ଭୁବନେଶ୍ୱର: ବର୍ତମାନ ଓଡିଶା ରାଜନୀତିରେ ଓଡିଶାବାସୀ ଏକ ନୂଆ ଚିତ୍ର ଦେଖୁଛନ୍ତି । ଏହି ଚିତ୍ରରେ କୃଷି ବିଲ୍କୁ ନେଇ ବିଜେଡି-ବିଜେପି ମଧ୍ୟରେ ଯେଉଁ ରାଜନୀତି ଚାଲିଛି ତାହା ହାସ୍ୟାସ୍ପଦ ଏବଂ ଆଲୋଚନା ସାପେକ୍ଷ ବୋଲି ପିସିସି ସଭାପତି ଶ୍ରୀ ନିରନ ପଟ୍ଟନାୟକ ଆଜିର ପ୍ରେସବାର୍ତାରେ କହିଛନ୍ତି । ଲୋକସଭାରେ ବିଜେଡି ସାଂସଦମାନେ କୃଷି ବିଲ୍କୁ ସମର୍ଥନ କଲେ କିନ୍ତୁ ରାଜ୍ୟସଭାରେ ପ୍ରଶ୍ନ ଉଠାଇଲେ ଏବଂ ବିରୋଧ କଲେ । ଯେଉଁସବୁ ଆଭିମୁଖ୍ୟ ରଖି ବିଜେଡ଼ି ରାଜ୍ୟସଭାରେ ପ୍ରଶ୍ନ ଉତ୍ଥାପନ କରିଛନ୍ତି ଲୋକସଭାରେ ସେମାନେ କେଉଁଠି ଥିଲେ ଏବଂ ପ୍ରଶ୍ନ ଉତଥାପନ କରିନଥିଲେ କାହିଁକି? ଏଥିରୁ ଅନୁମେୟ ବିଜେଡି ଓ ବିଜେପି ଉଭୟ ‘କଭି ଖୁସ୍ କଭି ଗମ୍’ ଭଳି ରାଜନୀତି କରୁଛଡ଼୍ତି । ସିବିଆଇ ଚଢ଼ାଉକୁ ଏମାନେ ଆଘାତ କରିଛନ୍ତି । ସିବିଆଇ ଚଢ଼ାଉକୁ ଯଦି ଏମାନେ ଆଘାତ କରିଛନ୍ତି ତେବେ ପ୍ରଶ୍ନ ହେଲା ୭-୮ ବର୍ଷ ହେଲାଣି ଲକ୍ଷ ଲକ୍ଷ ଲୋକ ଚିଟ୍ଫଣ୍ଡ୍କୁ ଟଙ୍କା ଦେଇ ବସିଛନ୍ତି, ତା ଉପରେ କିଛି ହେଲାନାହିଁ, ସେମାନଙ୍କର ଦୁଃଖ କେହି ସରକାର ବୁଝିଲେ ନାହିଁ ।