ବିଞ୍ଝାରପୁରରେ କୋଭିଡ କଟକଣା ଫୁ, ମନ୍ଦିର ଓ ମଣ୍ଡପରେ ୧୩ ବାହାଘର, ଶତାଧିକ ଲୋକଙ୍କ ଭିଡ

ବିଞ୍ଝାରପୁର: ଗୋଟିଏ ପଟେ ଯାଜପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଅନ୍ୟପଟେ କୋଭିଡ-୧୯ କଟକଣାକୁ ଲୋକ ମାନିବାକୁ ନାରାଜ । ଆକ୍ରାନ୍ତଙ୍କସଂଖ୍ୟା ବଢୁଥିବା ବେଳେ ବ୍ଲକ ପ୍ରଶାସନ ସେତେଟା ଗୁରୁତ୍ୱ ଦେଉନଥିବା ଅଭିଯୋଗ ରହିଛି । କରୋନା ସଂକ୍ରମଣ କୁ ଦୃଷ୍ଟିରେ ରଖି ସରକାର ସର୍ବସାଧାରଣ ସ୍ଥାନ ଯଥା ମନ୍ଦିର ଓ କଲ୍ୟାଣ ମଣ୍ଡପରେ ବିବାହ ଓ ବ୍ରତ ଆଦି କାର୍ଯ୍ୟକୁ ବନ୍ଦରଖିବାକୁ ନିର୍ଦେଶ ଜାରି କରିବା ସହ ଏହି ସବୁ ସ୍ଥାନରେ ୧୪୪ ଧାରା ଜାରୀ କରିଛନ୍ତି କିନ୍ତୁ କେତେକ ଅମାନିଆ ସରକାରଙ୍କ ଏହି ନିୟମକୁ ଅବମାନନା କରି ମନ୍ଦିରରେ ବିବାହ କାର୍ଯ୍ୟ କରୁଥିବା ବେଳ ବିଞ୍ଝାରପୁରରେ ଦେଖିବାକୁ ମିଳିଛି । ବିଞ୍ଝାରପୁରର ଅରେଇ ପଞ୍ଚାୟତ ସ୍ଥିତ ବାବା ବରୁଣେଶ୍ୱରଙ୍କ ମନ୍ଦିର ନିକଟ କଲ୍ୟାଣ ମଣ୍ଡପରେ ଆଜି ୧୩ଟି ବାହାଘର ହୋଇଥିବା ଅଭିଯୋଗ ହୋଇଛି । ଏନେଇ ସ୍ଥାନୀୟ ଲୋକ ବିଞ୍ଝାରପୁର ଥାନାରେ ଜଣାଇଥିଲେ ଖବର ପାଇ ଏସଆଇ କେସି ଦାସ ସଦଳବଳେ ବରୁଣେଶ୍ୱର ମନ୍ଦିରରେ ପହଞ୍ଚିଥିଲେ । ବାହାଘର ହେଉଥିବା ବେଳେ ପୁଲିସ ପହଞ୍ଚି ବର ଓ କନ୍ୟ ସହ ବରଯାତ୍ରୀଙ୍କୁ ଘଉଡାଇଥିଲା । କିଛି ସମୟପରେ ପୁଲିସ ଚାଲିଯିବା ପରେ ପୁଣି ବିବାହ କାର୍ଯ୍ୟ ଚାଲୁ ରଖିଥିଲେ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ମନ୍ଦିର ପରିସରରେ ୧୪୪ ଧାରା ଜାରୀ କରାଯାଇଛି । ପାଖରେ ଥିବା କଲ୍ୟାଣ ମଣ୍ଡପକୁ ପ୍ରବାସୀଙ୍କ ପାଇଁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର କରାଯାଇଛି । କଲ୍ୟାଣ ମଣ୍ଡପର ଦାୟୀତ୍ୱ ପଞ୍ଚାୟତ ହାତରେ ରହିଛି । କୋଭିଡ କଟକଣା ସତ୍ୱେ ମନ୍ଦି ଓ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରତିଦିନ ବିବାହ କାର୍ଯ୍ୟ କରାଯାଉଛି କିପରି ।

ଶହ ଶହ ଲୋକଙ୍କ ପାଇଁ ରୋଷେଇ କରଯାଇ ଖାଇବାକୁ ଦିଆଯାଉଛି । ବ୍ଲକ ଓ ପୁଲିସ ପ୍ରଶାସନ ସବୁ ଜାଣିଥିଲେ ମଧ୍ୟ ଦୋଷୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । କରୋନା ସମୟରେ ବରୁଣେଶ୍ୱର ମନ୍ଦିରକୁ ଜିଳ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରତିଦିନ ଶହଶହ ଲୋକ ଅସିବା ଅରେଇବାସୀଙ୍କ ପାଇଁ ବିପଦ ବୋଲି ପୁର୍ବତନ ସରପଞ୍ଚ ଗୋବିନ୍ଦ ପରିଡା କହିବା ସହ ପ୍ରଶାସନ ଲୋକଙ୍କ ଜୀବନ ସହ ଖେଳୁଛି । ଲୋକ ଦେଖାଣିଆ ଖାଲି ଦୋକାନ ବଜାର ବନ୍ଦକରି ପ୍ରଶାସନ ପ୍ରଚାର ପ୍ରସାର ଚଲାଇଛି ବୋଲି କହିଛନ୍ତି । ମନ୍ଦିର ପରିସରରେ ପୁଲିସ ମୁତୟନ ସହ କଲ୍ୟାଣ ମଣ୍ଡପ ଓ ମନ୍ଦିର ଦାୟୀତ୍ୱରେ ଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଜିଲ୍ଲାପାଳ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ପରିଡାଙ୍କ ସମେତ ବହୁ ଲୋକ ଦାବି କରିଛନ୍ତି ।

Leave A Reply

Your email address will not be published.

two × three =