ବିଞ୍ଝାରପୁରରେ ଆଉ ୧୧ କରୋନା ଆକ୍ରାନ୍ତ

ବିଞ୍ଝାରପୁର: ବିଞ୍ଝାରପୁର ବ୍ଲକରେ ଆଉ ୧୧ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ପୂର୍ବରୁ ବିଞ୍ଝାରପୁର ବ୍ଲକରେ ବିଭିନ୍ନ ପଂଚାୟତରେ ୨୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୧୧ ଜଣ ସଂକ୍ରମିତ ଜଣାପଡିଛନ୍ତି । ତେବେ ବ୍ଲକରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୭ରେ ପହଂଚିଛି । ସୂଚନା ଅନୁଯାୟୀ ବିଞ୍ଝାରପୁର ବ୍ଲକର ବରୁଣେଶ୍ୱର କଲେଜରୁ ଆଜି ୪ଜଣ, ବରୁଣେଶ୍ୱର ହାଇସ୍କୁଲରୁ ୨ଜଣ, ଅରେଇ ପ୍ରକଳ୍ପ ସ୍କୁଲରୁ ୨ଜଣ, ତାଉଁତରା ରାମଚନ୍ଦ୍ର ହାଇସ୍କୁଲରୁ ଜଣେ, ଋଣପୁର ପ୍ରହାହ୍ଲାଦ ହାସ୍କୁଲରୁ ଜଣେ, କଂଟିପୁର ୟୁଜିଏମଇ ଜଣଙ୍କ ସମେତ ମୋଟ ୧୧ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ୯ଜଣ କୋଲକତା ଫେରନ୍ତା ହୋଇଥିବା ବେଳେ ଜଣେ ଆନ୍ଧ୍ରପ୍ରଦେଶର କୁଟପତିରୁ ଓ ଆଉଜଣେ ଛତିଶଗଡରୁ ଫେରିଥିବା ଜଣାଯାଇଛି । ସଂକ୍ରମିତଙ୍କ ମଧ୍ୟରେ ବାଙ୍ଗରା ପଂଚାୟତ ଛନ୍ଧାମୁଣ୍ଡ ଗ୍ରାମର ଜଣେ ୬୦ ବର୍ଷୀୟ ବ୍ୟକ୍ତି, ବରପଦା ପଂଚାୟତ ଶିଶରଣା ଗ୍ରାମର ଜଣେ ୫୮ ବର୍ଷୀୟ ବ୍ୟକ୍ତି, ଘଂଟିଆଳୀ ପଂଚାୟତ ତଥା ଗ୍ରାମର ଜଣେ ୬୦ ବର୍ଷୀୟ ବ୍ୟକ୍ତି, ଅଳକୁଣ୍ଡ ପଂଚାୟତ ନରହରିପୁର ଗ୍ରାମର ୨ଜଣଙ୍କ ମଧ୍ୟରୁ ଜଣେ ୩୭ ବର୍ଷୀୟ ଯୁବକ ଓ ଆଉଜଣେ ସେହିଗ୍ରାମର ୬୦ ବର୍ଷୀୟ ବ୍ୟକ୍ତି, ରଣପୁର ପଂଚାୟତର ୩ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ରଣପୁର ଗ୍ରାମର ଜଣେ ୬୩ ବର୍ଷୀୟ ଓ ଆଉଜଣେ ୬୫ ବଷୀୟ ବ୍ୟକ୍ତି ହୋଇଥିବା ବେଳେ ଆଉ ଜଣେ କଂଟିପୁର ଗ୍ରାମର ୩୬ ବର୍ଷୀୟ ଯୁବକ, ବିତନା ପଂଚାୟତ ତଥା ଗ୍ରାମର ଜଣେ ୪୪ ବର୍ଷୀୟ ଯୁବଙ୍କ ସମେତ ମୋଟ ୧୧ଜଣ ଶୁକ୍ରବାର କରୋନା ସଂକ୍ରମିତ ହୋଇଛନ୍ତି । ସେମାନଙ୍କୁ ମଧ୍ୟରୁୁ ୯ଜଣ କୋଲକତା ଫେରନ୍ତା ହୋଇଥିବା ବେଳେ ଜଣେ ଆନ୍ଧ୍ରପ୍ରଦେଶର କୁଟପତିରୁ ଓ ଆଉଜଣେ ଛତିଶଗଡରୁ ଫେରିଥିବା ଜଣାଯାଇଛି । ସମସ୍ତ ଆକ୍ରାନ୍ତମାନଙ୍କୁ ଡୁବୁରୀ ସ୍ଥିତ ଟାଟା ୧୯ କୋଭିଡ ହସ୍ପିଟାଲକୁ ପଠାଇଥିଲେ ।

Leave A Reply

Your email address will not be published.

4 × three =