ବିଜୟ ମହାନ୍ତିଙ୍କ ଆରୋଗ୍ୟ କାମନା କରି ହୋମ ଯଜ୍ଞ

ଭୁବନେଶ୍ୱର,୧୮.୬ (ନି.ପ୍ର.): ଓଡିଶାର ବିଶିଷ୍ଟ ମଂଚ ଓ ଚଳଚିତ୍ର ଅଭିନେତା, ନିଦେ୍ର୍ଧଶକ, ନାଟ୍୍ୟକାର ବିଜୟ ମହାନ୍ତିଙ୍କ ଦ୍ୱାରା ପ୍ରତିଷ୍ଠିତ ବାରିପଦାର ଅନ୍ୟତମ ପୁରାତନ ନାଟ୍ୟସଂସ୍ଥା “ଯୁଗେଛା ନାଟ୍ୟ ସଂସ୍ଥା” ର କର୍ମକର୍ତା ଓ ସଦସ୍ୟମାନଙ୍କ ଦ୍ୱାରା ହାଇଦ୍ରାବାଦରୁ ଆସି ଭୂବନେଶ୍ୱର କେୟାର ଚିକିତ୍ସାଳୟରେ ଗତ ଜୁନ ୧୪ ତାରିଖ ଠାରୁ ଚିକିତ୍ସିତ ହେଉଥିବା ବିଜୟ ମହାନ୍ତିଙ୍କ ଆରୋଗ୍ୟ କାମନା କରି ବାରିପଦାର ପ୍ରତ୍ୟକ୍ଷ ତଥା ଅଧିଷ୍ଠାତା ଦେବୀ ମା ଅମ୍ବିକାଙ୍କ ମନ୍ଦିରରେ ଏକ ହୋମ ଯଜ୍ଞ କରାଯାଇଥିଲା । ପୂଜାର୍ଚନା ସମୟରେ କୋଭିଡ-୧୯ ନିର୍ଦେଶ ବଳି ଅନୁସାରେ କର୍ମକର୍ତା ଓ ସଦସ୍ୟ ମାନେ ଦୈହିକ ଦୂରତା ଅନୁସରଣ ପୂର୍ବକ ,ମାସ୍କ ବ୍ୟବହାର କରିଥିଲେ । ପୁଜାର୍ଚ୍ଚନା କରିବା ପାଇଁ ଯୁଗେଛା ର ସଦସ୍ୟ ସତ୍ୟବାନ ସେଠି (ପୂଟ)ଙ୍କୁ ସେବାନନ୍ଦ ନାରାୟଣ ଦେବ, ସନ୍ତୋଷ ମହାନ୍ତି, ଧୀରବସା ,ସୂଧୀର କର ମହାପାତ୍ର, ପ୍ରମୁଖ ସହଯୋଗ କରିଥିଲେ । “ ଯୁଗେଛା ନାଟ୍ୟ ସଂସ୍ଥା” ର ନାମ କରଣ ପୂର୍ବରୁ ୧୯୭୨ ମସିହାରେ ପ୍ରଥମେ ଏକ ଅନୁବାଦିତ ପ୍ରତୀକ ଧର୍ମୀ ନାଟକ “ କୋଣସି ଏକ ଫୁଲର ନାମ ନିଅ “ ବାରିପଦାର ସେବାସଂଘ ହଲରେ ପରିବେଷଣ କରିଥିଲେ । ଏହାର ନିର୍ଦେଶନା ପସନ୍ନ ମହାନ୍ତି ଦେଇଥିଲା ବେଳେ ,ପ୍ରଯୋଜନା ଜୀବନ ମହାନ୍ତ କରିଥିଲେ । ଅଭିନୟରେ ପ୍ରଫେସର ଗୋରିପଦ ତ୍ରୀପାଠି, ଡାକ୍ତର ନନ୍ଦମହାନ୍ତି,ବିଜୟ ମହାନ୍ତି, ମଂଚସଜା ରବିନ ଦାସ , ମଂଚ ପରିଚାଳନା ସନ୍ତୋଷ ମହାନ୍ତି ଓ ସେବାନନ୍ଦ ନାରାୟଣ ଦେବ କରିଥିଲେ । ବିଜୟ ମହାନ୍ତି ବାରିପଦା ପରିବହନ କାର୍ଯ୍ୟାଳୟରେ କାର୍ଯ୍ୟକରି ମହାରାଜା ପୂର୍ଣ୍ଣଚନ୍ଦ୍ର ରାତ୍ରୀ ମହାବିଦ୍ୟାଳୟରେ ପଢୁଥିବା ସମୟରେ ଜାତୀୟ ନାଟ୍ୟ ବିଦ୍ୟାଳୟ , ନୂଆଦିଲ୍ଲୀରେ ଯୋଗ ଦେଇଥିଲେ । ବିଜୟ ମହାନ୍ତି “ବାଇସ୍କୋପ” ପୁରସ୍କାର ପାଇବା ଅବସରରେ ତାଙ୍କର ନାଟ୍ୟକଳାର ପୀଠ ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ, ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟ ଓ ସେବାସଂଘ ହଲର ସ୍ମୃତି ଚାରଣ କରିଥିଲେ ।

Leave A Reply

Your email address will not be published.

16 − 11 =