ବିକାଶର ସଫଳତା

ସମ୍ବଲପୁର: ଓଡ଼ିଶା ଉଚ୍ଚତର ମାଧ୍ୟମିକ ବୋଡର଼୍ ପରୀକ୍ଷା-୨୦୨୦ରେ ଶାସନସ୍ଥିତ ବିକାଶ କ୍ୟାମ୍ପସର ବିଜ୍ଞାନ ଛାତ୍ରୀ କୁମାରୀ ଛବିରାଣୀ ରଣା ୬୦୦ ମାର୍କରୁ ସର୍ବମୋଟ ୫୬୦(୯୩.୩୩%) ନମ୍ବର ରଖି ସମଗ୍ର ଓଡ଼ିଶାରେ ୭ମ ସ୍ଥାନ ତଥା ପଶ୍ଚିମ ଓଡ଼ିଶା ପାଇଁ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।
ଏତଦ୍ବ୍ୟତୀତ କୁମାରୀ କାଜଲ ମିଶ୍ର, କୁମାରୀ ସ୍ନେହା ସାହୁ, କୁମାରୀ ମାନିନୀ ଖରସେଲ ଏବଂ କୁମାରୀ ସିମ୍ପି ସାହୁ ପ୍ରମୁଖ ୫୦୦ରୁ ଊଦ୍ଧ୍ୱର୍ ନମ୍ବର ରଖି ପ୍ରୋକ୍ତ ଶିକ୍ଷାନୁଷ୍ଠାନର ଗର୍ବ ଓ ଗୌରବ ବଜାୟ ରଖିଛନ୍ତି । ସର୍ବମୋଟ ୧୧୧ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୦ଜଣରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ୮୦ ପ୍ରତିଶତ ନମ୍ବର ରଖିଥିବାବେଳେ ୭୨ଜଣ ଛାତ୍ରଛାତ୍ରୀ ପ୍ରଥମ ସ୍ଥାନ ହାସଲ କରିଛନ୍ତି ।
ଏହି ଅନନ୍ୟ ସଫଳତା ପାଇଁ କଲେଜ ଅଧ୍ୟକ୍ଷ ଶ୍ରୀଯୁକ୍ତ ସଂଜୀବ କୁମାର ବାବୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ନିଷ୍ଠା ଓ ପରିଶ୍ରମ ପାଇଁ ଅଭିନନ୍ଦନ ଜଣାଇବା ସହ ଅଧ୍ୟାପକ-ଅଧ୍ୟାପିକାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତିି ତଥା ବିକାଶ ଶିକ୍ଷାନୁଷ୍ଠାନର ଚେୟାରମେନ୍ ଶ୍ରୀଯୁକ୍ତ ଡି. ମୁରଲୀକ୍ରିଷ୍ଣା, କାର୍ଯ୍ୟନିର୍ବାହୀ ପରିଚାଳକ ଶ୍ରୀଯୁକ୍ତ ଜି. ଭାସ୍କର ରାଓ, କାର୍ଯ୍ୟନିର୍ବାହୀ ନିଦେ୍ର୍ଧଶକ ଡି. ନାଗେଶ୍ୱର ରାଓ, ଭି. ଶ୍ରୀନିବାସ, ଡାଇରେକ୍ଟର ଡ. ସମରେନ୍ଦ୍ର ନାଥ ପଣ୍ଡା ଏବଂ ବିକାଶ କନ୍ସେପ୍ଟ ସ୍କୁଲର ଅଧ୍ୟକ୍ଷ ଶ୍ରୀଯୁକ୍ତ ମନୋରନ ପତି, ପ୍ରଶାସନିକ ଅଧିକାରୀ ଶ୍ରୀମତୀ ପୁଷ୍ପିତା ପଣ୍ଡା ଏବଂ ସମସ୍ତ ଅଭିଭାବକ ଓ ଅଭିଭାବିକାଙ୍କୁ ହୃଦୟରୁ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତିି ଏବଂ ଛାତ୍ରଛାତ୍ରୀମାନଙ୍କର ଶୁଭ ଭବିଷ୍ୟତର କାମନା କରିଛନ୍ତି ।

Leave A Reply

Your email address will not be published.

one × 4 =