ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ପାସ୍‌କରିଛନ୍ତି ୫୫ହଜାର ଛାତ୍ରଛାତ୍ରୀ

ଭୁବନେଶ୍ୱର,: ଆଜି ପ୍ରକାଶ ପାଇଛି ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ । ପରୀକ୍ଷାଫଳ ପୁସ୍ତିକ ଉନ୍ମୋଚନ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ବିଜ୍ଞାନରେ ୯୫.୧୫% ଓ ବାଣିଜ୍ୟ ୯୪.୯୬% ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଆଜି ରାତି ୮ଟାରେ ଙ୍ଗଙ୍ଗଙ୍ଗ.କ୍ଟକ୍ସସଗ୍ଦଗ୍ଦଗ୍ଦବକ୍ସରଗ୍ଦଙ୍କକ୍ଷଗ୍ଧଗ୍ଦ.ଦ୍ଭସମ.ସଦ୍ଭ ୱେବସାଇଟ୍‌ରେ ପ୍ରକାଶ ପାଇବ । ପରୀକ୍ଷାର୍ଥୀମାନେ ସେଠାରୁ ମାର୍କସିଟ୍ ଡାଉନ୍‌ଲୋଡ୍ କରିପାରିବେ ।
ସମୁଦାୟ ୯୪୫୩୨ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ବିଜ୍ଞାନରେ ସମୁଦାୟ ୮୯ ହଜାର ୯୫୧ ଜଣ ପାସ୍ କରିଛନ୍ତି । ବିଜ୍ଞାନରେ ରେଗୁଲାର ପାସ୍ ହାର ୯୯.୮୮% ରହିଛି । ବିଜ୍ଞାନରେ ୯୫.୧୫ ପ୍ରତିଶତ ପାସ୍ କରିଛନ୍ତି । ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ୫୫ ହଜାର ୪୬୮ ପାସ୍ କରିଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୧୬ ହଜାର ୯୪୩ ଓ ତୃତୀୟ ଶ୍ରେଣୀରେ ୧୪ ହଜାର ୬୩୧ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ବିଜ୍ଞାନରେ ଏକ୍ସ ରେଗୁଲାର ପାସ୍ ହାର ୭୧.୨୭% ରହିଛି । ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ୫୫ ହଜାର ୪୬୮ ପାସ୍ କରିଛନ୍ତି । ସେହିପରି ବିଜ୍ଞାନରେ ଦ୍ୱିତୀୟ ଶ୍ରେଣୀରେ ୧୬ ହଜାର ୯୪୩ ଓ ତୃତୀୟ ଶ୍ରେଣୀରେ ୧୪ ହଜାର ୬୩୧ ପିଲା ପାସ୍ କରିଛନ୍ତି । ବାଣିଜ୍ୟରେ ୯୪.୯୬ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ବାଣିଜ୍ୟରେ ରେଗୁଲାର ପାସ୍ ହାର ୯୯.୯୫% ରହିଛି । ବାଣିଜ୍ୟରେ ପ୍ରଥମ ଶ୍ରେଣୀରେ ପାସ ୮ ହଜାର ୩୫୫ ପାସ୍ କରିଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୫ ହଜାର ୬୯୨ ଓ ତୃତୀୟ ଶ୍ରେଣୀରେ ୯ ହଜାର ୬୬ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ବାଣିଜ୍ୟରେ ଏକ୍ସ ରେଗୁଲାର ପାସ୍ ହାର ୫୪.୭୮% ରହିଛି ।
ବାଣିଜ୍ୟରେ ପ୍ରଥମ ଶ୍ରେଣୀରେ ୮ ହଜାର ୩୫୫ ଛାତ୍ରଛାତ୍ରୀ ପାସ୍ କାରିଛନ୍ତି । ସେହିପରି ଦ୍ୱିତୀୟ ଶ୍ରେଣୀରେ ୫ ହଜାର ୬୯୨ ଓ ତୃତୀୟ ଶ୍ରେଣୀରେ ୯ ହଜାର ୬୬ ପିଲା ପାସ୍ କରିଛନ୍ତି ।

Leave A Reply

Your email address will not be published.

1 × one =