ବିଜେଡି ପକ୍ଷରୁ ପ୍ଲାଜମା ଦାନ ପାଇଁ ସଚେତନତା

ବାରିପଦା: କରୋନାରେ ଗୁରୁତର ଆକ୍ରାନ୍ତ ହୋଇଥିବା ରୋଗୀମାନଙ୍କୁ ପ୍ଲାଜମା ଚିକିତ୍ସା ଦ୍ୱାରା ଭଲ ହେଉଥିବାରୁ ରାଜ୍ୟ ସରକାର ଏହାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ।ଏଥି ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ ଓ ମୟୁରଭ ପର୍ଯ୍ୟବେକ୍ଷକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ନିର୍ଦେଶ କ୍ରମେ କରନାରୁ ଅରୋଗ୍ୟ ଲାଭ କରିଥିବା ରାଇରଙ୍ଗପୁର ଓ କରିଆ ଉପଖଣ୍ଡର ବ୍ୟକ୍ତିବିଶେଷଙ୍କୁ ପ୍ଳାଜମା ଦାନ ପାଇଁ ସଦର ବିଜୁ ଜନତା ଦଳ ପକ୍ଷରୁ ଅନୁରୋଧ କରାଯାଇଛି । କରୋନାରୁ ସୁସ୍ଥ ହୋଇଥିବା ଲୋକମାନେ କିପରି ପ୍ଲାଜମା ଦାନ ପାଇଁ ଆଗେଇ ଆସିବେ ସେ ସମ୍ପର୍କରେ ସଚେତନତା ସୃଷ୍ଟି ସହ ଅଧିକରୁ ଅଧିକ ପ୍ଲାଜ୍ମା ସଂଗ୍ରହ ଉପରେ ଗୁରୁତାରୋପ କରାଯାଇଛି ।ଏଥି ନିମନ୍ତେ ଜିଲ୍ଳାର ସମସ୍ତ ବିଜେଡ଼ି କର୍ମକର୍ତା ନିଜ ନିଜ ଅଚଂଳରେ କରୋନାରୁ ଅରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ତାଲିକା ଜିଲ୍ଲା ସଦର ସଭାପତି କାଶୀନାଥ ହେମ୍ବ୍ରମଙ୍କୁ ପ୍ରଦାନ କରିବା ସହ ପ୍ଲାଜମା ଦାନ ପାଇଁ ଉତ୍ସାହିତ କରିବା ଦିଗରେ ସହଯୋଗ କରିବାକୁ ଏକ ପ୍ରେସ ବିବୃତିରେ ଅନୁରୋଧ କରାଯାଇଛି ।ଏଥିରେ ଯଶୀପୁର ବ୍ଲକ ସଭାପତି ବିଶେଶ୍ୱର ମହାନ୍ତ, ରାଜ୍ୟ ଯୁବ ସମ୍ପାଦକ ଚକ୍ରଧର ହେମ୍ବ୍ରମ, ବିଜେଡ଼ି ନେତା ବିଶ୍ୱନାଥ ସାହୁ, ଯୁବ ସଙ୍ଗଠକ ଗଣେଶ ମିଶ୍ର, ଶମ୍ଭୁ ମହାକୁଡ଼ ,ଦେବାଶିଷ ସାହୁ ପ୍ରମୁଖ ସହଯୋଗ କରୁଛନ୍ତି ।

Leave A Reply

Your email address will not be published.

twenty + 4 =