ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ଭୁବନେଶ୍ୱର: ଝାରପଡା ଜେଲରେ ଜଣେ ବିଚାରାଧୀନ କଏଦୀର ମୃତ୍ୟୁ ଘଟିଥିବାର ଖବର ମିଳିଛି । ମୃତ କଏଦୀର ନାଁ ରବି ଦୁଲାଲ୍ । ସେ ନୟାଗଡ ଅସ୍ତ୍ରାଗାର ଲୁଟ ଘଟଣାରେ ଗିରଫ ହୋଇ ଜେଲରେ ଥିଲା । ଆଜି ସକାଳେ ରବି ପାଣି ଆଣିବାକୁ ଯାଇଥିଲେ । ଏହି ସମୟରେ ତାର ମୁଣ୍ଡ ବାଡେଇ ହୋଇଗଲା ସେ ତଳେ ପଡିଗଲା । ତାପରେ ତାକୁ କ୍ୟାପିଟାଲ୍ ହସ୍ପିଟାଲକୁ ଅଣାଯାଇଥିଲା ।
ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଅଭିଯୁକ୍ତ ମାଓବାଦୀଙ୍କ ସହ ସମ୍ପୃକ୍ତ ଅଭିଯୋଗରେ ଜେଲରେ ଥିଲା । ଏହାଛଡା ରବି ଦଶପଲ୍ଲା ଥାନା ପୋଡି, ଅସ୍ତ୍ରଶସ୍ତ୍ର ଲୁଟ୍, ହତ୍ୟା, ବିସ୍ଫୋରଣ କରିବା ଭଳି ସଂଗୀନ ମାମଲାର ଅଭିଯୁକ୍ତ ଥିଲା ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.

3 × 1 =