ବିକ୍ରି ହୋଇଥିବା ୧୦ ଦିନର ଶିଶୁ ପୁତ୍ର ଉଦ୍ଧାର

ଭୁବନେଶ୍ୱର: ପତ୍ନୀର ଅଜ୍ଞାତରେ ସ୍ୱାମୀ ଗତକାଲି ୧୦ହଜାର ଟଙ୍କାରେ ବିକ୍ରି କରିଦେଇଥିବା ୧୦ଦିନର ଶିଶୁ ପୁତ୍ରକୁ ଜିଲ୍ଲା ଶିଶୁ ସୂରକ୍ଷା କମିଟି ଆଜି ଉଦ୍ଧାର କରିଛି । ଜିଲ୍ଲା ଶିଶୁ ସୂରକ୍ଷା କମିଟି ଶିଶୁପୁତ୍ରକୁ ମାଳିସାହି ଅଞ୍ଚଳରୁ ଉଦ୍ଧାର କରିଥିବା କୁହାଯାଇଛି । ଗତକାଲି ମାଷ୍ଟ୍ରର କ୍ୟାଂଟିନ୍ ଅଞ୍ଚଳରୁ କେତେକ ମହିଳା ଦଲାଲ୍ ଶିଶୁପୁତ୍ରକୁ ମା’କୋଳରୁ ଛଡାଇ ନେବା ଘଟଣାର ଭିଡିଓ ଭାଇରାଲ ହେବା ପରେ ଶିଶୁ ସୂରକ୍ଷା କମିଟି ଆଜି ବିଭିନ୍ନ ସ୍ଥାନରେ ଚଢାଉ କରି ମାଳିସାହି ଅଞ୍ଚଳରୁ ଶିଶୁ ପୁତ୍ରକୁ ଉଦ୍ଧାର କରିଛି ।

Leave A Reply

Your email address will not be published.

2 + seven =