ବିଜେପି କାର୍ଯ୍ୟକର୍ତାଙ୍କ ବିରୁଦ୍ଧରେ ଅପପ୍ରଚାର : ଥାନାରେ ଏତଲା

ଚମ୍ପୁଆ: କରୋନା ସଂକ୍ରମଣ ବୃଦ୍ଧି ପାଇଁ ବିଜେପି କାର୍ଯ୍ୟକର୍ତାଙ୍କ ବିରୁଦ୍ଧରେ, ସାମାଜିକ ଗଣମାଧ୍ୟମରେ ମିଥ୍ୟା ଅପପ୍ରଚାର କରୁଥିବା କଂଗ୍ରେସର ଗୁରୁବକ୍ସ ସିଂ ଆଲୁଆଲିଆ ନାମରେ ଆଜି ଥାନାରେ ଏତଲା ଦିଆଯାଇଥିବା ଜଣାପଡିଛି । ମିଳଥିବା ସୁଚନା ଅନୁସାରେ କରୋନା ସଂକ୍ରମଣକୁ ନେଇ ସମସ୍ତେ ଚିନ୍ତିତ ଥିବା ବେଳେ ସ୍ଥାନୀୟକଂଗ୍ରେସର ଗୁୁରୁବକ୍ସ ସିଂ ଆଲୁଆଲିଆ ଚମ୍ପୁୁଆ ଉପଖଣ୍ଡରେ କୋଭିଡ-୧୯ ବୃଦ୍ଧି ବିଜେପିକୁୁ ଦାୟୀକରି ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ଅପପ୍ରଚାର କରି ଚାଲିଛନ୍ତି । ବିଜେପିର ବରିଷ୍ଠନେତା ମୁରଲୀ ଶର୍ମା ଦିଲ୍ଲୀ ଯାଇ ଫେରିବା ପରେ ବଡବିଲ ଅଞ୍ଚଳର ବିଭିନ୍ନ ସ୍ଥାନରେ ସଭା ସମିତି ମାନ କରିଥିଲେ । ଯେଉଁଥିରେକି ଚମ୍ପୁଆ ଓ ଯୋଡା ଅଞ୍ଚଳର କାର୍ଯ୍ୟକର୍ତା ଯୋଗଦେଇଥିଲେ ।
ସ୍ଥାନୀୟ ବିଜେପିରା କାର୍ଯ୍ୟକର୍ତା ଏହାର ନିନ୍ଦା କରିବାସହ ସ୍ପଷ୍ଟ କରିଛନ୍ତି ଯେ ବିଗତ ୩ମାସ ହେବ ମୁରଲୀ ଶର୍ମା ଦିଲ୍ଲୀ ଯାଇନାହାନ୍ତି କିମ୍ବା ବଡବିଲ, ଚମ୍ପୁଆ ରେ କୌଣସି ସଭା ସମିତି ଆୟୋଜନ କରାଯାଇନାହିଁ । ଆମ୍ଭେ କୁଆଡେ ଯାଇନାହୁଁ । ଆଲୁଆଲିଆ କେବଳ ଆମକୁ ସମାଜରେ ନିନ୍ଦିତ ଓ ଏକଘରିକିଆ କରିବା ପାଇଁ ଶସ୍ତା ରାଜନୀତି ମାଧ୍ୟମରେ ଅପଚେଷ୍ଟା କରୁଛନ୍ତି ।
ସରକାର ରୋଗୀଙ୍କ ନାମ ଗୋପନ ରଖି ରୋଗକୁ ଘୃଣା କର ରୋଗୀକୁ ନୁହେଁ ବୋଲି କହୁଥିବା ବେଳେ ତାଙ୍କୁ ସାମାଜିକ ଗଣମାଧ୍ୟମରେ ଅପପ୍ରଚାର କରିବାକୁ କିଏ ଅଧିକାର ଦେଲା ବୋଲି ପ୍ରଶ୍ନ କରିଛନ୍ତି । କରୋନା ସଂକ୍ରମଣ ରୋଗ ଆଇନ ୧୮୯୭ ଏବଂ ଓଡିଶା ସରକାରଙ୍କ କୋଭିଡ ନିୟମ ୨୦୨୦ ଉଲଂଘନ ଅଭିଯୋଗରେ ଦୃଢ କାର୍ଯ୍ୟନୁଷ୍ଠାନ ନେବାପାଇଁ ଥାନାରେ ଏତଲା ଦେଇଛନ୍ତି ।

Leave A Reply

Your email address will not be published.

1 × 4 =