙ୍କା ଥିଲା ।

Leave A Reply

Your email address will not be published.

12 − 12 =