ବିଜେଡି ସାଂସ୍କୃତିକ ସମନ୍ୱୟ ସାମୁଖ୍ୟର ବୈଠକ

ଭୁବନେଶ୍ୱର: କରୋନା ମହାମାରୀ ପାଇଁ ସାମାଜିକ ଦୂରତା ନିୟମ ରାଜ୍ୟରେ କଡାକଡି ଲାଗୁ କରାଯାଇଥିବା ବେଳେ ବହୁ ଲୋକଙ୍କୁ ଏକତ୍ରିତ କରି ସାଧାରଣ ଉପାୟରେ ବୈଠକ ସଭାସମିତି ଆଦି ଆୟୋଜନ କରିବା ସମ୍ଭବ ହେଉନଥିବାରୁ ଇଲେକ୍ଟ୍ରନିକ୍ସ ମାଧ୍ୟମରେ ଅନଲାଇନରେ ବୈଠକ ସଭାସମିତି ମାନ ଆୟୋଜନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ବିଜେଡି ସାଂସ୍କୃତିକ ସମନ୍ୱୟ ସାମୁଖ୍ୟ ତରଫରୁ ସାମୁଖ୍ୟର ରାଜ୍ୟ ଆବାହକ ରବି ନାରାୟଣ ନନ୍ଦ ଏବଂ ରାଜ୍ୟ ସଂଯୋଜକ ପ୍ରବୀର ମହାନ୍ତିଙ୍କ ତଚ୍ଛ୍ୱାବଧାନ କ୍ରମେ ମୟୂରଭଞ୍ଜ, ସୋନପୁର, ସମ୍ବଲପୁର, ଦେବଗଡ ଓ ଝାରସୁଗୁଡା ମୋଟ ୫ଟି ଜିଲ୍ଲାରେ କାର୍ଯ୍ୟରତ ସାମୁଖ୍ୟର ଜିଲ୍ଲା ସଂଯୋଜକ, ବ୍ଲକ ସଂଯୋଜକ ଓ ମହିଳା ସଂଯୋଜକ ମାନଙ୍କୁ ନେଇ ଭିଡିଓ କନଫରେନ୍ସ ମାଧ୍ୟମରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ କଳାକାର, କବି, ସାହିତି୍ୟକ, ଲେଖକ ମାନଙ୍କୁ ନେଇ ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା ।

Leave A Reply

Your email address will not be published.

5 × one =